ମୁଁ ତୁମକୁ ଚାହେଁ
କେବଳ ତୁମର ହେବାକୁ ଚାହେଁ
ନୁହେଁ ଆଉ କାହାର
ମୁଁ ତୁମ ସାଥୀ ହେବାକୁ ଚାହେଁ
ଖାଲି ଏଇ ଜନ୍ମର ନୁହେଁ
ସାତ ଜନ୍ମର…… !
ମୁଁ ତୁମ ବନ୍ଧୁ ହେବାକୁ ଚାହେଁ
କେବଳ ଆଜିର ନୁହେଁ
ସବୁ ଦିନର….. !
ମୁଁ ଫଗୁଣ ଟିଏ ହେବାକୁ ଚାହେଁ
ଆଉ କାହାର ନୁହେଁ
ତୁମ ବସନ୍ତର… !
ମୁଁ ଲାଲ୍ ରଙ୍ଗଟିଏ ହେବାକୁ ଚାହେଁ
ଇନ୍ଦ୍ରଧନୁର ନୁହେଁ
ତୁମ ପ୍ରେମର…. !
ମୁଁ ରାଣୀଟିଏ ହେବାକୁ ଚାହେଁ
ତୁମ ରାଜ୍ୟର ନୁହେଁ
ତୁମ ହୃଦୟର…. !❤️