ଧରାଧାମେ ଆସ ମା

ଆଶ୍ୱିନ ମାସର ନୀଳ ଜଳଧର
ଘନ ମାଳ ଖେଳେ ଦୋଳି
ଶ୍ୟାମଳ ପାହାଡ଼ ତୁଷାରର ମେଢ
ପଙ୍କଜ ଗଙ୍ଗ ଶିଉଳି ।।
ଦୁର୍ଗା ପୂଜା ପାର୍ବଣେ ହସେ ଧରଣୀ
ଶରତର ଆଗମନେ
ଧରାଧାମେ ବିଜେ ଜଗତ ଜନନୀ
ଖୁସି ଖେଳେ ଭକ୍ତ ମନେ ।।
ହସେ ଏ ଧରଣୀ ତୁମ ଆଗମନେ
କାଶତଣ୍ଡି ଗାଏ ଗୀତ
ଧରାଧାମେ ଆସ ମାଆ ଅବତରି
ଦଶଭୂଜ ଏ ଜଗତ ।।
ମାଆ ପୂଜା ପାଇଁ ସଜ୍ଜିତ ମଣ୍ଡପ
ନାନା ରଙ୍ଗ ବର୍ଣ୍ଣନେଇ
ଭକତେ ପୂଜନ୍ତି କର ତାଳ ଦେଇ
ହୁଳହୁଳି ଗୀତ ଗାଇ ।।
ସଙ୍କଟ ହାରିଣୀ ତୁହି ମାଁ ଜନନୀ
ମଙ୍ଗଳମୟୀ ମାଲୋତୁହି
ତୋହରି ସନ୍ତାନ ତୋ ଗୁଣ ଗାଆନ୍ତି
ଖୁସିର ପସରା ନେଇ ।।
ମହିସା ମର୍ଦ୍ଦିନୀ ମା’ ସିଂହ ବାହିନୀ
ପାପ ଦୁର୍ଗତି ନାଶିନୀ
ଶଙ୍ଖ, ଚକ୍ର, ଗଦା,ତ୍ରିଶୂଳ ଧାରିଣୀ
ସ୍ନେହ ପ୍ରେମ ପ୍ରଦାୟିନୀ ।।

Leave a Comment

Your email address will not be published. Required fields are marked *