ସାହିତ୍ୟ ଏଠି କଥା କହେ, ସଂସ୍କୃତି ଏଠି ଗୀତ ଗାଏ,
ଧରମା ଏଠି ମୁଣ୍ଡି ମାରେ,ବାଜି ରାଉତ ଗୁଳି ଖାଏ।
ଜନମିଛି ଏଠି, ମରିବି ବି ଏଠି,
ଏଇ ତ ମୋ ଉତ୍କଳ ମାଟି ।
କୋଣାର୍କ ଏଠି ,ପୁରୀ ବି ଏଠି,
ଚିଲିକା ଯେ କେତେ କଥା କହୁଛି।
ରଙ୍ଗବତୀ ଏଠି, ଓଡ଼ିଶୀ ବି ଏଠି,
ସମ୍ବଲପୁରୀ ଗୀତ ମୋ ମନ ମୋହୁଛି।
କେତେ ରାଜନୀତି,କେତେ ପାର୍ଟି,
ବିଧାନ ସଭା ସବୁ ଦେଖୁଛି।
ସମୟ ବଦଳିଛି ଉଡ୍ର, ଓଡ଼ିଶା ହେଇଛି,
ମୋ କଳିଙ୍ଗ ଆଜି ବଦଳୁଛି।
“ଉତ୍କଳ”
