ନୀଳ ଜହ୍ନ

ହୁଏତ ନୀଳ ଜହ୍ନଟିଏ
ଉଇଁ ଆସିବ
ପାହାଡ ସେପାରି ରୁ ,
ଅଜଣା କେଉଁ ଏକ
ପକ୍ଷୀର ସୁନ୍ଦର ସଙ୍ଗୀତ ରେ
ସମ୍ମୋହିତ ହେଉଥିବ ଆଖପାଖ

ତମେ ଆସିବ
ପତ୍ର ଫାଙ୍କରୁ ଝରି ପଡୁଥିବା
ଜହ୍ନ ଆଲୁଅରେ ଛପି ଛପି
ଏବଂ ତମ ଆସିବାର ବାସ୍ନାରେ
ମହକି ଉଠିବ ଅମାନିଆ ପବନ

ଚୁପି ଚୁପି ହସୁଥିବ
ଲାଜ କୁ ଲୁଚେଇ ବାର ଚେଷ୍ଟା ରେ ଜହ୍ନ
ଅପୂର୍ବ ଅନୁରାଗ ରେ
ସତେ ଅବା ଆତ୍ମହରା ହେବି
ମୁକୁଳିତ ହୋଇଯିବ
କଳିକାଏ ସ୍ୱପ୍ନ ମୋ ପାଇଁ

ସେ ସ୍ୱପ୍ନରେ ରହିଥିବ
କବିତା ର ମଧୁମୟ ଉପତ୍ୟକା ଟିଏ
ସେ ଉପତ୍ୟକାରେ ଥିବ
ତୁମେ ପରା ମୋ ପାଇଁ
ମୋ କବିତା ର ନାୟକ ହୋଇ ।।

Leave a Comment

Your email address will not be published. Required fields are marked *