ଅକୁହା କଥା

ମନର କଥାକୁ କହି ସେ ପାରେନା
ଛଟପଟ ନିଇତି ହୁଏ,
ସମୟେ ସମୟେ ବୁଝାଇ ପାରେନା
ଜାଣିପାରେନି ଆପଣା ପର ଯେ  କିଏ ।।

କହିବା ଆଗରୁ ନୀରବି ଯାଏ ସେ
କାଳେ ଅପଦସ୍ତ ହେବ ନିଜର କିଏ ,
ଲୁହ ହୃଦେ ଥିଲେ ମଧ୍ଯ ତାକୁ ଯେ ଦେଖଇ
ସେ ଯାତନା ଛୁପାଇ ସ୍ମିତ ହାସ୍ୟ ଟିକେ ଦିଏ ।।

କାହାକୁ କହିବ ଦୋଷୀ କିଏ ତା’ର
ଦୋଷ ତ କରିଛି ସିଏ ,
ନିଜ ଅଧିକାର ନିଜେ ନ ରଖିକି
ଏବେ ଅଭିମାନ କଲେ ବୁଝାଇବ ତାକୁ କିଏ ।।

ମୁହୂର୍ତ୍ତ ମୁହୂର୍ତ୍ତ ଗଡ଼ି ସତେ ଯାଏ
ଗ୍ରୀଷ୍ମ ,ବର୍ଷା ,ଶୀତ କେତେ ଯାଏ,
ସବୁ ଦେଖି ଦେଖି ଅନ୍ତରକୁ ସିଏ
ସବୁବେଳେ ପଥର କରୁ ଯେ ଥାଏ ।।

କେତେ ଆଉ ନିଜକୁ ପାଷାଣ କରିବ
ରକ୍ତ ମାଂସ ରେ ବି ଗଢା ସିଏ,
ତା ହୃଦୟ ରେ ମଧ୍ୟ ଅକୁହା କଥାଡା
ଅନେକ ବେଦନା ଦିଏ
ଅନେକ ବେଦନା ଦିଏ ।।

▪️▪️▪️▪️

Leave a Comment

Your email address will not be published. Required fields are marked *