ଜୟ ମା ସିଂହ ବାହିନୀ ଦୁର୍ଗେ ଦୁର୍ଗତିନାଶିନୀ
ଦୟା ମୟୀ ମହାମୟୀ ବିଶ୍ୱ ଜନନୀ ,
ଆସ ମାଗୋ ଅବତରି ଅବନୀ ହୋଇଲା ଭାରି
ତୋ ପରଶ ପାଇ ଧନ୍ୟ ହେଉ ଧରଣୀ ।
ସହଜେ ଶରତ କାଳ କି ଶୋଭା ନଭ ମଣ୍ଡଳ
ଜାଣି ତୋ ଆସିବା ବେଳ ମନ ହରସ ,
ତୋ ସ୍ୱାଗତେ କାଶତଣ୍ଡି ଫୁଟି ହୋଇଅଛି ମଣ୍ଡି
ବିକଶି ଗଙ୍ଗଶିଉଳି ଵାଣ୍ଟେ ସୁବାଷ ।
ପଲ୍ଲୀ ରୁ ସହର ଯାଏଁ ଆଗମନୀ ଗୀତ ଗାଏ
ସାଜିଲାଣି ଧରା ଆଜି କେତେ ରଙ୍ଗର,
ଆସ ମା ସିଂହ ବାହିନୀ ଦେବୀ ଶୈଳ ନନ୍ଦିନୀ
ହସୁ ଏ ମରତ ସତେ ସରଗ ପୁର ।
ମା ଗୋ କଲ୍ୟାଣ ମୟୀ ଜଗତ କଲ୍ୟାଣ ପାଇଁ
ଆସ ମା ଦଶଭୁଜା ଦେବୀ ଭବାନୀ ,
ମହିଷାସୁର ମର୍ଦ୍ଦିନୀ ଶୁମ୍ଭ ନିଶୁମ୍ଭ ନାସିନୀ
ତ୍ରିଶୂଳ ଧାରିଣୀ ମା ଦେବୀ କାତ୍ୟାୟନୀ ।
ଆଦ୍ୟାଶକ୍ତି ମହାମାୟୀ ଜ୍ୟୋତିପ୍ରଭା ଜ୍ୟୋତିର୍ମୟୀ
ସେ ଜ୍ୟୋତିରେ ଉଦ୍ଭାସିତ ହେଉ ଜଗତ ,
ଆସ ମା ଭୁମାରୁ ଭୂମିରେ ମମତାମୟୀ ରୂପରେ
ତଵ କରୁଣା ଅମୃତ ପାଇଁ ତୃଷିତ ।
ଆସ ମା’ ସିଂହବାହିନୀ

ଖୁବ୍ ସୁନ୍ଦର ଆବାହନୀ …. 😊👌👌👌👏👏👏🙏