ମୋ ଉତ୍କଳ ….ସେ ତ ଏକ ନୂଆ ସକାଳ
ମଧୁର ତା ଭାଷା… ସୁସ୍ଵାଦୁ ତା ପଖାଳ,
ମୋ ଉତ୍କଳ…ସେ ଜାଗୃତ ଓ ତତ୍ପର
ଆସୁ ଯେତେ ବାଧା…ମୋ ମାଟି ମା ଥିଲେ
କାହାକୁ ଅବା ଡର ,
ମୋ ଉତ୍କଳ…ସେ ତ ବର ପୁତ୍ରଙ୍କ ଆସର
ସାହସୀ ନାରୀ ଙ୍କ କର୍ମଭୂମି
ସେ ତ ଗର୍ବ ଭାରତବର୍ଷର ,
ମୋ ଉତ୍କଳ….ପୁଣ୍ୟତୋୟା ଜଳ ସମ
ପୁଣ୍ୟ ବାଣୀ ତାହାର
ଯେତେ ବଖାଣିଲେ ବି ଅସରନ୍ତି
ଗୌରବ କାହାଣୀ ଯାହାର ,
ମୋ ମାଟିର ବାସ୍ନାରେ ମେଣ୍ଟେ
ତୃଷ୍ଣା ଜନ୍ମ ଜନ୍ମର
ଚାରୁକଳା ଐତିହ୍ୟ ତାହାର
ଦେଶେ ବିଦେଶେ ଯେ ଅମର ।।
ମୋ ଉତ୍କଳ

👏👏👏