ଆସିଛି ନବରାତ୍ରୀ ପୂଜା

*ମନୋରମ ଦୃଶ୍ୟ ଶରତ ଋତୁର*
*ଆହାଃ କି ସୁନ୍ଦର ଶୋଭା,*
*ବିମଳ ଆକାଶେ ଶୁଭ୍ର କାଦମ୍ବିନୀ*
*ଲଗାନ୍ତି ଆନନ୍ଦେ ମେଳା ।*

*ସୁଲୁ ସୁଲୁ ବାଆ ସଙ୍ଗେ ତାଳ ଦେଇ*
*ଗଗନେ ଗରଜେ ମେଘ,*
*ତ୍ରିପୁର ବିଜୟୀ ମାଆ ଆଗମନେ*
*ଲିଭି ଯାଏ ସବୁ ଶୋକ।*

*ଶରତ ଋତୁର ଆଗମନେ ଆଜି*
*ଧରା ଉତ୍ସବ ମୁଖର,*
*ଦୁର୍ଗତି ନାଶିନୀ ପୂଜା ପାଇଵେଟି*
*ସଭିଏଁ ଆଜି ତତ୍ପର ।*

*ଅଷ୍ଟଭୁଜା ଧାରୀ ମହିଷାମର୍ଦ୍ଦିନୀ*
*ତେଜସ୍ୱିନୀ ନାମ ଵହି,*
*ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଯେ ମାଆ*
*ଶରତେ ଆସିଣ ମହୀ ।*

*ଧରଣୀ ବକ୍ଷରୁ ପାପୀଙ୍କୁ ବିନାଶି*
*ପାପକୁ କରିବେ ଦୂର,*
*ନବରାତ୍ରି ପୂଜା ଆଜ କରିଥିଲେ*
*ଲଙ୍କାରେ ଯେ ରଘୁବୀର।*

*ଦେବୀଙ୍କୁ ଆରାଧି ମାତୃକୃପା ଲଭି*
*ପାପର କରିଲେ କ୍ଷୟ,*
*ନଅଦିନ ଧରି ଭିନ୍ନ ଭିନ୍ନ ରୂପେ*
*ପୂଜିଥିଲେ ରଘୁଵୀର।*

*ପ୍ରଥମେ ଦିବସେ ଦେବୀ ଶୈଳପୁତ୍ରୀ*
*ଦ୍ଵିତୀୟେ ବ୍ରହ୍ମଚାରିଣୀ,*
*ତୃତୀୟ ଦିବସେ  ମାଆ ଚନ୍ଦ୍ରଘଣ୍ଟା*
*ଚତୁର୍ଥେ କୁଷ୍ମାଣ୍ଡା ପୁଣି।*

*ପଞ୍ଚମ ଦିଵସେ   ଦେବୀ ସ୍କନ୍ଧମାତା*
*ଷଷ୍ଠ ଦିନେ କାତ୍ୟାୟନୀ,*
*ସପ୍ତମ ଦିବସେ    ମାଆ କାଳରାତ୍ରି*
*ଅଷ୍ଟମରେ ମହାଗୌରୀ।*

*ନବମ ଦିଵସେ ପୂଜିଥିଲେ ପ୍ରଭୁ*
*ମାଆ ସିଦ୍ଧିଦାତ୍ରୀ ରୂପେ,*
*ନଅଦିନ ଧରି ପୂଜିଥିଲେ ପ୍ରଭୁ*
*ନଅ ଗୋଟି ଭିନ୍ନ ରୂପେ ।*

*ନବରାତ୍ରୀ ପୂଜା ଆରମ୍ଭ ହୋଇଛି*
*ଉତ୍ସବ ମୁଖର ହୋଇ,*
*ମା’ ସିଂହ ବାହିନୀ ପୂଜା ପାଉଛନ୍ତି*
*ନଅଗୋଟି ନାମ ନେଇ।*

*ନବରାତ୍ର ଯିଏ ଭକ୍ତିରେ କରଇ*
*ସୁଦୟା ହୁଅନ୍ତି ମାଆ,*
*ରୋଗ ଶୋକ ସବୁ ଦୂର କରିଥାନ୍ତି*
*ଭକ୍ତକୁ ହୁଅନ୍ତି ସାହା।*

*ନବରାତ୍ରେ ମାଗୋ ନଅ ରୂପ ଧରି*
*ମରତେ ଆସ ମା’ ବୁଲି,*
*ସୁଖ ଶାନ୍ତି ଦିଅ ମନୁଷ୍ୟ ଜୀବନେ*
*ଅନୀତି ଯାଉ ସେ ଭୂଲି।*

*ମହିଷା ମର୍ଦ୍ଧିନୀ ତ୍ରିଶୂଳ ଧାରିଣୀ*
*ମୁକ୍ତି ପ୍ରଦାୟିନୀ ମାତା,*
*ଆସ ଅବତରି ଏ ଧରାଧାମକୁ*
*ଗୁହାରୀ କରୁଛି ମାତା।*

*ଆଶ୍ଵିନ ଦୋଳିରେ ଆସ ମାଗୋ ଝୁଲି*
*ବାଜୁଛି ପାର୍ବଣ ବାଜା,*
*ଚଉଦିଗ ଆଜି ଉତ୍ସୁଳି ପଡଇ*
*ହୋଇଲାଣି ସାଜସଜ୍ଜା* ।

*ଶକ୍ତି ପ୍ରଦାୟିନୀ ଜଗତ କଲ୍ୟାଣୀ*
*ଆସ ମାଗୋ ଧରାଧାମେ,*
*ଭକତ ଜନଙ୍କ ସର୍ବ ମନୋବାଞ୍ଚା*
*ପୂର୍ଣ୍ଣ କର ଆଗମନେ ।*
==========================
✍️ *ଭାବଗ୍ରାହୀ ତ୍ରିପାଠୀ*

Leave a Comment

Your email address will not be published. Required fields are marked *