ସମସ୍ତଙ୍କର କାହାଣୀ ପସନ୍ଦ
କେବେ ରାଜା ରାଣୀଙ୍କ କାହାଣୀ
ତ କେବେ ବାଘ ମାମୁଁ ର କାହାଣୀ
ନହେଲେ ରଜା ପୁଅ ଆଉ କାଠୁରିଆ ଝିଅର କାହାଣୀ !!
ଏମିତି କେତେ କାହାଣୀ ଶୁଣେଇଥିଲା ଜେଜେ ମା
କିନ୍ତୁ ଆଜିର ସମାଜ ଗଢି ଦଉଛି ଅନେକ କାହାଣୀ
କିଛି ମୁହୂର୍ତ୍ତ ମଧ୍ୟରେ ,
ଆଉ ସେ କାହାଣୀର କେ ନାୟକ ତ କେ ନାୟିକା
ନହେଲେ
କେବେ କେବେ ଆସିଯାଏ ଖଳନାୟକ କି ଖଳନାୟିକା !!
ସେଇଠୁ ହୋଇଉଠେ କାହାଣୀ ରୋମାଞ୍ଚକର
ଯେବେ ନାୟକ ଓ ନାୟିକା ଜୀବନରେ ଆସେ
ଅନେକ କଷଣ ,
ତାପରେ କାହାଣୀ ନିଏ ମଜାଦାର ରୂପ ….
କେବେ ଲାଗିଯାଏ ମଧୁକୁଞ୍ଜ ଧୂପ
ନହେଲେ ଜଳୁଥାଏ ଜୀବନର ଅଖଣ୍ଡ ଦୀପ
ଏମିତି କେତେ କାହାଣୀ ଭିତରେ
ହଜିଯାଏ ଛବି ଆଉ କିଏ ସାଜିଯାଏ କବି …!!
କାହାଣୀ ଲେଖିଲା ବେଳକୁ
ରୂପ ରୂପାନ୍ତର କରିବା ଅନେକ କଷ୍ଟ
ଯେପରି ଜୀବନର ନାଟକରେ ହାରିବା
ସହଜ କିନ୍ତୁ ଜିତିବା କଷ୍ଟ !!
▪️▪️▪️▪️