ଆମ ସମାଜରେ କଳୁଷିତ ପ୍ରଥା ଯୌତୁକ ।ଏହି ଯୌତୁକ ପାଇଁ ସମାଜରେ କେତେ ନିରୀହ ଝିଅ ମାନଙ୍କ ଜୀବନ ଅକାରଣ ରେ ଚାଲିଯାଉଛି । ବାପା ମା ଭାବିଥାନ୍ତି ଝିଅ ହେଇଛି ମୋ ଘରେ ଲକ୍ଷ୍ମୀ ଆସିଛି ହେଲେ ସେଇ ଲକ୍ଷ୍ମୀ କୁ ଦିନେ ସେମାନେ ହରାଇ ଵି ଦେବେ କେବେ ଭାବି ନଥାନ୍ତି ।
ସବୁ ବାପା ମା ଭାବନ୍ତି ଯଦି ଆମେ ଯୌତୁକ ଦିଆ ନିଆ ଭଲରେ କରିବା ତାହାଲେ ଆମ ଝିଅ ସୁଖରେ ସଂସାର କରିବ ।ଆଜି ର କାହାଣୀ ମୌସୁମୀ ବିଷୟରେ ।
ବନମାଳୀ ବାବୁ ଙ୍କର ଏକମାତ୍ର ଝିଅ ମୌସୁମୀ । ମୌସୁମୀ ଦେଖିବାକୁ ବହୁତ ସୁନ୍ଦର । ପାଠ ଵି ପଢିଛି ବହୁତ । ଘରେ ତ ବନମାଳୀ ବାବୁ ଝିଅ କୁ ଏତେଦିନ ରଖି ପାରିବେନି । ମୋସୁମୀ କୁ ଭଲ ପୁଅ ଦେଖି ବିବାହ କରାଇଦେଲେ ।ଦିଆନିଆ ରେ ଆସବାବ ପତ୍ର ପାଇଁ ବହୁତ ପଇସା ଦେଇଥିଲେ ।
ଗୋଟେ ଝିଅ ଆଉ ବା କିଏ ଖାଇବ। କାହା ପାଇଁ ସିଏ ଏସବୁ ରଖିବେ । ସେଥିପାଇଁ ସେ ମୋସୁମୀ କୁ ସବୁ ବିବାହ ବେଳେ ଦେଇଦେଲେ । ମୌସୁମୀ ମୋହନ ଙ୍କୁ ବିବାହ କରି ଲଣ୍ଡନ ପଳାଇଲା ।
ମୋହନ ଲଣ୍ଡନ ରେ କାମ କରନ୍ତି । ବନମାଳୀ ବାବୁ ଭାବିଥିଲେ ଜ୍ୱାଇଁ ବଡ଼ ଚାକିରୀ କରିଛନ୍ତି ବିଦେଶ ରେ ରହିଛନ୍ତି । ମୋୖସୁମୀର କିଛି ଅସୁବିଧା ହେବନାହିଁ । ମୋସୁମୀ ମୋହନ ସହ ଲଣ୍ଡନ ପଳାଇଆସିଲା । ମୋହନ ମୋସୁମୀ କୁ ସବୁ କଥାରେ ଗାଳି କରନ୍ତି ।
ସେଦିନ ଖାଇବାରେ ଟିକେ ଲୁଣ ଅଧିକା ହୋଇଯାଇଥିଲା ବୋଲି ମୋହନ ମୌସୁମୀ ର ଚୁଟି ଧରି ପିଟିଲା । ମୌସୁମୀ ତୁମେ ଦିନ ସାରା ଘରେ ବସୁଛ। ଭଲରେ ଟିକେ ରୋଷେଇ କରିପାରୁନା । ଭାବିଥିଲି ଘରେ ଭଲରେ ଟିକେ ଖାଇବି ହେଲେ ସେତିକି ଵି ତୁମ ମା ତୁମକୁ ଶିଖେଇନାହାଁନ୍ତି ।
ମୋ ପାଇଁ ପାଣି ଆଣ । ମୌସୁମୀ ପାଣି ଆଣିବା ବେଳେ ଭୁଲରେ ପାଣି ଟିକେ ମୋହନ ବାବୁ ଙ୍କର ପିନ୍ଧିଥିବା ପ୍ୟାଣ୍ଟ ରେ ପଡ଼ିଗଲା । ସେଥିରେ ସେ ମୌସୁମୀ କୁ ବହୁତ କିଛି ଶୁଣାଇଲେ ।
କବାଟ ଭଲରେ ଦେଇଦେବ । ମୁଁ ଅଫିସ ଯାଉଛି । ରାତିରେ ମୋ ଅଫିସ ର ଜଣେ ଝିଅ ସାଙ୍ଗ ଆସିବ ତୁମେ ତା ପାଇଁ ଭଲ ରୋଷେଇ କରି ରଖିଥିବ |ମୌସୁମୀ ମୁଣ୍ଡ ଟୁଙ୍ଗାରି ହଁ କହିଲା । ମୋହନ ଅଫିସ ଗଲା ପରେ ମୌସୁମୀ ମା ଙ୍କର ଫୋନ ଆସିଥାଏ । ହଁ ମା କଣ ହେଲା । ବାପା ଙ୍କ ଦେହ କେମିତି ଅଛି , ମା ତୁ ଭଲ ଅଛୁ ? ବାପା ତୋ ସାଙ୍ଗରେ କଥା ହେବେ , ହଁ ମା ବାପା ଙ୍କୁ ଫୋନ ଦିଅ ।
