ଆଜି ମୁଁ କିଛି ଅଲଗା ଉପସ୍ଥାପନା କରୁଛି ହୁଏତ ଉପସ୍ଥାପନା ଟି ଟିକେ ଅଜବ ଲାଗିପାରେ କାରଣ ଉପସ୍ଥାପନା ଟି କାହାଣୀ ନୁହେଁ , ସେ ଥିଲା ମୋର ଅଧୁରା ସ୍ବପ୍ନ । ମୁଁ ଦେଖିଥିବା ସ୍ବପ୍ନ ଟି ଉପସ୍ଥାପନା କରିବାର ତାପର୍ଯ୍ୟ… ସେ ସ୍ୱପ୍ନ ରେ ମୁଁ ମୋ ଭଲପାଇବାକୁ ମୋ ସହ ପାଇଛି , ତା ସହ ସ୍ବପ୍ନ ରେ ବିତାଇ ଥିବା ସେ ସ୍ମୃତି ରେ ବହୁତ୍ ସାରା ଭଲପାଇବା , ମଜା ଓ ବିରହ ଭାବନା ମଧ୍ୟ ଅଛି ।
ଆଜିର ତା. ୧୩/୦୫/୨୦୨୨ . ସମୟ ବର୍ତ୍ତମାନ ରାତି ୦୧.୧୫ ।
ସବୁଦିନ ମୁଁ ବିଳମ୍ବ ରାତି ରେ ଶୁଏ କିନ୍ତୁ ଆଜି ମୁଁ ବହୁତ୍ ଶୀଘ୍ର ଶୋଇ ପଡିଥିଲି କିନ୍ତୁ ହଠାତ୍ ଉଠି ପଡ଼ିଲି ଦେଖେ ତ ବାସ୍ତବରେ ମୁଁ ଘରେ ଶୋଇଛି ଓ ସ୍ବପ୍ନ ଦେଖୁଛି । ଉଠି ସରିବା ପରେ ମନ ଟି ବହୁତ୍ ଦୁଃଖ ଲାଗିଲା କାରଣ ସ୍ୱପ୍ନଟି ସେମିତି ହିଁ ଥିଲା ।
ମତେ ସେ ସ୍ୱପ୍ନ ପୁରା ଦେଖିବାର ଥିଲା । ବାସ୍ତବତା ରେ ମୋ ଜୀବନର ସ୍ୱପ୍ନ ସାକାର ହେବା ପୂର୍ବରୁ ଯେମିତି ଅଧାରୁ ଭାଙ୍ଗିଯାଇଥିଲା ଠିକ୍ ଏ ସେମିତି ଅଧାରୁ ହିଁ ଭାଙ୍ଗିଗଲା ।
ମୁଁ ଜାଣିନି ଗୋଟେ ସ୍ବପ୍ନ କୁ କାହାଣୀ ର ରୂପ ଦେଇ ନିଜକୁ ପାଗଳ ବୋଲି ବିବେଚିତ କରିବାକୁ ଯାଉଛି ବୋଧେ ?
ସ୍ବପ୍ନ ଟି ବହୁତ୍ ସୁନ୍ଦର ଥିଲା, ଘଟିଥିବା ସେ ସମୟର ସମସ୍ତ ମୁହୂର୍ତ୍ତ କୁ ସଂକ୍ଷିପ୍ତରେ ଓ ନିର୍ଭୂଲ୍ ଭାବରେ ବର୍ଣ୍ଣନା କରୁଛି !
