ଆପଣ କହିବାରୁ ମୁଁ ମୋର ଘଟିଯାଇଥିବା କାହାଣୀ ଆପଣଙ୍କ ଆଗରେ କହୁଛି। ଆପଣ ଶୁଣିବେ ତ ? ମୁଁ କହିବି। ତିନି ମାସର ଘଟଣା ଯାହାକି ତିନି ବର୍ଷ ତଳେ ଘଟିଥିଲା। ତିନି ଜଣ ଚରିତ୍ରକୁ ନେଇ । ମୁଁ +୨ ଶ୍ରେଣୀରେ ପଢୁଥାଏ । ପ୍ରେମ କଣ ଜାଣି ନଥାଏ । class ନ ଥିବା ସମୟରେ ଲାଇବ୍ରେରୀକୁ ଯାଇ ପାଠ ପଢିବା ମୋର ନିତିଦିନିଆ କାର୍ଯ୍ୟ ଥିଲା। ୧୦୦ ପିଲା class କରୁ ତାହା ମଧ୍ୟରୁ ୭୦ ଝିଅ କିନ୍ତୁ କେହିବି ଜଣେ ମୋତେ like କହିବା ଦେଖିନଥିଲି। ଲାରବ୍ରେରୀ ଯେବେ ଠାରୁ ଗଲି ପ୍ରେମର ଦୁନିଆ ଦେଖିଲି। ଦିନକର ଯାଇ ଲାଇବ୍ରେରୀରେ ବସି ବହି ବଢୁଥାଏ । ଗୋଟେ ଝିଅ ଆସି ପାଖରେ ବସିଲା । ପେନ ନଥିବା କହି କଳମ ମାଗି ନେଲା । ଶୋସ କରୁଥିବା କହି ପାଣି ବଦଳରେ ମନକୁ ମୋ ଚୋରାଇଲା । ମୋତେ ନିଦ ଆସୁଥିବା ଦେଖି ପାଣି ଡାକି ଦେଲା। ମୁରୁକି ମୁରୁକି ହସି ଆଖିର ଇସାରାରେ ମୋ ଦେହରେ ଶ୍ରୀହରଣ ଖେଳାଇ ଦେଲା।
ଯେବେ ଗଲି ଲାଇବ୍ରେରୀ ବହି ଛାଡି ତାକୁ ଖୋଜୁଥିଲି । ସେତ ଆସିନଥିଲା କିନ୍ତୁ ଆଉ ଏକ ବାନ୍ଧିବୀ ଆସିଲା ପାଖରେ ବସିଲା। ବସି ଚିତ୍ର ଆଙ୍କିଲା । ଚିତ୍ର ମୋର ମନଙ୍କୁ ଛୁଇଲା । ତାର ଚିତ୍ର ଦେଖି ମୁଁ କବିତା ଲେଖିଲି । ତାର ଚିତ୍ରରେ ଥିଲା ପକ୍ଷୀ ଦୁଇଟି ନଦୀ କୁଳ ଗଛ ଡାଳରେ ବସିଛନ୍ତି। ମୁଁ କବିତା ଲେଖିଲି “ହୋଇ ପାରନ୍ତିନି ପକ୍ଷୀ ଦୁହେଁ ଆମେ” । ପଞ୍ଜୁରୀ ମୁକ୍ତ ଖୋଲା ଆକାଶ, ଘୁରୀ ବୁଲୁଥିବା ପୃଥିବୀ ପୃଷ୍ଠ, ପ୍ରେମରେ ଭିଜିବା ପ୍ରେମ ଇତିହାସ ରଚିବା…
