କାଳିଆ

କାଳିଆ

କି ଭାବ ଲଗେଇ ଦେଇଛ କାଳିଆ
ମନ ମୋର ଯାଏ ଭିଜି
ଜୀବନ ତରୀଟି ନେଉଛି ମୁଁ ବାହି
ତୁମ ନାମ ଭଜି ଭଜି |
ସ୍ଵାର୍ଥର ଆହୁଲା ଯତନେ ଧରିଛି
ପାରେନା ନିଜକୁ ଭୁଲି
ଅଜ୍ଞାନ ଏ ମନ ହୁଏ ଛନଛନ
ପାପପଙ୍କେ ବୁଡେ ଖାଲି |
ତୁମ ନାମ ଗାଏ ଯେତେ ଜପୁଥାଏ
ସେତେ କିଆଁ ଦୂରେ ରୁହ
ଅଭାବୀ ଏ ମନ ବୁଝେନା ଜୀବନ
ମିଛ ମାୟାର ଏ ମୋହ |
ଭାବ ବିନୋଦିଆ ତୁମେ ତ କାଳିଆ
ମୋ ଭାବନାର ମହାସିନ୍ଧୁ
ଦିବସ ରଜନୀ ତୋ ବିନା ବିତୁନି
ତୁ ଏକା ପରମବନ୍ଧୁ ।।

ସୁନୀତା…

Leave a Comment

Your email address will not be published. Required fields are marked *