ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
କେତେ ନୂଆ ସଜ ବାଜ
ବଉଳ ଲୋ
କେତେ ନୂଆ ସଜ ବାଜ |
ଓଡିଶା ମାଟିର ଜନଜୀବନ
କୃଷି କର୍ମ ସାରି ମନ ଉଚ୍ଛନ୍ନ
ଖେଳ କଉତୁକମଜାରେ ମଜାରେ
ରଜ ପରବେ ହୋଇ ମଗନ
ବଉଳ ଲୋ
ପରବେ ହୋଇ ମଗନ–୧
ତିରିଶି ଜିଲ୍ଲାର ତେତିଶ ମନ
ଭାଷା ଜ୍ଞାନ ଜାର ଯେତେ ଯତନ
ନିଜ ଭାବରେ ରଜ ଏସନ
ବଉଳ ଲୋ
ଗୋଟି ଗୋଟି ମୁଁ କହୁଛି ଶୁଣ–୨
କଟକିରଙ୍ଗ ପିଆଜ
ବରଷକେ ଥରେ ଆସିଛି ରଜ
କଳାସଂସ୍କୃତିମାଟିରେ ହୁଅନ୍ତି ସଜ
ବଉଳ ଲୋ
କଳା ସଂସ୍କୃତିରେ ସଜ ବାଜ–୩
ପାଦରେ ଅଳତା ନାଇ
ମଥା କୁ ସଜାନ୍ତି ଯତନ ହୋଇ
ଖାଇ ବାକୁ ପୋଡ଼ ପିଠା
ବୁଲନ୍ତି ସେ ସାହି ସାହି
ମୁଖେ ରଜ ପାନ ଖିଲି ଦେଇ
ବଉଳ ଲୋ
ମୁଖେ ରଜ ପାନ ଖିଲି ଦେଇ—୪
ଏକାମ୍ର କାନନ ଖୁରୁଧା ମାଟି
ପାଇକ ଖଳାରେ ବସଇ ଖଟି
ବୀର ରକ୍ତ ହୋଇ ତେଜିଆନ
ସୀମା ଜଗିଛି ବୀର ଯବାନ
ଜୟୀ ରାଜଗୁରୁ ତା ସନ୍ଧାନ
ବଉଳ ଲୋ
ଜୟୀ ରାଜଗୁରୁ ତା ସନ୍ଧାନ–୫
କୋଣାର୍କ ମାଟିକୁ ଦେଖ
ବିଶୁ ମହାରଣା ନାମଟି ରଖ
ପୁତ୍ର ଦାନ ଦେଇ ରଖିଲା ଜାତିକୁ
ଲମ୍ଫ ଦେଲା ବାଳ ଧର୍ମ ପଦ
ବଉଳଲୋ
ଲମ୍ଫ ଦେଲା ବାଳ ଧର୍ମପଦ–୬
ଜାତି ଇତିହାସେ ନାମ ତାର
ରାଜା ଲାଙ୍ଗୁଳା ହୋଇଲେ ସାର
ବାଳ ଅର୍କ ରାଜା ପୁରେ ହୋଇ ସଜା
ଉଡ୍ର କିରତିରେ କଲେ ଘର
ବଉଳ ଲୋ–୭
ନୀଳାଚଳ ଧାମ ମୁଖେ ଚାଲ
ରାମ ଚଣ୍ଡୀ ଦେବୀ ଅଛନ୍ତି ଭଲ
କଳା ପାହାଡ଼ ବସାଇ
ଜଳ ଆଣି ଯାଇ
ନାରୀ କୁଳର ବୁଦ୍ଧିକୁ ମାନ
ବଉଳ ଲୋ–୮
ରାଜା ନୀଳାଚଳ ଧାମେ
ଜଗତ ନାଥ ସେ ଭବେ
ପଦ୍ମାବତୀ ଆଣି
ପୁରୁଙ୍କ ଗରବ
ପୁରାଇଲେ ମନୋରଥ
ବଉଳ ଲୋ
ପୁରାଇଲେ ମନୋରଥ–୯
ନୀଳଚକ୍ର ବନାଉଡେ
ତେତିଶ ଦେବତା ଯାହାଙ୍କ ତୁଲେ
ମର୍ତ୍ତ ବୈକୁଣ୍ଠ ରେ ସେ
ଝୁଲଣ ଦୋଳି ରେ ଝୁଲେ
ବଉଳ ଲୋ
ଝୁଲଣ ଦୋଳିରେ ଝୁଲେ–୧୦
ସୁର ବୀର ରାଜା ଘର
ଜଳ ନାହିଁ ଢେଙ୍କାନାଳ
ଗଜ ଲକ୍ଷ୍ମୀ ଘର, ବରା ପିଆଜର
ଅଟେ ନାମ ପ୍ରସିଦ୍ଧି ତାହାର
ବଉଳ ଲୋ
ଅଟେ ନାମ ପ୍ରସିଦ୍ଧି ତାହାର—୧୧
