ହନୁମାନ ଜୟନ୍ତୀ

ଓଡ଼ିଆ ନବବର୍ଷ ଆଜି ଆମର
ଆସ ସଭିଏଁ ହେବା ଏକ
ପ୍ରିୟ ଦିନ ଏ ଅଟେ ହନୁମାନ ଜୟନ୍ତୀ
ଶ୍ରଦ୍ଧାଳୁ ହେଲେଣି ଭାବୁକ ll

ଏ ତ ହନୁମାନ ଜୟନ୍ତୀ ପାଳନ୍ତି
ଓଡିଶାର ପ୍ରିୟ ଦିନ
ସଭିଁଙ୍କୁ କରୁଣା କର ହେ ହନୁମାନ
ପୂଜନ୍ତି ଓଡିଶା ଜନ ll

ନବ ପଞ୍ଜିକା ଆଜି ହେବ ଉନ୍ମୋଚନ
ସଭିଁଙ୍କ ଭାଗ୍ୟ ହେଉ ଉଦୟ
ଗୁହାରୀ ଘେନ ହେ ହନୁମାନ ଠାକୁର
ହରଣ କର ଦୁଃଖ,ଦାରୁଣ, ଭୟ ll

ଆଜ ତୁମ ପୂଜା ହେ ହନୁମାନ ଠାକୁର
କ୍ଷୀର,ଦହି ସାଥେ ହେବ ପଣା
ପିଇବା ସଭିଏଁ ପଣା ହେ ସଙ୍ଗାତ
ନ ହେବା ଆଉ ଯେ ବାଟବଣା ll

Leave a Comment

Your email address will not be published. Required fields are marked *