ତୁମ ମରୁଭୂମି ପ୍ରଦେଶରେ,
ମୁଁ ତୃଷ୍ଣାରେ ଆତୁର।
ତୁମ ଅନେକ ପ୍ରଶ୍ନର,
ମୁଁ ହେବି ଉତ୍ତର।
ତୁମେ ଆରମ୍ଭ ହେଲେ,
ମୁଁ ଅନ୍ତ ହେଲି ତୁମର।
ତୁମେ ନିଶା ହେଲେ, ମୁଁ ନିଶ୍ୱର।
ତୁମେ ଫୁଲ ହେଲେ, ମୁଁ ଭ୍ରମର।
ତୁମେ ଜହ୍ନ ହେଲେ, ମୁଁ ମଲ୍ଲାର।
ତୁମ ପ୍ରତିଟି ବିନ୍ଦୁରେ ଯୋଡ଼ି ହୁଏ,
ନିତି ଅଙ୍ଗିକା ମୋହର।
ମୁଁ ଦେହ ହେଲେ ,
ତୁମେ ଛାଇ ମୋର।
ମୁଁ ନିଆଁ ହେଲେ ,
ତୁମେ ନଈ ମୋର।
ମୁଁ ନାୟକ ହେଲେ ,
ତୁମେ ନାୟିକା ମୋର।
ମୁଁ କାୟା ହେଲେ ,
ତୁମେ ରୂପବତୀ ଅନାମିକା ମୋର।
ମୁଁ ସ୍ରୋତା ହେଲେ ,
ତୁମେ ପାଠିକା ମୋର।
ମୁଁ ଦୋଷୀ ହେଲେ ,
ତୁମେ କ୍ଷମଣିକା ମୋର।
ମୁଁ ଭୁଲ ହେଲେ ,
ତୁମେ ପ୍ରାୟଶ୍ଚିତା ମୋର।
ମୋ ପ୍ରତି କବିତାରେ ,
ତୁମେ କାବ୍ୟ ରୂପ ନାୟିକା ମୋର।