ନିଶବ୍ଦ ଶବ୍ଦର ଅମୋଘ ଶକ୍ତି ସେ
ସଭିଠୁଁ ନିଜର ବାପା,
ଅବୁଝା ଅଚିହ୍ନା ଅନୁଭବ ଟିଏ
ହୃହୟଟା ତାଙ୍କ ସଫା ।।
ସେ ପରା ମୋ ବାପା……।
ବା-ମାନେ ବାୟୁ ଅଟେ ପା-ମାନେ ପାଣି
ସର୍ବଦା ଲୋଡ଼େ ଜୀବନ,
ବାପା ସମ୍ପର୍କ ଟି ସରଗଠୁ ବଡ
ମର୍ତ୍ତ୍ୟ ବୈକୁଣ୍ଠ ଜାଣ ।।
ମାଗିବା ଆଗରୁ ଯାଚି ଦେଇଥାନ୍ତି
ଦୁନିଆଁ ଯାକର ସୁଖ,
ନିଷ୍ଟା କର୍ତ୍ତବ୍ୟର ସତ୍ୟ ସନାତନ
କୋଟି ପ୍ରେରଣାର ଉତ୍ସ ।।
ଘର ଦୁଆରର ମୂଳଦୁଆ ସାଜି
ଅନେକ ଦୁଃଖକୁ ସହି,
କଳ୍ପବୃକ୍ଷ ହୋଇ ସଂସାର ପାଳନ୍ତି
ଉଦାର ସନ୍ୟାସୀ ହୋଇ ।।
ହାତଧରି ମୋତେ ଚାଲି ଶିଖାଇଲେ
ବାଡିକୁ ଧରି ସଂସ୍କାର,
ସଂସାର ନଈକୁ ପାରି କରିବାକୁ
ଏକ ମାତ୍ର କାତ୍ ମୋର ।।
ବନ୍ଧୁତ୍ୱ ପ୍ରତିଭା ତ୍ୟାଗ ବଳିଦାନ
କରନ୍ତି ସଦା ପାଳନ,
ସେଥିଲାଗି ପରା ବାପା ମୋ ଦେବତା
ଅଦ୍ୱିତୀୟ ଭଗବାନ ।।
ପ୍ରତି ସନ୍ତାନର ପତିତ ପାବନ
ସବୁ ଦୁଃଖ ତୋଳି ନିଅ,
ଆଦର୍ଶ ସରାଗ ମୁକ୍ତିର ମଣ୍ଡପ
ସଦା ସୁଖ ବାଣ୍ଟୁ ଥାଅ ।।
ତୁମ ହାତ ଛାଡି ଆନ ହାତ ଧରି
ପାଇଛି ନାନା କଷଣ,
ପାରିବିନି ଭୁଲି ପରମ ପୂଜ୍ୟ ହେ
ଲୋଡା ତୁମରି ଚରଣ ।।
ମୋ ବାପା
