ଲେଖନୀ ସ୍ଵର...
ଭାବନାର ଅଫୁରନ୍ତ ଧାରା ସେ, ସଦ୍ୟ ବିକଶିତ ଆବେଗର ସ୍ଵର ଟିଏ, ଯିଏ ଦେବାକୁ ଚାହେଁ ସାହିତ୍ୟକୁ ଆଞ୍ଜୁଳାଏ ରସସିକ୍ତ ଶ୍ରଦ୍ଧା ସୁମନ । ଏହି ଲେଖନୀ ସ୍ଵର ଲେଖକ, ପାଠକ, ଶ୍ରୋତା ଓ ବକ୍ତାଙ୍କ ହାତଧରି ଆଗେଇବାକୁ ଚାହେଁ ଭାଷାର ମହାସମୁଦ୍ର ଦିଗକୁ । ଆଶା, ବିଶ୍ଵାସ ଓ ଜ୍ଞାନର ଆଲୋକକୁ ପାଥେୟକରି ।

जगत के नाथ श्री जगन्नाथ जी के श्रीचरण में कोटि कोटि नमन कर,लेखनी स्वर को हम उनके नाम पर समर्पित करते हैं।
” लेखनी स्वर परिवार “
ॐ नीलाचलनिवासाय नित्याय परमात्मने बलभद्रसुभद्राभ्यां जगन्नाथाय ते नमः I जगदानन्दकन्दाय प्रणतार्तहराय च नीलाचलनिवासाय जगन्नाथाय ते नमः I
“चन्दन चार्चित निलकलेवर पिता वसन वनमाली केलिचालन्मनि कुण्डल मण्डित गन्दयुअगह स्मितशली
हरिरिह मुग्ध वधुनिकरे विलासिनि विलसति केलिपरे”
Written by Poet Shri Jayadev
Recent Posts

କୈଶୋର ଏଵଂ ଇଣ୍ଟରନେଟ; ପବନ ହାତରେ ନିଆଁହୁଳା

କୈଶୋର ଏବଂ ଇଣ୍ଟରନେଟ

ବିଷୁବ: ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହା ମିଳନ

ସାହିତ୍ୟ, ସଂସ୍କୃତି ଓ ସମୃଦ୍ଧିର ମହାମିଳନ

କୈଶୋର ଏବଂ ଇଣ୍ଟର୍ନେଟ୍

ଜଳିପାରେ,ଜାଳିପାରେ
What They Say

ଶବ୍ଦ-ଶିଳ୍ପର ସୌକୁମାର୍ଯ୍ୟକୁ ଅବ୍ୟାହତ ରଖି ଯୁବ ପିଢିର ପ୍ରାଣରେ ସାରସ୍ଵତ ପ୍ରେରଣାର ସୁଷ୍ଠୁ ବିକାଶ କରିବା କ୍ଷେତ୍ରରେ ଲେଖନୀ ସ୍ଵର ଏକ ଅଭିନବ ପରିକଳ୍ପନା । ସାହିତ୍ୟ ସୃଜନ ଓ ପଠନ ମାଧ୍ୟମରେ ଆଜିର ଯୁବପିଢି ହୃଦୟରେ ଆପଣାର ମାତୃଭାଷା ପ୍ରତି ଅଙ୍ଗୀକାରର ଅଗ୍ନିକୁ ଉଦ୍ଦୀପ୍ତ କରାଯାଇ ପାରେ – ଏହା ଲେଖନୀ ସ୍ଵର ଆନ୍ତରିକ ଭାବେ ବିଶ୍ୱାସ କରେ।

ହେ ମୋର ଲେଖନୀର ସ୍ୱର
ତୋ ଡାକ ମୁଁ ଶୁଣେ ବାରବାର ।
ସୁଷୁପ୍ତିରୁ ଜାଗୃତିର ପଥେ
ଆଜୀବନ ନେଇଛୁ ତୁ ମତେ ।
ହୋଇଛି ମୁଁ ଯେବେ ପଥହରା
ଆସିଛୁ ତୁ ସାଜି ଧ୍ରୁବତାରା ।
ଦେଖାଇଚୁ ଜୀଇଁବାର ରାହା
ତୁହି ଏକା ବିପଦର ସାହା ।
ହେ ମୋ ଲେଖନୀ ସ୍ଵର ଭାବ ତତେ ଦେଇ
ନିର୍ଜୀବ ଶିଳା ଶୋଭେ ଶାଳଗ୍ରାମ ହୋଇ ।
ଲୁହ ପୋଛି ଦେବା ଲାଗି ତୁ ମୋ ଭରସା
ଲେଖନୀର ସ୍ୱର ନୁହେଁ ତୁ ପରା ଜୀବନର ଦିଶା ।

