ଭିଡ଼ ଭିତରେ ହଜିଗଲା
ଚିହ୍ନା ସମ୍ପର୍କଟିଏ,
ଗ୍ଳାନିର ଦେହରେ ଲୁଚିଗଲା
ହସ ଚିହ୍ନ ଟିଏ।
ସଜାଡିବାକୁ ସମୟ ବା
କେତେ ମୁଠା,
ଭାଙ୍ଗିଗଲେ ଶୀଳ ବା
କେତେ ବଟା।
କେବଳ ସଂସାର ନଈ ରେ
ଆହୁଲା ହିଁ ଗୋଟିଏ ରାସ୍ତା,
ଭାଙ୍ଗିଦେଲେ ଜୀବନ ବି
ଶେଷରେ ଗୋଟିଏ ପୃଷ୍ଠା।
ତାରକାର ମେଳେ ଜହ୍ନ ଆଜି
ଅଲୋଡ଼ା ନାଁ ଟିଏ,
ବାଟିକା ଦେହରେ ମାଳି ଏକ
ଅଜଣା ଚିହ୍ନ ଟିଏ।
ଛିଣ୍ଡିଗଲେ ସୂତା ବା
କେତେ କଣ୍ଟା,
ଲିଭିଗଲେ କାଳି ବା
କେତେ ଅଠା।
କେବଳ ସମୟ କଣ୍ଟାରେ
ପରିବର୍ତ୍ତନ ହିଁ ଗୋଟିଏ ପ୍ରଥା
ଲିଭିଗଲା ଆକାଶ ବି
ଶେଷରେ ଗୋଟିଏ ଚିତା।