ଆସୁଛି ଦୁର୍ଗାପୂଜା

ଶରତଋତୁର କାଶତଣ୍ଡୀଫୁଲ
ସମୀରରେ ଆଜି ନାଚୁଛି
ବରଷକେ ଥରେ ଦୁର୍ଗାମାଆ ମୋ
ନୂଆ ଅବତାରେ ଆସୁଛି ।।

ନୀଳ ଅମ୍ବର ମେଘଶୂନ୍ୟ ହୋଇ
ଖିଲିଖିଲି ହସ ହସୁଛି
ମୁକ୍ତାସମ ସେଇ କାକରବିନ୍ଦୁ ଯେ
ମନଲୋଭା ପୁଣି ଦିଶୁଛି ।।

ମହିଷାମର୍ଦ୍ଦିନୀ ସିଂହବାହିନୀ
ଧରାକୁ ତୁମକୁ ସ୍ୱାଗତ
ସର୍ବ ପାପତାପ ହରିନିଅ ମାଆ
ହୋଇ ପୁନର୍ବାର ଆଗତ ।।

ସୃଷ୍ଟି ତ ଆଜି ବିନାଶ ହେଲାଣି
ହୋଇଯିବ କେବେ ଧ୍ୱଂସ
ନାରୀଜାତି ଆଜି ଯାତନା ଭୋଗୁଛି
ହୋଇ ପୁଣି ତୁମ ଅଂଶ ।।

ଦେବୀମାତାଙ୍କୁ ଯେ କରନ୍ତି ସମ୍ମାନ
ନାରୀଜାତି ଏଠି ହୁଏ ବଦନାମ
ଶକ୍ତିଦାତ୍ରୀ ମାତା ଥରେ ଦିଅ ଟିକେ ମୁକ୍ତି
ତୁମ ପାଦପଦ୍ମେ ମନ କରୁଥାଉ ଭକ୍ତି ।।

1 thought on “ଆସୁଛି ଦୁର୍ଗାପୂଜା”

Leave a Comment

Your email address will not be published. Required fields are marked *