ବିଭିନ୍ନ ପ୍ରକାର କବିତା ପାଠୋତ୍ସବ ତଥା ଗଳ୍ପ ଓ ପ୍ରବନ୍ଧ ଆସର ରେ ନୂତନ ତଥା ପୁରାତନ ଲେଖକ ଓ ଲେଖିକାଙ୍କ ଯୋଗଦାନ ଓ ବିପୁଳ ପାଠକୀୟ ମତାମତ ଲେଖନୀ ସ୍ୱରର ସ୍ୱତନ୍ତ୍ରତା ପ୍ରମାଣିତ କରେ । ନିରନ୍ତର ସାହିତ୍ୟ ସାଧନାରେ କାର୍ଯରତ ଏହାର କର୍ମକର୍ତ୍ତା ଧନ୍ୟବାଦର ପାତ୍ର । ବିଭିନ୍ନ ଅଞ୍ଚଳର ଲୁକ୍କାୟିତ ପ୍ରତିଭାର ଚିହ୍ନଟ ଓ ଆଜିର ଯୁବଗୋଷ୍ଠୀମାନଙ୍କୁ ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରାଇବାରେ ସୁନ୍ଦର ଅଭିନବ ସାହିତ୍ୟ ଯାତ୍ରା ଯେ ବହୁଳ ପ୍ରସାରିତ ଓ ସର୍ବ ଜନାଦୃତ ହେବ ଏଥିରେ ଦ୍ୱିମତ ନାହିଁ ।

'Lekhani Swara' is a fantastic attempt to cultivate the youth mind's interest in Odia literature. It nourishes them through a range of literary forms, such as constructive criticism and discussion, short stories, poetry, and so on. I extend my heartfelt congratulations to the Lekhani Swara family, its founders, and organizers, on this literary revolution brought about by the virtual medium. May Mahaprabhu Jagannatha bless this wonderful endeavour in every way possible.
Thank you so much!!

'ଲେଖନୀ ସ୍ୱର' ଏକ ସାରସ୍ୱତ ସାହିତ୍ୟ ସାଧନାର ପ୍ରଚେଷ୍ଟା ଓ ପ୍ରତିଫଳନ ।କିଛି ସାହିତ୍ୟ ଅନୁରାଗୀ ଯୁବ ପିଢ଼ିଙ୍କି ଉଦ୍ୟମର ସଫଳ ରୂପାୟନ । ସାହିତ୍ୟର ବିଭିନ୍ନ ସ୍ତର ଓ ବିଭାଗକୁ ଛୁଉଁଥିବା ଏକ ଆବେଗପୁର୍ଣ୍ଣ ପ୍ରତିଶ୍ରୁତିର ଚିହ୍ନ ।ଚେତନା ଓ ପ୍ରତିକ୍ରିୟାକୁ ଲୋକ ସାହିତ୍ୟରେ ଉପସ୍ଥାପନ କରିବା ଏହି ଅନୁଷ୍ଠାନର ଆଭିମୁଖ୍ୟ ଓ ସ୍ଵପ୍ନ । ଏହାର ଉତ୍ତୋରତ୍ତର ସମୃଦ୍ଧି କାମନା କରୁଛି ଯେ ଏହି କିଶଳୟ ଦିନେ ନା ଦିନେ ପାଲଟିବ ସାହିତ୍ୟ ପ୍ରାନ୍ତରେ ଏକ ସୁଦୃଢ଼ ବଟଦୃମ । ପ୍ରାୟୋଜକ ତଥା ଏହାର ସଭ୍ୟମାନଙ୍କୁ ହୃଦୟରୁ ଅନେକ ସାଧୁବାଦ ଓ ଶୁଭ କାମନା ।

ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ "ଲେଖନୀ ସ୍ଵର" ଏକ ସୁନ୍ଦର ମାଧ୍ୟମ ଆମ ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟକୁ ଜାଣିବା ଓ ଆଗେଇ ନେବାପାଇଁ । ଏହି ପରିବାର ସହ ସାମିଲ ହୋଇଥିବା ସାହିତ୍ୟପ୍ରେମୀ ଓ ସାହିତ୍ୟ ସାଧକ/ସାଧିକାମାନଙ୍କ ପାଇଁ ମୋର ଅଶେଷ ଶୁଭକାମନା ।