ମୁଁ ମୋ କବିତା ତାକୁ ଶୁଣାଇଲି । ସେ ଖୁସି ହେଲା ତାର ପରିଚୟ ହେଲା ନା ତାର ଦୀପା । ମୁଁ ମୋର ପରିଚୟ ରଖିଲି ସନ୍ତୋଷ । ସବୁଦିନ ଆମ ଦୁଇ ଜଣଙ୍କର ଲାଇବ୍ରେରୀକୁ ଯିବା ସମୟ ସମାନ ହୋଇଗଲା। ସଂପର୍କ ନିବିଡ ହେଲା । ସଂପର୍କ ମାନେ ବାନ୍ଧିବୀ । ବୁଲାବୁଲି ଠାରୁ ଖାଇବା ପିଇବା ଆମ ଦୁହିଁଙ୍କର ସମୟ ସମାନ ଥିଲା। ଏହି ସମୟରେ ପ୍ରଥମ ଲାଇବ୍ରେରୀ ବାଲି ଦେଖା ହେଲା । ହସି ଦେଇ ନମ୍ବର ମାଗି ନେଲା। ଭଲ ପାଉଛି କହି ଘରକୁ ଡାକିଲା । ଘରେ ସ୍ଵାଗତ କଲା ଅଧର ସ୍ପର୍ଶ କରି । ବାପା ମା ଭାଇ ଭଉଣୀ ସମସ୍ତଙ୍କ ପାଖରେ ମୋ ପରିଚୟ ରଖିଲା। ମୋର ବିଶ୍ୱାସ ବଢିଗଲା। ପ୍ରେମର ଦୁନିଆରେ ହଜିଗଲି ପୃଥିବୀ ସାରା ପ୍ରେମକୁ ଆଣି ତାର ପାଦ ତଳେ ଫୁଲ ପରି ବିଛାଇଲି।
ମୋ ବାନ୍ଧିବୀ କୁ ସବୁ ଲୁଚାଇଥାଏ । କିନ୍ତୁ ଦୀପା ମୋର ପାଦ ତଳେ ସାରା ପୃଥିବୀର ଖୁସି ଆଣି ବିଛାଇଥିଲା। ମୋର ବୁଝିବାର ଭୁଲ ଥିଲା। ଦୁଇ ଜଣକୁ ସମୟ ଦେଉଥିଲା ବେଶୀ ପ୍ରେମିକାକୁ । ପ୍ରେମିକାର ନାମ ଜାଣିବନି କି ତମେ ନ’ପଚାର ମୁଁ କହୁଛି , ନା ତାର “ସାଗରର ଡେଉ” । ତାର ନାମରୁ କିଛି ବୁଝି ପାରୁଛ। ସେ ଚିରସ୍ଥାୟୀ ନୁହେଁ, ସେ ସମସ୍ତଙ୍କ ଜୀବନରେ ଆସେ । ଯେଉଁମାନେ ସମୁଦ୍ର କୂଳରେ ବାଲି ଘର ବୋଲିଥାନ୍ତି, ସେ ତାର ଡେଉ ରେ ବାଲି ଘର ଭାଙ୍ଗିବାକୁ ଆସେ । ସେଥିରୁ ସେ ଖୁସି ପାଏ । ମୋର ବାଲି ଘରଟିକୁ ଭାଙ୍ଗି ଦେଇ ସାରିଛି । ମୁଁ ତାକୁ ଅପେକ୍ଷା କରିନି ବଂର ଭୁଲି ସାରିଛି। ଅପେକ୍ଷା କରିଛି ମୋର ବାନ୍ଧବୀ ଦୀପାକୁ । ଦୀପା ମୋର ଅଭିମାନୀ ପ୍ରିୟ ବାନ୍ଧବୀ । ମୁଁ ସବୁ ଲୁଚାଇବାରୁ ସେ ଅଭିମାନ କରିଛି କିନ୍ତୁ ତାର ଅଭିମାନରେ ବି ଲୁଚିରହିଛି ମୋ ପତି ଭଲ ପାଇବା । ସେ ଫେରିବ ଆଉ ଚିତ୍ର ଆଙ୍କିବ, ମୁଁ କବିତା ଲେଖିବି । କବିତାର ଶୀର୍ଷକ ରଖିବି “ପ୍ରିୟ ବାନ୍ଧବୀ”।