ଆମେ କି ସତରେ ଓଡିଆ

ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ !
ନାହିଁ ଭାଷା ପ୍ରୀତି ଜାତି ସ୍ଵାଭିମାନ
ମନେ ମନେ କହୁ ଓଡ଼ିଆ
ଓଡ଼ିଆ ଭାଷାକୁ ଘୃଣ୍ୟ ମନ କରି
ଇଂରାଜୀ ଭାଷା କହୁ ବଢ଼ିଆ ,
କିଏ କହୁଅଛି, ଉତ୍ତର -ଦକ୍ଷିଣୀ
କିଏ କହୁଅଛି ପଶ୍ଚିମ ଓଡ଼ିଶା
ଏହା ଦେଖି ହସୁଛନ୍ତି ପାଖ ପଡିଶା
ଆମେ କି ସତରେ ଓଡ଼ିଆ ,
କିଏ କହେ ଜଗନ୍ନାଥ ମୋର
କିଏ କହେ ମହାନଦୀ ମୋର
ଆଉ ନାହିଁ ଉତ୍କଳର ସ୍ଵତନ୍ତ୍ର ସ୍ଥାନ
ଚାଲ ଯିବା ଏଥର ଗଙ୍ଗାସ୍ନାନ ,
କୋଟିଆ କେବେ ଆନ୍ଧ୍ରପ୍ରଦେଶର
ଖରସୁଆଁ କେବେ ଛତିଶଗଡ଼ର
ଓଡ଼ିଶାର ଆଉ ନାହିଁ ମାନଚିତ୍ର
ସେ ହୋଇଗଲାଣି ଏବେ ପଟ୍ଟଚିତ୍ର ,
ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ
ନାହିଁ ଭାଷା ପ୍ରିତୀ ଜାତି ସ୍ଵାଭିମାନ
ମନେ ମନେ କହୁ ଓଡ଼ିଆ ,
ଉତ୍କଳ ଦିବସ ବଦଳରେ ପାଳୁଛୁ
ଆମେ ବୋକା ଦିବସ
ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ !
ଉତ୍କଳ ମାଟିର ପୁଅ ଆଉ
ଓଡ଼ିଆ ଭାଷା କହୁନାହିଁ
କହୁଛି ସେ ଆଜି ଇଂରାଜୀ
ଆମେ କି ସତରେ ଓଡ଼ିଆ !
ଓଡ଼ିଆ ଭାଷାର ଜ୍ଞାନ ନାହିଁ ଆଜି
ଓଡ଼ିଆ ପୁଅ ପଢୁଛି ବିସିଏ
ଓଡ଼ିଆ ଓଡିଆ ଚିତ୍କାର କରୁଛୁ
ଆମେ କି ସତରେ ଓଡ଼ିଆ ,
ନାହିଁ ଭାଷା ପ୍ରୀତି ଜାତି ସ୍ଵାଭିମାନ
ମନେ ମନେ କହୁ ଓଡ଼ିଆ ।

Leave a Comment

Your email address will not be published. Required fields are marked *