ଏଇତ ଅଟେ ଆମ ଜୀବନ ନାଟକ
କ୍ଷଣ କ୍ଷଣକେ ଆନ
କିଏ ସେ ନାୟକ କିଏ ସେ ନାୟିକା
କ୍ଷଣସ୍ଥାୟୀ ଜୀବନ ।।
କିଏ ସେ ଦର୍ଶକ ସାଜେ ଦେଖଇ
ବସି ମଞ୍ଚ ଭିତରେ
ଅଭିନୟ ଯେ କିଏ ସାଜେ କରଇ
କେଉଁ ରଙ୍ଗମଞ୍ଚରେ ।।
ମଞ୍ଚ ସଞ୍ଚାଳକ କିଏ ସେ ସାଜଇ
ସେହି ମହାନାୟକ
ଅଭିନୀତ ହୁଏ ଏ ମଞ୍ଚ ସଂସାରେ
କହ କେଉଁ ନାଟକ ।।
ଅଭିନବ ଏ ଧରା ରଙ୍ଗମଞ୍ଚ
ଅଭିନଵ ଅଟେ ନାଟକ
ମହାନାୟକ ସେ ଅଟେ ବିଧାତା
ସୁଖ ଦୁଃଖ ଏଠି ଅନେକ ll
ରଙ୍ଗମଞ୍ଚ କ୍ଷଣିକ ଏ ଜୀବନ ନାଟକ
କେତେ ହସ କେତେ ଗୀତ
ହସି ହସେଇବା ପଲକେ ଲୁଚାଇ ଲୁହ
ସାଜି ପରଦା ପଛର ହାତ ll