ଲେଖନୀ ସ୍ଵର...

ଭାବନାର ଅଫୁରନ୍ତ ଧାରା ସେ, ସଦ୍ୟ ବିକଶିତ ଆବେଗର ସ୍ଵର ଟିଏ, ଯିଏ ଦେବାକୁ ଚାହେଁ ସାହିତ୍ୟକୁ ଆଞ୍ଜୁଳାଏ ରସସିକ୍ତ ଶ୍ରଦ୍ଧା ସୁମନ । ଏହି ଲେଖନୀ ସ୍ଵର ଲେଖକ, ପାଠକ, ଶ୍ରୋତା ଓ ବକ୍ତାଙ୍କ ହାତଧରି ଆଗେଇବାକୁ ଚାହେଁ ଭାଷାର ମହାସମୁଦ୍ର ଦିଗକୁ । ଆଶା, ବିଶ୍ଵାସ ଓ ଜ୍ଞାନର ଆଲୋକକୁ ପାଥେୟକରି ।

जगत के नाथ श्री जगन्नाथ जी  के श्रीचरण में कोटि कोटि नमन कर,लेखनी स्वर को हम उनके नाम पर समर्पित करते हैं।

” लेखनी स्वर परिवार “

ॐ नीलाचलनिवासाय नित्याय परमात्मने बलभद्रसुभद्राभ्यां जगन्नाथाय ते नमः I जगदानन्दकन्दाय प्रणतार्तहराय च नीलाचलनिवासाय जगन्नाथाय ते नमः I

“चन्दन चार्चित निलकलेवर पिता वसन वनमाली केलिचालन्मनि कुण्डल मण्डित गन्दयुअगह स्मितशली

हरिरिह मुग्ध वधुनिकरे विलासिनि विलसति केलिपरे”

Written by Poet Shri Jayadev

Recent Posts

ମଧୁବୋଧ

କାଳିଆ କଳାରେ କଳା ଭରିଦେଇ କାଳ କରି କାବୁ କାଳିଆ କହଇ.. କଳାମୟ ହରି କଳେବର ହରି.. କଳାରେ କଳାରେ ଦୁଃଖ ହରିଥାଇ..l ଖରେ ଖରା ଯହିଁ..ଖବର ...

ମହିଷାର ରୂପ

ଭାରତୀୟ ସଂସ୍କୃତିରେ ପଶୁଜାତିକୁ କେବଳ ଜୀବବୃନ୍ଦର ଅଙ୍ଗ ଭାବେ ନୁହେଁ, ବରଂ ସାଙ୍କେତିକ ଓ ଦାର୍ଶନିକ ଚିହ୍ନ ରୂପେ ବିବେଚନା କରାଯାଇଛି। ସେପରିକି, ମହିଷ—ଏକ ସାଧାରଣ ପଶୁ ...

ମହିଷା’ର ରୂପ 

ଚେହରାରେ ଏତେ ଦିବ୍ୟତାଯେ ଦୃଷ୍ଟି ପଡିବା ମାତ୍ରେ ମନପବିତ୍ର ହେଇଯାଉଛି l ଯେତେସବୁ କଳୁଷିତ ଭାବନା ଆପେ ଆପେ ଦୂରେଇ ଯାଉଛି l କଣ ରହସ୍ୟ ଏ ...

ନବଦିଶା

ସକାଳୁ ଉଠିଲେ ମନେ ପଡ଼େନି। ଢେରେ ସମୟ ଚା'କୁ ଅପେକ୍ଷା କରି ରୁହନ୍ତି ସୁରଜ ବାବୁ। ଅଧ ଘଣ୍ଟାଏ ପରେ ସୀମା ସୀମା ବୋଲି ଡାକ ପକାନ୍ତି। ...

 ଅସରା କାହାଣୀ

ମଥା ଉପରେ ଜମାଟ ବାନ୍ଧିଛି ମୁଁହ ଲଦିଥିବା ମେଘ ଆଖି ଖୋଲୁନି ଖରା ଓ ଭାରି ଗୁମ୍ ସୁମ୍ ଲାଗେ ପାଗ କେଜାଣି କାହିଁକି ଆଖିକୁ ସବୁକିଛି ...

ସାବିତ୍ରୀ

ସାବିତ୍ରୀ ଓଷା ଦିନ ମନ୍ଦିର ଗଲାବେଳେ ମୁଁ ଆମ ଗାଁ କଥା ଗପୁଥିଲି । ମୋ ସ୍ବାମୀ ଶୁଣି ନଶୁଣିଲା ପରି ହଁ ଭରୁଥିଲେ। ମନେପଡୁଥିଲା କେତେ ...

