ଫଗୁଣେ ଅବିର

ବସନ୍ତ ଆସିଛି ଖୁସିର ପସରା
ଧରାରେ ମେଲାଇ ଦେଇଛି,
ଫଗୁଣର ବାସ୍ନା ଅବିର ଭିତରେ
ଚଉଦିଗ ଖେଳି ଯାଉଛି,
କୁଞ୍ଜରେ ରାହାସ ହେଉଛି
ଦୋଳ ବିମାନରେ ଶ୍ରୀରାଧା ଶ୍ରୀକୃଷ୍ଣ
ଅବିରରେ ରଙ୍ଗ ଲାଗିଛି ।।

ଆସିଛନ୍ତି ବୁଲି ଶ୍ରୀଦୋଳଗୋବିନ୍ଦେ
ଭକ୍ତ ସାଥେ ହୋଲି ଖେଳିବେ,
ସର୍ବେ ହୋଇ ମେଳ ଖେଳିବାରେ ଖେଳ
ଶ୍ରୀପୟରେ ଫୁଗୁ ବୋଳିବେ,
ସେ ଫଗୁ ଦେହରେ ବାଜିଲେ
କୋଟି ଜନମର ପାପକ୍ଷୟ ହେବ
ସେ ଦୃଶ୍ୟରେ ଚିତ୍ତ ହରିବେ ।
ଭକ୍ତ ସାଥେ ହୋଲି ଖେଳିବେ

ଫଗୁଣରେ ପରା କି ସୁନ୍ଦର ଧରା
ବୃକ୍ଷ ଲତା ପଲ୍ଲବୀତ,
ନାଲି କୃଷ୍ଣଚୂଡା କି ଶୋଭା ଦିଶଇ
ନେଇ ଆସିଛି ବସନ୍ତ
ଋତୁ ମଧ୍ୟେ ସିଏ ରାଜ
ମୁଠାଏ ଅବିର ଆକାଶ ଦେହରେ
ଦର୍ଶକ ବି ବିମୋହିତ।

ମେଳଣ ହୁଅଇ ମୋ ଗାଆଁ ଦାଣ୍ଡରେ
ଫଗୁରେ ଦିଶେ ରଙ୍ଗୀନ,
ତୁଳସୀ ଦୟଣା ସେ ଫଗୁରେ ମିଶା
ଦୋଳରେ ଦୋଳାୟମାନ,
ଜୟ ଶ୍ରୀରାଧା ଗୋବିନ୍ଦ
ମାନବୀୟ ଲୀଳା ମରତେ କରନ୍ତି
ଦେଖି ପ୍ରୀତ ଦେବଗଣ।

Leave a Comment

Your email address will not be published. Required fields are marked *