👇🏻👇🏻👇🏻👇🏻
ମୁଁ ମୋ ପରିବାର ସହ ଗାଁ ଛାଡ଼ି ସହରରେ ବହୁତ୍ ଖୁସି ରେ ରହୁଥିଲି.. ଏମିତି ସଂଧ୍ୟା ରେ ବାହାରେ ବୁଲୁ ବୁଲୁ ସେ ଝିଅ ସହ ଦେଖା ହୋଇଗଲା ଯାହାକୁ ମୁଁ ବହୁତ୍ ଭଲପାଉଥିଲି ଓ ଆଜି ମଧ୍ୟ ବହୁତ୍ ଭଲପାଏ ।
ମନରେ ବହୁତ୍ ଭୟ ମଧ୍ୟ ଥିଲା… ତା ସହ କଥା ହେବି କି ନାହିଁ ? କାରଣ କିଛି ଭୁଲ୍ ବୁଝାମଣା ହେତୁ ବହୁତ୍ ଦିନ ହେବ ତା ସହ କଥା ହୋଇ ନାହିଁ । ତଥାପି ମନରେ ସେ ଭୟକୁ ମାରି ତାକୁ ପଚାରିବାକୁ ଚେଷ୍ଟା କଲି କି ଏତେ ଦିନ ପରେ ଏଠି , ଆଉ କିଛି ଅସୁବିଧା ହୋଇଛି ନା କଣ ?
ସେ ମଧ୍ୟ ବହୁତ୍ ରାଗିକି ଥାଏ ,
ରାଗିକି ସେ ମତେ କହିଲା ହଁ ବୋଲି…
ତାପରେ ମୁଁ ବୁଝିବାକୁ ଚେଷ୍ଟା କଲି କି କଣ ହୋଇଛି ଓ ତାକୁ ମଧ୍ୟ ପଚାରିଲି !
ସେ ଉତ୍ତର ଦେଲା -:
ସେ ତାର ପାଠ ପଢା କୁ ନେଇ ବହୁତ୍ ଚିନ୍ତା ରେ ଅଛି। କାରଣ ତାର ପଢା ପାଇଁ ବହି ସବୁ ପୋଷ୍ଟ ଅଫିସ୍ ସାହାଯ୍ୟ ରେ ଆସିବା କଥା କିନ୍ତୁ କୌଣସି କାରଣ ରୁ ବହି ସବୁ ଆସିପାରୁନି ।
ଏମିତିରେ ପରୀକ୍ଷା ବି ପାଖେଇ ଆସିଲାଣି ଏବେ ସୁଦ୍ଧା ବହି ଆସି ପାରିଲାନି ।
କଣ କରିବ ଭାବିକି ଅଭିଯୋଗ କରିବାକୁ ଆସିଛି କାର୍ଯ୍ୟାଳୟ କୁ ।
ମୁଁ ତାକୁ ପଚାରିଲି କି ସନ୍ଧ୍ୟା ହେଲାଣି କାମ ଠିକ୍ ସେ ହେଲା କି ନାଇଁ ।
ସେ କହିଲା କି -: ନାହିଁ କାମ କଣ ହେବ ଏଯାଏଁ କାର୍ଯ୍ୟାଳୟ କୋଉଠି ଅଛି ସଠିକ୍ ବାଟ ପାଉନି ଦିନ ସାରା ଖୋଜି ବୁଲୁଛି ।
ହସ ଲାଗୁଥିଲେ ବି ହସିବାକୁ ଡର ଲାଗୁଥିଲା , କାରଣ ମତେ ଟିକେ ଡର ଲାଗେ ତାକୁ ।
ପରେ ମୁଁ ତାକୁ ପଚାରିଲି ଏବେ ଘରକୁ ଯିବୁ କେମିତି ଏତେ ବେଳ ହେଲାଣି ଆଉ ବସ୍ ବି ନଥିବ !
ତାପରେ ମୁଁ ତାକୁ ପଚାରିଲି ଖାଇଛୁ କି ନାଇଁ…ସେ ଧୀରେ ସେ କହିଲା …. ନା ଖାଇନି ଏଯାଏଁ
ତା ପରେ ତାକୁ ସାଙ୍ଗରେ ନେଇ ଗଲି… ସେ ଖାଇଲା ଆଉ ମତେ ବି ଜୋର୍ ଭୋକ ଲାଗୁଥିଲା ମୁଁ ବି ଖାଇଲି ।
ତାପରେ ମୁଁ ତାକୁ କହିଲି କି , ତୁ କୋଉଠି ରହିବୁ କି ଆଜି ତ ଆଉ ବସ୍ ବି ନାହିଁ ଘରକୁ ତ ଯାଇପାରିବୁନି ?