What They Say

Static overlay

ଶବ୍ଦ-ଶିଳ୍ପର ସୌକୁମାର୍ଯ୍ୟକୁ ଅବ୍ୟାହତ ରଖି ଯୁବ ପିଢିର ପ୍ରାଣରେ ସାରସ୍ଵତ ପ୍ରେରଣାର ସୁଷ୍ଠୁ ବିକାଶ କରିବା କ୍ଷେତ୍ରରେ ଲେଖନୀ ସ୍ଵର ଏକ ଅଭିନବ ପରିକଳ୍ପନା । ସାହିତ୍ୟ ସୃଜନ ଓ ପଠନ ମାଧ୍ୟମରେ ଆଜିର ଯୁବପିଢି ହୃଦୟରେ ଆପଣାର ମାତୃଭାଷା ପ୍ରତି ଅଙ୍ଗୀକାରର ଅଗ୍ନିକୁ ଉଦ୍ଦୀପ୍ତ କରାଯାଇ ପାରେ – ଏହା ଲେଖନୀ ସ୍ଵର ଆନ୍ତରିକ ଭାବେ ବିଶ୍ୱାସ କରେ।

ନରେନ୍ଦ୍ର କୁମାର ଆଚାର୍ଯ୍ୟ,
ପ୍ରାକ୍ତନ ପ୍ରାଧ୍ୟାପକ ଦର୍ଶନ ଶାସ୍ତ୍ର

ହେ ମୋର ଲେଖନୀର ସ୍ୱର
ତୋ ଡାକ ମୁଁ ଶୁଣେ ବାରବାର ।
ସୁଷୁପ୍ତିରୁ ଜାଗୃତିର ପଥେ
ଆଜୀବନ ନେଇଛୁ ତୁ ମତେ ।
ହୋଇଛି ମୁଁ ଯେବେ ପଥହରା
ଆସିଛୁ ତୁ ସାଜି ଧ୍ରୁବତାରା ।
ଦେଖାଇଚୁ ଜୀଇଁବାର ରାହା
ତୁହି ଏକା ବିପଦର ସାହା ।
ହେ ମୋ ଲେଖନୀ ସ୍ଵର ଭାବ ତତେ ଦେଇ
ନିର୍ଜୀବ ଶିଳା ଶୋଭେ ଶାଳଗ୍ରାମ ହୋଇ ।
ଲୁହ ପୋଛି ଦେବା ଲାଗି ତୁ ମୋ ଭରସା
ଲେଖନୀର ସ୍ୱର ନୁହେଁ ତୁ ପରା ଜୀବନର ଦିଶା ।

ଡଃ ସୁଷମା ମିଶ୍ର
ସୁସାହିତ୍ୟିକା

ବିଭିନ୍ନ ପ୍ରକାର କବିତା ପାଠୋତ୍ସବ ତଥା ଗଳ୍ପ ଓ ପ୍ରବନ୍ଧ ଆସର ରେ ନୂତନ ତଥା ପୁରାତନ ଲେଖକ ଓ ଲେଖିକାଙ୍କ ଯୋଗଦାନ ଓ ବିପୁଳ ପାଠକୀୟ ମତାମତ ଲେଖନୀ ସ୍ୱରର ସ୍ୱତନ୍ତ୍ରତା ପ୍ରମାଣିତ କରେ । ନିରନ୍ତର ସାହିତ୍ୟ ସାଧନାରେ କାର୍ଯରତ ଏହାର କର୍ମକର୍ତ୍ତା ଧନ୍ୟବାଦର ପାତ୍ର । ବିଭିନ୍ନ ଅଞ୍ଚଳର ଲୁକ୍କାୟିତ ପ୍ରତିଭାର ଚିହ୍ନଟ ଓ ଆଜିର ଯୁବଗୋଷ୍ଠୀମାନଙ୍କୁ ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରାଇବାରେ ସୁନ୍ଦର ଅଭିନବ ସାହିତ୍ୟ ଯାତ୍ରା ଯେ ବହୁଳ ପ୍ରସାରିତ ଓ ସର୍ବ ଜନାଦୃତ ହେବ ଏଥିରେ ଦ୍ୱିମତ ନାହିଁ ।

ପୁଷ୍ପାଞ୍ଜଳି ପଣ୍ଡା
କବୟିତ୍ରୀ
previous arrow
next arrow