ମୁଁ ଶଦ୍ଦ ଟିଏ ହେଲେ
ନିଜକୁ ସଜେଇ ପାରେନା
ମୁଁ ଶାମୁକା ଟିଏ ହେଲେ
ମୋତି କୁ ସାଇତି ପାରେନା ।।
ମୁଁ ମଣିଷ ଟିଏ ହେଲେ
ନିଜକୁ ବଖାଣି ପାରେନା
ମୁଁ କଢ ଟିଏ ହେଲେ
ଫୁଲ ହୋଇ ଫୁଟି ପାରେନା ।।
ମୁଁ ପକ୍ଷୀ ଟିଏ ହେଲେ
ମୁକ୍ତ ହୋଇ ଉଡ଼ି ପାରେନା
ମୁଁ ମାଠିଆ ଟିଏ ହେଲେ
ପାଣି ଭରି ହୋଇ ରହି ପାରେନା ।।
ମୁଁ ଜଳ କଣିକା ଟିଏ ହେଲେ
ସାଗର ବୁକୁ ରେ ମିଶି ପାରେନା
ମୁଁ କିଏ ପ୍ରଶ୍ନବାଚୀ ଆଜି ହେଲେ
ନିଜର ପରିଚୟ ଦେଇ ପାରେନା ।।
◾◾◾