ବିଷକନ୍ୟା ମାନେ ଏବେ
ବିଷର ବଳୟ ଭିତରେ ବିଷାଦଗ୍ରସ୍ତ
ବିଷରୁ ଆରମ୍ଭ ବିଷରୁ ବି ଶେଷ।।
ନିଜେ ପରଖୁଛି ହଳାହଳର ସ୍ଥାୟିତ୍ୱ
ସନ୍ଦିହାନ ପ୍ରକୃତି ପ୍ରକୋପ ଉପରେ
ଦନ୍ତାଘାତର ଆବଶ୍ୟକତା ଉପରେ।।
କେତେ କେତେ ଉପଚାର
ଯୋଗାଡି ରଖିଛି ଏ ମଣିଷ…!!
ଏଠି ସେଠି ସବୁଠି
ବିଷକନ୍ୟା ମାନଙ୍କ ଉପସ୍ଥିତି
ରାସ୍ତା ସାରା ବିଛେଇଛନ୍ତି ଜାଲ
କେହି ନା କେହି
ହାବୁଡ଼ରେ ପଡେ
ପରେ ମୁଣ୍ଡ କୋଡେ
ବିଷ ରପ୍ରଭାବ କଟିବା
ଏତେ ସହଜ ନୁହେଁ..!!
ବୟସ ଖସିବା ଯାଏ
ବିଷ ବଳୟରେ ବିଷାକ୍ତ ହେଉଥାଏ।।
ଦୋଷ ଖୋଜିବା ବୃଥା
ଲେଉଟି ଯିବା ପଛକୁ ଚାହିଁବା
ବିଷକନ୍ୟା ପାଇଁ
ତାକତ କାହିଁ!!
ଠେଲିନେଉଥାଏ ଅନ୍ଧାର ଆଡ଼କୁ
ନିଶାସକ୍ତ ମଣିଷର
ବଳବୀର୍ଜ ହାରମାନେ
ବିଷକନ୍ୟାମାନଙ୍କର ବାହୁବନ୍ଧନରେ।।
ରାସ୍ତା କଡ଼ରେ ଅନ୍ଧାରରେ
ଅନ୍ଧାରିବିଜେ ରେ
ଖୋଜିବୁଲେ ଗରାଖର ଦେହ
ସୌଦାଗର ପରି ସଉଦା ର
ମୂଲଚାଲ ଚାଲେ
ପିପାସା ମେଣ୍ଟିଥାଏ କି!
ବିଷକନ୍ୟା ର ବିଷ ପିଆଲାରେ।
ଖରାପ ଲାଗେନି
ନା ଭାବର କି ଭାବାନ୍ତରର
ଲାଲ୍ ରଙ୍ଗରେ ଘୋଡ଼ାଇ ହୋଇ
ବିଷକନ୍ୟା ମାନେ
ହାତ ଠାରନ୍ତି
ଦେହ ମନ ଦୌଡ଼ନ୍ତି
ଆଉ ଆତ୍ମା!!
ବିଷ ପିଇ ଆତ୍ମହତ୍ୟା କରିବାର
ଅଲିଖିତ ପ୍ରତିଶ୍ରୁତି ଦିଏ।।
ବିଷକନ୍ୟା ମାନେ
ଏଯାଏ ଠିଆ ହୋଇଛନ୍ତି
ରାସ୍ତାର ଅନ୍ଧାର ଗଳିରେ
ଚେଷ୍ଟା କରନ୍ତି
ବିଷ ଉଦ୍ଗାରି
ଵିଷବଳୟ ରେ ଘେରିଦେବାକୁ
ସମସ୍ତଙ୍କୁ।