ଶ୍ରମିକ ଦିବସ

ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟ
ନିଏ ସେ ସବୁ ସହି
ପରିବାର ବୋଝ ନିଏ ସହି
ସେ ଯେ ଶ୍ରମିକ ଭାଇ l

ଦିନ ସାରା ଖଟି ଦିଏ ଭେଟି
ପୁଅ ଝିଅ ପତ୍ନୀକୁ
ସବୁ ବିଘ୍ନ ନିଏ ମଥା ଘେନି
ହସାଏ ମାଁ ବାପକୁ l

ଆମେ ପାଉ ଯେ ତାଙ୍କରି ପାଇଁ
କେତେ ଖୁସି ଆନନ୍ଦ
ନ କରେ ଖାତିର ଖରା ବର୍ଷା
ନ ଥାଏ ପାଖେ ଛନ୍ଦ ll

ସୃଷ୍ଟି ବଞ୍ଚିଛି ତାଙ୍କରି ପାଇଁ
ତାଙ୍କୁ ନ ଯିବା ଭୁଲି
ନଥାଏ କେବେହେଁ ତାଙ୍କ ସ୍ୱାର୍ଥ
ଦିଅନ୍ତି  ଜଳାଞ୍ଜଳି ll

ଦୁଃଖ ବେଦନା ଦୂର ହୋଇଲେ
ଶ୍ରମିକଙ୍କୁ ଲାଘବ
ସମ୍ମାନ ଆଜି ଏ ଶ୍ରମିକଙ୍କୁ
ଦେଶ ପାଇଁ ଗରବ ll

Leave a Comment

Your email address will not be published. Required fields are marked *