ଉତ୍କଳ ଦିବସ

ଭାରତ ମାତାର କୋଳେ ଜନ୍ମିଛି
ଓଡିଶା ମାଟିକୁ ଛୁଇଁ
ଉତ୍କଳ ମାତାର ସନ୍ତାନ ମୁହିଁ
ଓଡିଶା ମୋ ଜନ୍ମ ଭୂଇଁ ll

ଫୁଟିଛି ଉତ୍କଳ ଭାଷା କମଳିନୀ
ସଭିଁଙ୍କୁ ମିଳୁ ଭାଷା ପ୍ରୀତି
ପୂର୍ଣ୍ଣ ହେଉ ଆଶା ସ୍ମାର୍ଟ ଓଡିଶା
ଲହରୀ ଉଠୁ ଓଡିଶା ଜ୍ୟୋତି ll

ଧନ୍ୟ ଏ ଓଡିଶା ଧନ୍ୟ ତା ଭାଷା
ଧନ୍ୟ ଏ ପୂଣ୍ୟ ନୀଳାଚଳ
ଏ ଦେଶ ନେତା ସ୍ୱୟଂ ଜଗନ୍ନାଥ
ଉତ୍କଳ ଭୂଇଁ ଆଜି ଚଳଚଞ୍ଚଳ ll

ଉତ୍କଳ ଭୂଇଁ ଗର୍ବେ ଆଜି ପ୍ରକମ୍ପିତ
ନିଜକୁ ଆମେ ଭାଗ୍ୟ ମଣିବା
କେତେ ପୂର୍ବପୁରୁଷ ଦେଲେ ବଳିଦାନ
ଯଶ ଅରଜିବା ତାଙ୍କ ଭଳିକା ll

ଓଡିଶୀ ନୃତ୍ୟ ଶୋଭା ରାଜି ଚମକୁଛି
ଏ ଉତ୍କଳ ଭୂଇଁ ପରମ୍ପରା ସାଜି
ଏକାମ୍ରକ୍ଷେତ୍ର ପାଲଟିଛି ଆମ ରାଜଧାନୀ
ଭୁବନେଶ୍ୱର ଏ ଉତ୍କଳ ଭୂଇଁ ବାଜି ll

ଓଡ଼ିଆ ପ୍ରାଣ ପ୍ରତିଷ୍ଠାତା ସେ ଯେ
ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ
ଥିଲେ ସେ ତ୍ୟାଗବୀର, ଅମ୍ଲାନ ପ୍ରତିଭା
ଥିଲା ଉତ୍କଳ ତୀରେ ତାଙ୍କ ବାସ ll

କୋଟି ଓଡ଼ିଆ ଯେ ଗୋଟିଏ ସ୍ଵରେ
କହିବା ଆମେ ସ୍ୱାଭିମାନୀ
ଏ ଉତ୍କଳ ବୀରଙ୍କ ପାଇଁ ହୋଇଛି ସମ୍ଭବ
ଧନ୍ୟ ଉତ୍କଳ ଏ ଜନନୀ ll

Leave a Comment

Your email address will not be published. Required fields are marked *