କବିତା;
ତୁମେ ବୈଶାଖ ମାର୍ତ୍ତଣ୍ଡ ତାପେ
ଜ୍ୟେଷ୍ଠର ତୀକ୍ଷ୍ଣ ପ୍ରକାଶେ,
ଆଷାଢ଼ ଅମିୟ ଧାରେ
ପୁଣି ଶ୍ରାବଣ ତଟିନୀ ତୀରେ ।
କବିତା;
ତୁମେ ଭାଦ୍ରବ ଭାଗ୍ୟର କୋଳେ
ଆଶ୍ୱିନ ପୂଜା ପାର୍ବଣେ,
କାର୍ତ୍ତିକ ବୋଇତ ମଙ୍ଗେ
ମଗୁଶୁର ଶ୍ରୀ’ଙ୍କ ଚରଣେ ।
କବିତା;
ତୁମେ ପୌଷର ପୀୟୂଷ ସ୍ପର୍ଶେ
ମାଘର ଶୁଭ୍ର ଶିଶିରେ,
ଫଗୁଣର ପ୍ରୀତି ରଙ୍ଗେ
ଚୈତ୍ରର ଚିତ୍ରିତ କରେ ।
ହେ କବିତା !
ପ୍ରତି ଭାବୁକର ଲେଖନୀ ତୀରରେ
ଶିକାରଟା ପରା ତୁମେ…!