ସେତେବଳକୁ ସେ ବହୁତ୍ ଡରିଗଲାଣି କଣ କରିବ ଭାବିକି !
ମୁଁ ତାକୁ କହିଲି କି ଆମ ଘରେ ରହିଯିବୁ କାଲି ସକାଳ ହେଲେ ତୋ କାମ ସାରି ଘରକୁ ଫେରିଯିବୁ ଆଉ ।
ସେ ବହୁତ୍ ସମୟ ଭାବୁଥାଏ , କଣ କରିବ ବୋଲି ?
ମୁଁ କହିଲି :- କିଛି ଅସୁବିଧା ହେବନି, ରହିଯା ଏତେ ବେଳ ହେଲାଣି କୁଆଡେ ଯିବୁ ଏକୁଟିଆ ଝିଅ ଟା ହଇରାଣ ହେଇଯିବୁ !
ବହୁତ୍ ଭାବିବା ପରେ କହିଲା କି ହଉ ଠିକ୍ ଅଛି ।
ମୁଁ କହିଲି :- ଘରକୁ ଟିକେ ଫୋନ୍ କରି କହିଦେ , ଘରେ ବ୍ୟସ୍ତ ହଉଥିବେ ।
ତାପରେ ତାକୁ ନେଇ ମୁଁ ଆମ ଘର ଆଡ଼କୁ ଚାଲିଲି , ଘରେ ଯାଇ ତାକୁ ଛାଡିଲି ଆଉ ସବୁ ଅସୁବିଧା କଥା କହିଲି ।
ପରେ ମୁଁ ପୁଣି ବାହାରକୁ ପଳେଇଆସିଲି ବୁଲିବାକୁ। ବହୁତ୍ ଖୁସି ଲାଗୁଥାଏ ଯାହାକୁ ଏତେ ଭଲପାଉଥିଲି … ସେ ଏବେ ଆମ ଘରେ ।
ମୁଁ ବାହାରକୁ ଆସିଗଲି , ତା କାରଣ ମୁଁ ତାକୁ ଟିକେ ଡରେ … ତା ଆଗରେ ଅଧିକ ସମୟ ରହିପାରିବିନି ।
ଏମିତି ବହୁତ୍ ରାତି ଯାଏଁ ବାହାରେ ବୁଲୁଥାଏ ଓ ବହୁତ୍ ଖୁସି ରେ ବି ଥାଏ । ଏମିତି ବହୁତ୍ ରାତି ହେଇଗଲା ମୁଁ ବାହାରେ ବୁଲୁଛି ହଠାତ୍ ଜୋର୍ ସେ ବର୍ଷା ଆସିଲା । ତଥାପି ମୁଁ ସେ ବର୍ଷା ରେ ଓଦା ହୋଇ ବୁଲି ବୁଲି ଘରକୁ ଗଲି । ଘରକୁ ଯାଇ ଦେଖେ ତ ସେ ସୋଇନି ।
ମତେ ଟିକେ ରାଗିକି ଅନେଇଲା !
ମୁଁ ବି ଟିକେ ଡରିଗଲି , ଆଉ ଧିରେ ସେ କହିଲି ବର୍ଷା ହଉଥିଲା ତ ଆସି ପାରୁନଥିଲି । ସେ ଜୋର୍ ସେ ହସିବାକୁ ଲାଗିଲା ଆଉ କହିଲା ହଉ ।
ସେତେବେଳେ ମତେ ଲାଗୁଥିଲା କି ସତରେ ଯେମିତି ମୋ ଭଲପାଇବାକୁ ଆମ ଘରେ ଲକ୍ଷ୍ମୀ ରୂପରେ ପାଇଯାଇଛି !
