ଉତ୍କଳ ଗୌରବ ହେ ମଧୁସୂଦନ
ଓଡ଼ିଆ ଜାତିର ମାନ
କୋଟି ଓଡ଼ିଆର ମଉଡମଣୀ ହେ
ଓଡ଼ିଆଙ୍କ ସ୍ୱାଭିମାନ ll
ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର
ଉତ୍କଳ ଶ୍ରେଷ୍ଠ ବିନ୍ଧାଣି
ଯୁଗେ ଯୁଗେ ତବ ତ୍ୟାଗ ଉକ୍ତିମାନ
ଦଣ୍ଡାୟମାନ ଧରଣୀ ll
ରଖିବାକୁ ଏହି ଜାତିର ଗୌରବ
ବିପ୍ଲବେ ଦେଲ ଆହ୍ୱାନ
ଜାତି ପ୍ରାଣଧନ ଉତ୍କଳର ଛବି
ତୁମେ ହିଁ ଯୋଗ୍ୟ ସନ୍ତାନ ll
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନେ
ଗଢି ବହୁ ସମ୍ମିଳନୀ
ନିଜ ପ୍ରାଣ ଜାତି ସମୀପେ ଉତ୍ସର୍ଗେ
ଧରାଇ ନେଲ ମେଲାଣି ll
ଆହେ ବରପୁତ୍ର ପରମ ପୁରୁଷ
ଘେନ ଆମ ଶ୍ରଦ୍ଧାଞ୍ଜଳି
ପୁନଃ ଆଗମନ ହୁଅ ଧରା ବକ୍ଷେ
ଓଡ଼ିଆଙ୍କ ଏହି ଅଳି ll