ଜୀବନ ବାଜିରେ ବାଜିରାଉତ
ଦେଶ ପାଇଁ ପ୍ରାଣ ଦେଇ
ଯଶ ରଖିଲା କାଳ କାଳ କୁ
ଇତିହାସେ ନାମ ଥୋଇ
ବଉଳ ଲୋ
ଇତିହସେ ନାମ ଥୋଇ—୧୨
ଅନୁଗୁଳ ବୀରମାଟି
ପାଇକ ଆଖଡା ଭେଳିକି ଭେଳି
ସୋମନାଥ ସମାଧନେ
କଲେ ମେଳି
ବଉଳ ଲୋ—-୧୩
ଆସ ବୁଲି ଯିବା ସମ୍ବଲପୁର
ହସ୍ତ ତନ୍ତ ରେ ସେ ଗନ୍ତାଘର
କଳା ସଂସ୍କୃତିରେ ଝଲକ ବୁଣେ
ଦେଶ ବିଦେଶ ରେ କଳାକୁ ଜିଣେ
ବଉଳ ଲୋ
ଦେଶବିଦେଶରେକଳାକୁ ଜିଣେ-୧୪
ଶେଫାଳିସ୍ନାତା ତରୁଣୀ
ଭୁରୁ ଭୁରୁ ଗନ୍ଧେ ମନକୁ ଜିଣେ
ମୃଦୁ ହସରେ ଯାଆନ୍ତି ଜିଣି
ବଉଳଲୋ
ମୃଦୁ ହସରେ ଯାଆନ୍ତି ଜିଣି–୧୫
ବନପ୍ରାନ୍ତେ ନିର୍ଝରିଣୀ ହୋଇ
କ୍ଷେତ ଧାରରେ ଗତି କରଇ
ଉପହାସ କରେ ସମୀର କୁ ପରା
କଳା ବାଦଲେ ଯେହେଁ ମୟୁର
ଚାଷ କାମରେ ବଡ଼ ଆତୁର
ବଉଳଲୋ
ଚାଷ କାମରେ ବଡ଼ ଆତୁର–୧୬
ବନଭୂମି ଫଟାଏ ସେ ସୂରେ
ଚିତ୍ତା କୁଟାଏ ସେ ପୁରେ ପୁରେ
କଳାକାର ହୋଇ ଜନମ ହୁଏ
ବିଶ୍ୱ ରୂପକୁ ସେ ମୋହିନିଏ
ବଉଳ ଲୋ
ବିଶ୍ୱ ରୁପକୁ ସେ ମୋହିନିଏ–୧୭
ଭଞ୍ଜ ନୃପ ବନ କଥା କହେ
ଦାନୀମାନି ଗୁଣ ଶୋଭାପାଏ
ଧୀର ନମ୍ରତା ର ଗୁଣଗାଏ
ଭାବ ଭାଷା କୁ ସନମାନ ଦିଏ
ବଉଳଲୋ
ଭାବ ଭାଷା କୁ ସମ୍ମାନ ଦିଏ–୧୮
ରଜ ଦୋଳିରେ ଆସ ବସିବା
ଶିଶୁ ସନ୍ତାନେ ମହକ ଦେବା ସାରା ରାଇଜ ଆମ ବିନ୍ଧାଣି କିପରି
ତାର ଗୁଣ କୁ ଆମେ ଗାଇବା
ବଉଳ ଲୋ
ତାର ଗୁଣ କୁ ଆମେ ଗାଇବା–୧୯
ରସ ରାଇଜେ ରସିକ ବସି
ଆଖିରେ ଆଖିରେ ଇସାରା ରଖି
କବିତା ସବିତା ସେ ଅବଳା ଲତା
ରୂପ ଗୁଣ ରେ ହୁଏ ସେ ମାଖି
ବଉଳ ଲୋ
ରୂପ ଗୁଣ ରେ ହୁଏ ସେ ମାଖି–୨୦
ଜ୍ୟେଷ୍ଠ ମାସ ଖରା ଚାଇଁ
ମାତା କୌଶଲ୍ୟା ଭାଳେଣି କରଇ
ବନେ କି କରୁଥିବେ ଦୁଇ ଭାଇ
ଆଖିରେ ପଲକ ନାହିଁ
ବଉଳ ଲୋ
ଆଖିରେ ପଲକ ନାହିଁ—୨୧
ଲହଙ୍ଗା ବାଉଁଶ ଡାଳ
ଆଜିଠୁ ସରିଲା ମୋ ଖେଳ ଘର
ଛାଡି ଚାଲିଯିବି ସାଙ୍ଗମେଳ
ବଉଳ ଲୋ
ଛାଡି ଚାଲିଯିବି ସାଙ୍ଗମେଳ–୨୨
ଓଡିଶା ରାଇଜ ଆମ
ଭେଦ ଭାବ ଭୁଲି ରହିଛନ୍ତିରାଜା
ଜଗତ ପତି ସେ ମରତ ବୈକୁଣ୍ଠ ଧାମ
ବଉଳ ଲୋ
ମରତ ବୈକୁଣ୍ଠ ଧାମ–୨୪