ଏମିତି ନିଦ ବି ହଉ ନଥାଏ, ଲାଗୁଥିଲା କି ସମୟ ବି ବହୁତ୍ ଜଲଦି ଜଲଦି ପଳେଇଯାଉଛି ।
ଏମିତି ରାତି ଟା ପାଇବାକୁ କିଛି ଘଣ୍ଟା ବାକିଥାଏ , ମନେ ପଡ଼ିଲା କି ମୋ ପାଖରେ ଟଙ୍କା ନାହିଁ , ସକାଳ ହେଲେ ତାକୁ ନେଇ କେମିତି ତା ଲକ୍ଷ୍ୟସ୍ଥଳ ରେ ପହଞ୍ଚାଇବି ?
ATM ଟି ଘର ପାଖରୁ ଟିକେ ଦୂରରେ , ଭାବିକି ରାତି ପାହିବା ପାଇଁ ବହୁତ୍ ସମୟ ବାକି ଅଛି ଚାଲି ଚାଲି ପଳେଇବି ଆଉ ଫେରିଲା ବେଳକୁ ଠିକ୍ ସମୟ ହୋଇଯାଇଥିବ ।
ତାପରେ ମୁଁ ଟଙ୍କା ଉଠାଇବା ପାଇଁ ATM କାର୍ଡ ଟି ଧରି ଚାଲିଲି …
ଚାଲି ଚାଲି ଯାଇ ଟଙ୍କା ଉଠାଇଲି ଓ ପୁଣି ଘରକୁ ଫେରିଲି…
ହେଲେ ଘରକୁ ଫେରିବା ବାଟ ରେ ଗୋଟେ କୁକୁର ଦଳ ଙ୍କ ନଜରରେ ମୁଁ ପଡ଼ିଗଲି…
ସେ କୁକୁର ମତେ ଗୋଡ଼େଇବାକୁ ଲାଗିଲେ…
ମୁଁ ପୁରା ଡରିଯାଇଥିଲି , ଆଉ ଦୌଡିବାକୁ ଲାଗିଲି
ହେଲେ ସେ କୁକୁର ମୋ ପଛରେ ସେମିତି ଦୌଡୁଥାନ୍ତି …
ମୁଁ ଦୌଡ଼ି ଦୌଡ଼ି ଶେଷ ରେ ଗୋଟେ ହସ୍ପିଟାଲ ଭିତରେ ପଶିଯାଇଥାଏ ଆଉ ଭୁଲ୍ ରେ MORTUARY WARD ଭିତରେ ପଶି ଯାଇଥାଏ ଯେଉଁଠି ଶବ ରଖାଯାଏ ।
ବାସ୍ ହଠାତ୍ ଯାଇ ପହଞ୍ଚି ସରିବା ପରେ ସେଠି ଥିବା କର୍ମଚାରୀ ମାନେ ମତେ ଗାଳି କଲେ … ଓ ମୁଁ ତାଙ୍କୁ ବୁଝେଇବା ଭିତରେ ସେମାନେ ମୋ ହାତକୁ ଭିଡ଼ି କରି ଧରିନେଲେ ଆଉ ମୁଁ ଶବ କୁ ଦେଖି ହଠାତ୍ ଡରିଗଲି ଆଉ ଉଠି ପଡ଼ିଲି ।
ଉଠିକି ଦେଖେ ତ ମୁଁ ସ୍ବପ୍ନ ଦେଖୁଛି ।
ଉଠି ସରିବା ପରେ ମନକୁ ବହୁତ୍ କିଛି ଆସିଲା … ସେ ବାସ୍ତବରେ ହେଉ କି ସ୍ବପ୍ନ ରେ ମୋର ଆଶା ଓ ସବୁକିଛି ସ୍ବପ୍ନ ଏମିତି ଅଧାରୁ କଣ ପାଇଁ ଭାଙ୍ଗି ଯାଉଛି…
“ତାକୁ ନିଜର କରିପାରିଲିନି ସତ ହେଲେ…
ସେ ମୋ ସ୍ୱପ୍ନର ନାୟିକା ତ ହୋଇପାରିବ “





