ଏ ବର୍ଷ ଆସିଛି ରଜ
ହୋଇ ନୂଆ ସଜବାଜ
ଜମିବ ରଜ ମଉଜ।
ଖରା ଯାଇଛି ମଉଳି
ପିଲାଏ ହେଲେଣି ମେଳି
ଖେଳିବେ ବିଦ୍ୟୁତ ଦୋଳି।
ଦୋକାନେ ଦେଇଣ ଚିଠା
ମଗାନ୍ତି ଅନେକ ମିଠା
ତା ସାଥେ ବି ପୋଡ଼ ପିଠା।
ପାଦରେ ଚାଲିବା ମନା
କାର୍ ବୁଲିବା ଜମାନା
ଦେଖ ଟିକେ ବୁଲୁ ନନା।
ପାଦରେ ନାହିଁ ଅଳତା
ପିନ୍ଧି ହାଇ ହିଲ୍ ଯୋତା
ଦେଖି ଘୂରିଯାଏ ମଥା।
ମଲରୁ ଆସେ ପୋଷାକ
ଗୁଟୁଖା ଖିଆ ଶ୍ରୀମୁଖ
ଦେଖିଣ ଅଜା ଅବାକ୍।
ଦିନରେ କ୍ରିକେଟ ଖେଳ
ସନ୍ଧ୍ୟାରେ ସିନେମା ହଲ
ଆଈ ଚାହେଁ ବଲବଲ।
ରାଧାକୃଷ୍ଣ ଯୋଡି ଯୋଡି
ଉଠିନାହିଁ ନିଶ ଦାଢ଼ି
ବାଇକ୍ ଆସଇ ମାଡ଼ି।
ଫଳ ନୁହେଁ ଫଳ ରସ
ପିଇ ସର୍ବେ ଏବେ ଖୁସ୍
ମୁଖ ଗନ୍ଧ ଭୁସ ଭୁସ।
ନାହିଁ ରଜ ଖିଲି ପାନ
ନାଲି ଓଠ ରଙ୍ଗ ଦାନ
ଭେଣ୍ଡିଆଙ୍କୁ ଆକର୍ଷଣ।
ଜ୍ଞାନୀ ବନେ ମୁର୍ଖ ମୂଢ
ପାର୍କ ବାର ଭାରି ଭିଡ
ପ୍ରାଣୀ ଶବ କୁଢ଼ କୁଢ଼।
ଗାଁ ମୁଣ୍ଡେ ଡାକୁଛି ଗଜ
ଏତ ଏ କାଳର ରଜ
ନିଆରା ଏହା ମଉଜ।
ସନ୍ତୋଷ କୁମାର ପଣ୍ଡା ଗତିରାଉତପାଟଣା, କଟକ।
ଭ୍ରାମ୍ୟମାଣ ଦୂରଭାଷ:- ୮୨୪୯୦୨୧୪୨୪
ଇ-ମେଲ:- santoshkumarpanda.360.sp@gmail.com





