ଜହ୍ନ ! ତୁ କେତେ ସୁନ୍ଦର

ଜହ୍ନ! ତୁ କେତେ ସୁନ୍ଦର
ପ୍ରେମିକ ପାଇଁ ତୁ ମୁଖ ପ୍ରେମିକାର,
ମାତା ପାଇଁ ତୁ ମୁଖ ସନ୍ତାନର
ଜହ୍ନ ! ତୁ କେତେ ସୁନ୍ଦର।

ତତେ ଦେଖି ଇର୍ଷା କରେ ଅନ୍ଧକାର
ତୋର ପାଇଁ ରାତି ହୁଏ ମଧୁର,
ତୋର ଆଲୋକ ଦିଏ ଶୀତଳ
ଜହ୍ନ ! ତୁ କେତେ ସୁନ୍ଦର ।

ଯୋଛନା ତୋ ଭରିଦିଏ ସଂସାର
ଆକାଶ ପାତାଳ ଲାଗେ ଧୂସର,
ଶ୍ୟାମଳ ଅଟେ ସିନା ରୂପ ତୋର
ଜହ୍ନ ! ତୁ କେତେ ସୁନ୍ଦର ।

ପଙ୍କରେ ପଦ୍ମ ଫୁଟିବା ପରି
ତିମିରିକୁ ଦୀପଟିଏ ପରି,
ଦୁଃଖ କରିଥାଉ ସମସ୍ତଙ୍କ ଦୂର
ଜହ୍ନ ! ତୁ କେତେ ସୁନ୍ଦର।

ତତେ ନଦେଖି ମନ ହୁଏ ଅଧିର
ତତେ ପାଇ ଦୂର ହୁଏ ଅନ୍ଧକାର,
ଦେଖାଯାଉ ତୁ ସବୁଠୁ ମଧୁର
ଜହ୍ନ ! ତୁ କେତେ ସୁନ୍ଦର ।

ପୂର୍ଣ୍ଣିମାରେ ତୁ ପୂର୍ଣ୍ଣ ଦେଖାଯାଉ
ଅମାବାସ୍ୟାରେତୁ ଅଧା
ଦେଖିଦେଲେ ତତେ ବ୍ୟାଧି ହୁଏ ଦୂର
ଜହ୍ନ ! ତୁ କେତେ ସୁନ୍ଦର ।

Leave a Comment

Your email address will not be published. Required fields are marked *