ପ୍ରିୟତମା

କାନ ଝୁମକାକୁ,
ନାକରେ ନୋଥ।
ତିରଛି ଆଖି ଚାହାଣୀ,
ହଜେଇ ଦିଏ ମୋ ନିଦ।
ନାଲି ଓଠକୁ,
ହାତେ ଗୋଲାପୀ ଚୁଡି।
ମଥା ବିନ୍ଦିକୁ,
କଳାଜାଇର ସେ ଯୋଡ଼ି।
ଏ ପ୍ରେମ ଇନ୍ଦ୍ରିୟ ତୁମଠାରେ କରି ବାସ
ଦିନରାତି ମୋହିନୀ ସାଜି
ମତେ କରେ ତୁମ ଦାସ।

ଆଗୋ ଅଳସୀ ଅରଣ୍ୟା,
ତୁମେ ତ ଜୁଆରୀ ବନ୍ୟା।
ଅନଳ ନୟନେ,
ତୁମେ ଶିଥିଳ କନ୍ୟା।
ମୋ ତୃଷାର ତୃଷ୍ଣା ତୁମେ,
କେବେ ବରଷା ଝର।
ବୈଶାଖର କେବେ ତୁମେ,
ଜଳଜର ସ୍ୱର।
ଶୀତୁଆ ସକାଳରେ,
ତୁମେ କୁହୁଡ଼ି ଭର।
ଉଷ୍ମତାର ଏକ ରୂପ ମଲ୍ଲ୍ହାର।
ଉଷ୍ମ ଉଦରରେ ଉଷ୍ମ ଗଣ୍ଡାଦେଶ
ତୁମ ଉଷ୍ମ ବକ୍ଷେ କରି ମୁଁ ବାସ
ଉଷ୍ମତା ମୁଁ ପ୍ରତୀକ୍ଷଣେ କରଇ ଶ୍ଵାସ।

Leave a Comment

Your email address will not be published. Required fields are marked *