ମୁଁ ବି ଦିନେ ଶିକ୍ଷୟତ୍ରୀ ହେବି..

ନେହା ନାମରେ ଖୁବ୍ ସରଳ ଝିଅଟିଏ ଥିଲା। ତାର ସରଳ ସ୍ଵଭାବ ଦେଖି ସମସ୍ତେ ତାକୁ ଆଦର କରୁଥିଲେ। ତାର ପରିବାରରେ ତା ମାଆ ବାପା ଆଉ ଛୋଟ ଭାଇ ଦୁଇଟି ଥିଲେ। ନେହା ଘରର ବଡ଼ ଝିଅ ହେଇଥିବାରୁ ଘରର ସବୁ ପରିସ୍ଥିତି ବୁଝୁଥିଲା ।ସେ ଜଣେ ମଧ୍ୟବିତ୍ତ ପରିବାରର ହେଇଥିବାରୁ ଘର ଚଳିବାରେ ଟିକେ ଅସୁବିଧା ହେଉଥିଲା। ତା ବାପା ଜଣେ କୃଷକ ଥିଲେ। ତଥାପି ନେହା ଭଲ ପାଠ ପଢୁଥିବାରୁ ତା ବାପା ତାକୁ ହଷ୍ଟେଲ ରେ ପଢାଇବା ପାଇଁ ବାହାରକୁ ପଠେଇ ଦିଅନ୍ତି। ନେହା ବି ବାପା ମାଆଙ୍କ ସବୁ କଥା ବୁଝିପାରୁ ଥିଲା, ସେଥିପାଇଁ ସେ ତା ମାଆ ବାପାଙ୍କୁ ତାର ବିଶେଷ କିଛି ଅସୁବିଧା ଜଣାଏ ନାହିଁ । ଛୋଟବେଳ ଠୁଁ ହିଁ ତାର ପଢ଼ା ପ୍ରତି ଅତ୍ୟଧିକ ଆଗ୍ରହ ତେଣୁ ସେ କାହା କଥା ନ ଶୁଣି ପରିଶ୍ରମ କରି ପଢ଼ୁଥିଲା। ଏଇ ସମୟ ମଧ୍ୟରେ ନେହା କୁ ୧୮ ବର୍ଷ ପୂରି ଯାଇଥାଏ ଏବଂ ତାର ବିବାହ ନିମନ୍ତେ ଅନେକ ବରପାତ୍ର ତାକୁ ଦେଖିବାକୁ ଆସିଥାନ୍ତି। ତା ମାଆ ବାପା ବି ନେହା କୁ ଆଗକୁ ପଢାଇବା ପାଇଁ ସକ୍ଷମ ହୋଇପାରୁ ନ ଥିବାରୁ ବାଧ୍ୟ ହୋଇ ଏକ ଭଲ ପ୍ରସ୍ତାବ ଦେଖି ତାକୁ ବିବାହ କରାଇଦେଲେ। ତା ସ୍ଵାମୀ ଜଣେ ଶିକ୍ଷିତ ଯୁବକ ଥିବାରୁ ତା ମନକଥା ବୁଝି ତାର ପାଠ ପଢିବାରେ ସାହାଯ୍ୟ କରୁଥିଲା। ପାଠପଢ଼ା ସରିବାର କିଛି ମାସ ପରେ ନେହା ଏକ ସରକାରୀ ଶିକ୍ଷାନୁଷ୍ଠାନ ରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ହେଲା ଏବଂ ପରିବାରର ଆଦର୍ଶ ବୋହୁ  ହୋଇ ଘରର ସବୁ ଦାୟିତ୍ଵ ତୁଳାଇଲା।

Leave a Comment

Your email address will not be published. Required fields are marked *