ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ
ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।।
ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ
କିନ୍ତୁ ଏଠି ଏକାପନ ସମ ନିଜ ଶବ କୁ ନିଜେ ବୋହି ଚାଲିଛି।।
ଜୀବନ ର ନିଷ୍ଠୁର ବାସ୍ତବତା ମଧ୍ୟରେ ସ୍ଵପ୍ନ,କଳ୍ପନା,ସ୍ମୃତି,ଭବିଷ୍ୟ
ସବୁ ଆଜି ମୋତେ କଣ୍ଟକିତ ପଥରେ ଏକାକାର କରି ଯାଇଛନ୍ତି।।
ଜୀବନ ର ଏହି ଅଙ୍କାବଙ୍କା କଣ୍ଟକିତଭରା ଗୁଳ୍ମ ଆରଣ୍ୟ ପଥରେ
ମୃତ୍ୟୁର ନିକଟତର ହୋଇ ମୃତ୍ୟୁ ଶଯ୍ୟାରେ କଡ ଲେଉଟାଉଛି।।
ଅହରହ ଶତଚେଷ୍ଟା ଜାରି ରଖିଛି ମୃତ୍ୟୁ କବଳରୁ ବିଦଗ୍ଧ ଜୀବନକୁ
ଉତ୍ତପ୍ତ ମେଦିନୀର ଶୁଷ୍କ ବନାନୀ ବିଦଗ୍ଧ ଜୀବନେ ପ୍ରାଣ ଦେବାପାଇଁ।।
ଲାଞ୍ଛନା,ପ୍ରତାରଣା,ବିଷକୁ ଶୋଷି,ଶୋଷି ମୋ ଶରୀରର ପୁଳେ,ପୁଳେ
ମାଂସ କୁହୁଳି, କୁହୁଳି ଜଳି ଉଠନ୍ତି ମୋତେ ଏକାପଣ କରିବା ପାଇଁ।।
କଳାମେଘିଆ ମେଘ ପୃଥିବୀ ଉପରେ ପ୍ରଥମ ସ୍ପର୍ଶ ଦେବା ପୂର୍ବରୁ ମୋ
ଜ୍ବଳନ୍ତା ଜୁଇରେ ମୂଷଳ ଧାରରେ କୁଆପଥର ମାଡ କରି ଚାଲିଗଲା।।
ମୁଁ ଶରଶଯ୍ୟାରେ ଶୋଇ, ଇଛା ମୃତ୍ୟୁ ରାସ୍ତାରେ ଖୋଜିବୁଲେ
ନିଜ ବିରହ ନିଆଁରେ କହୁଳି ଜଳୁଥିବା ଅକୁହା ଅଦେଖା ଭାବନା।।
ହୃଦୟ ସ୍ପର୍ଶ କବିତା ସାର୍
ଆମେ ମାନେ ଅଛୁ ତୁମ ସାଥିରେ
ତୁମେ ଏକା ନୁହଁ 👍👍👍sup kabita
Thank you sir