କବି ହୃଦୟର ଲେଖନୀ ସ୍ପର୍ଶରେ
ଶବ୍ଦରେ ଶବ୍ଦକୁ ଛନ୍ଦେ,
କବିତା ପ୍ରେମିକା କବି ମାନସରେ
ନାଚଇ ତାରୁଣ୍ୟ ଛନ୍ଦେ ।
ରାତି ପଣତରେ ସପନ ସେ ଆଙ୍କେ
ବିଷାଦ ମନେ ଉଲ୍ଲାସ ,
ମଧୁର ବଂଶୀର ଗୁଞ୍ଜନରେ ଭରେ
ହୃଦୟେ ପ୍ରୀତି ଉଛ୍ୱ।ଶ ।
କବିତା ଜଗାଏ ପ୍ରାଣରେ ସ୍ପନ୍ଦନ
ହୋଇ ଆବେଗର ସ୍ୱର ,
ପୁଣି କେବେ କବି ହୃଦୟକୁ ଛୁଏଁ
ଆର୍ତ୍ତ କୋଟି ଯନ୍ତ୍ରଣାର ।
ସ୍ବପ୍ନ କବିର ମଧୁମୟ ବିଶ୍ୱ
କବିତା ଯେ ତା’ର ଭାଷା ,
ଚିରୀ ଅନ୍ଧକାର ଉଷା ପ୍ରକଟଇ
ମନେ ଭରି ଦିଏ ଆଶା ।
ମଳୟ ଡେଣାରେ ଉଡି ଉଡି ବୁଲେ
ବାଣ୍ଟି ପ୍ରେମ ହୃଦୟର ,
କବିତା ଏକ ପ୍ରେମିକା ଟିଏସେ
ନଛାଡେ ହାତ କବିର ।
ଅଳିର ଅଳୀରେ କରେ ପୁଲୋକିତ
ଫୁଲେଇ ଫୁଲ ହସରେ ,
ମନ ଯମୁନାରେ ବୁହାଏ ଉଜାଣି
ରଙ୍ଗୀନ ପ୍ରୀତି ଭାଷାରେ ।