ଜଗନ୍ନାଥ ଶରଣ

ଜଗତ ଜନଙ୍କ ଦୁଃଖରେ
ଦୁଃଖି ହେଉବୋଲି ସତରେ
ଦୁଃଖ କହିବିନି ତତେ ଯଦି ଆଉ
କହିବି କା ଆଗେ କହରେ…!

ସୁଖ ଜମା ଲୋଡ଼ା ନାହିଁ ରେ
ନାହିଁ ଲୋଡ଼ା ଧନ ଜନରେ
ଐଶ୍ୱର୍ଯ୍ୟ ସପନ ଦେଖିବାକୁ ମନ
ନାହିଁ ତୁ ଏକା ମୋର ଧନ ।।

ଜୀବ ଗଲାବେଳ ଦୟାରେ
ତୋ ନାମ ଧରିବି ତୁଣ୍ଡରେ
ତୁଳସୀର ଜଳ ମିଳୁ କି ନମିଳୁ
ତୋ ମୁହଁ ଥାଉ ସ୍ମୃତି ପଟରେ।।

ଗଲା ଆଇଲାରେ ଯେବେବି
ତୋତେ ଡାକୁଥାଏ କେହିବି
ଅନ୍ଧ ହୋଇଥିଲେ ଚକ୍ଷୁ ପାଇଯାଏ
ଶୁଷ୍କ ତରୁ ଯାଏ ପଲ୍ଲବୀ ।।

ତୁମରି କୃପାର କର୍ପୂର
ମହତ୍ୱ ବୁଝିଛି ବୋଲି ତ ଚାଲିଛି
ସାରୁଛି ଆୟୁଷର ଗାର।।

ଜଗନ୍ନାଥ ଶରଣ ମମ
ଡ଼ର ନାହିଁ ଭୟ ନାହିଁ ମୋର ଜମା
ପାପ ପୁଣ୍ୟ ଥାଉ ଅବା ଖାଲ ଖମା
ତୁମ ଶରଣେ ଶୁଭ ସବୁ କାମ।।

1 thought on “ଜଗନ୍ନାଥ ଶରଣ”

  1. Venkatesh prasad pani

    ବହୁ ହୃଦୟସ୍ପର୍ଶୀ ହୋଇଛି, ଓଡ଼ିଆ ଜାତି ତାର ସର୍ବସ୍ବ ସେହି ପ୍ରଭୁ ଙ୍କ ପାଖେ ସମର୍ପିତ କରି ,ନିଶ୍ଵ ହୋଇ ମଧ୍ୟ ସେ ସର୍ବସ୍ବ ପାଇଛି। କବିତା ଟି ପଢି ବହୁତ ଖୁସି ଲାଗିଲା।

Leave a Comment

Your email address will not be published. Required fields are marked *