କଳା ଠାକୁର

ଶୂନ୍ୟ ଅଞ୍ଜଳିକି ପୂର୍ଣ୍ଣ କରିବ ମୋ
ହେ ପ୍ରଭୁ କଳା ଠାକୁର,
ଭରସା କରିଛି ତୁମକୁ ହେ ପ୍ରଭୁ
ଶୁଣିବ ଦୁଃଖ ମୋହର l

ଅନାଥର ନାଥ ତୁମେ ଜଗନ୍ନାଥ
ଆଶ୍ରା ତୁମେ ଜଗତର,
ଦୁଃଖ ହର ବୋଲି ତୁମେ ଦୁଃଖହାରି
ମୁଁ ଦୁଃଖୀଟେ ଦୟା କର l

ତୁମେ ଦୟାମୟ ମଙ୍ଗଳ ଆଳୟ
ଗଢିଛ ସାରା ସଂସାର,
ତୁମ ଇଙ୍ଗିତରେ ଚାଲେ ଏ ଦୁନିଆଁ
ବିଶ୍ୱ ତୁମ ଖେଳଘର l

ଵିନ୍ଦୁଏ କରୁଣା ସିନ୍ଧୁ ମୋହ ପାଇଁ
ବେଶୀ ଲୋଡ଼ା ନାହିଁ ମୋର,
କି ଭାବେ ଡାକିଲେ ଶୁଣିବ ଗୁହାରି
କହିଦିଅ କର୍ଣ୍ଣେ ମୋର l

ମହାବାହୁ ବୋଲି ଆଶରା କରିଛି
ଟେକି ଦିଅ ଦୁଇ କର,
ମୋ ଦୁଃଖ ପାହାଡ଼ ଘୁଞ୍ଚିଯିବ ହେଳେ
ଥରେ ଅନୁଗ୍ରହ କର l

Leave a Comment

Your email address will not be published. Required fields are marked *