ଆଞ୍ଜୁଳାଏ ସ୍ନେହ
ବୁଣିଦେବି ବ୍ରହ୍ମାଣ୍ଡର ମାଟିରେ ,
ଶରଧାର ମାଟି ଫଟେଇ
କରୁଣାର ବୀଜ ଫୁଟିବ ଧିରେ ଧିରେ
କୋଇଲିର କୁହୁ କୁହୁ ତାନେ
ଉଷାର ମଖ ମଲ୍ଲି ଶୃଙ୍ଗାର
ଝଲସି ଉଠିବ ଧରା
ଝରା ଶେଫାଳି ବି ଝାଡ଼ି ଝୁଡ଼ି ଉଠୁଥିବ
ମଉଳା ଶେଯରେ !
ସରମି ସୁରୁଜ ଓଢ଼ଣା ଫିଟେଇ
ଚାହୁଁଥିବ କଣେଇ କଣେଇ
ଅନୁକମ୍ପାର ମକରନ୍ଦ
ଝରୁଥିବ ଧିରେ ଧିରେ
ଶୁଖିଲା ଡାଳ କଅଁଳୁଥିବ
ମଳୟ ବାଆ ବୋହୁଥିବ
ମଙ୍ଗଳ ସାହାନାଇଁ ବାଜୁଥିବ
ନା ଥିବ ତୁମେ ର ଅହଙ୍କାର
ନା ଥିବ ମୋ’ ର ମୋହ
ଆସ ସାଥି ହୋଇ ପାତି ଦେବା ଛାତି
ଖୋଲିଦେବା ଆଞ୍ଜୁଳା
ଓଜାଡ଼ିବା ସବୁ କିଛି
ଝରୁ ଥିବା ଅମୃତ ବିନ୍ଦୁ
ବାଣ୍ଟି ନେବା ସାଥି ହୋଇ
ଆଉ ପରମ ମଙ୍ଗଳ ଗୀତି
ଗାଇଯିବା ସାଥି ହୋଇ !