ପାର୍ବଣ

ପାର୍ବଣରେ ତୁମେ ଆସିଛ
ସର୍ବ ମଙ୍ଗଳମୟୀ,
ଭକତଙ୍କ ମନ ତୋଷୁଛ
ତୁମ ଦର୍ଶନ ଦେଇ l
ସ୍ୱାଗତ କରୁଛି ଶରତ
ପୁଷ୍ପ ଆଞ୍ଜୁଳି ଦେଇ,
ଜଳ,ସ୍ଥଳ,ନଭ ସୁନ୍ଦର
ତୁମ ଦର୍ଶନ ପାଇ l
ଧରଣୀ ଧରିଛି ଚାମର
କାଶତଣ୍ଡୀ ପ୍ରସୂନେ,
କୁମୁଦ କମଳ ଶୋଭନ୍ତି
ତବ ପଦ୍ମ ଚରଣେ l
ସ୍ୱଚ୍ଛ ସୁନିର୍ମଳ ଚୌଦିଗ
ତୁମ ଆଗମନରେ,
ସବୁଜ ପାଟରେ ଧରିତ୍ରୀ
ନଭ ସୁନୀଳାମ୍ବରେ l
ମାନବ ହୃଦୟ ସେମିତି କର
ସ୍ୱଚ୍ଛ ସୁନ୍ଦର

ଈର୍ଷା, ହିଂସା, ଦ୍ୱେଷ ଦୁରେଇ ଭର
ସ୍ନେହ ଆଦର l
ମମତା, ସୋହାଗ, ଶ୍ରଦ୍ଧାରେ ଭରୁ
ପ୍ରତି ଅନ୍ତର,
ଘୃଣା ରାକ୍ଷସକୁ ନିଧନ କର ଜନନୀ ମୋର l
ମାନବ ଅନ୍ତରୁ ଦାନଵ ଗୁଣ
ନିଅ ମା ‘ହରି,
ଦିବ୍ୟ ଜ୍ଞାନ ଭରି ସୃଷ୍ଟିକୁ
ଦିଅ ସୁନ୍ଦର କରି |
ସୁପଥ ଦେଖାଅ ମାତାଗୋ
ପଥହରl ସନ୍ତାନେ,
ଏତିକି ମିନତୀ ମାତା ଗୋ
ତବ ପଦ୍ମ ଚରଣେ l

Leave a Comment

Your email address will not be published. Required fields are marked *