ମା ମୌସୁମୀ ତୋ ଦେହ କିପରି ଅଛି । ଜ୍ୱାଇଁ ଙ୍କ ଦେହ ଭଲ ଅଛି । ତାଙ୍କ ଚାକିରୀ କେମିତି ଚାଲିଛି ବାପା ତୁମେ ଆମ ପାଇଁ ବ୍ୟସ୍ତ ହୁଅନି ଆମେ ଏଠି ଭଲରେ ଅଛୁ | ମୋହନ ମୋର ବହୁତ ଯତ୍ନ ନେଉଛନ୍ତି ।
ଏପଟେ ମୌସୁମୀ ତା ବାପା ମା ଙ୍କୁ ମୋହନ ବିଷୟରେ କିଛି କହିନଥାଏ । ସେପଟେ ମୌସୁମୀ ବାପା ମା ମଧ୍ୟ ତାକୁ ଲୁଚାଇଥାନ୍ତି । ମୌସୁମୀ ବାପା ଆ ଭିତରେ ସବୁ ପଇସା ଝିଅ ର ଶାଶୁ ଶଶୁରଙ୍କୁ ଦେଇସାରିଛନ୍ତି ।
କାରଣ ସେମାନେ ଯୌତୁକ ପାଇଁ ମୌସୁମୀ ବାପା ଙ୍କୁ ପୁଣି ମାଗିଥିଲେ । କହିଲେ ତୁମ ଝିଅ ପାଇଁ କାର ବାବଦରେ ପଇସା ଦେଇଦିଅ । ମୋହନ କହୁଥିଲା ଲଣ୍ଡନ ରେ ଭଲ ଗାଡି ଗୋଟେ କିଣିବ । ବନମାଳୀ ଙ୍କ ପାଖରେ ଯାହା ପଇସା ଥିଲା ସବୁ ଝିଅର ବାହାଘର ର ଦିଆନିଆ ରେ ସରିଗଲା । ପୁଣି ଏ ଗାଡି ପାଇଁ ପଇସା । ସେଥିପାଇଁ ସେ ଭାବିଲେ ଘର ଟିକୁ ବିକି ଦେଇ ଯାହା ହେବ ପଇସା ମୌସୁମୀ ଶାଶୁ ଓ ଶଶୁରଙ୍କୁ ଦେବେ ।
ଏପଟେ ମୋହନ ଙ୍କ ସାଙ୍ଗ ପାଇଁ ମୌସୁମୀ ସେଦିନ ସବୁ ରୋଷେଇ କରିଥାଏ | ମୌସୁମୀ ଜାଣି ନଥାଏ ମୋହନ ତାହାର ଗାର୍ଲଫ୍ରେଣ୍ଡ କୁ ଆଣିଛି ବୋଲି | ମୋହନ ଓ ତାହାର ଅଫିସ ସାଙ୍ଗ (ଗାର୍ଲଫ୍ରେଣ୍ଡ )ଗୋଟେ ରୁମ ରେ ରହି କଥା ହେଉଥାନ୍ତି । ହସୁଥାନ୍ତି ବଡ଼ ଜୋରରେ । ମୌସୁମୀ କୁ ଏସବୁ ପସନ୍ଦ ଲାଗେନି ।
କାହାକୁ ଏ ବେଦନା ସିଏ କହିବ । ମୌସୁମୀ ଭାବିଲା ଚାକିରୀ କରିବ । ଘରେ ବସି ବସି କଣ ବା କରିବ । ଚାକିରୀ ପରେ ଯୋଉ ପଇସା ପାଇବ ସେଥିରେ ସେ ଘରକୁ ପଳେଇବ |
ମୋହନ ସବୁଦିନ ମଦ ପିଇ ଘରକୁ ଆସେ । ବହୁତ ମାଡ଼ ଵି ମାରେ । ମୌସୁମୀ ଭାଙ୍ଗି ନ ଯାଇ ଚାକିରୀ ପାଇଁ ବହୁତ ଇଣ୍ଟରଭିୟୁ ଦେଇଛି । ମୌସୁମୀ ଚାକିରୀ ପାଇଯାଇଛି ।ମୋହନ କୁ କହିଛି ମୁଁ ତୁମ ଘର ଛାଡି ଯାଉଛି । ମୌସୁମୀ ର ଏପରି କଥା ଶୁଣି ମୋହନ ଆଶ୍ଚର୍ଯ୍ୟ ହୋଇଗଲା । ହେଲେ କିଛି କହିଲାନି ମୌସୁମୀ କୁ । ମୌସୁମୀ କିଛିଦିନ ହଷ୍ଟେଲ ରେ ରହିଲା ।
ଚାକିରୀରେ ଭଲ ପଇସା ଵି କମେଇଲା । ଦିନେ ମୌସୁମୀ ତାହାର ମା ଙ୍କ ଘରକୁ ଆସିଥାଏ । ଏକଥା ମା ଙ୍କୁ ଜଣାଇ ନଥାଏ । ମୋସୁମୀ ଆସି ଦେଖିବାକୁ ପାଏ ବାପା ଙ୍କ ଫୋଟୋରେ ଫୁଲ ମାଳ ଦିଆଯାଇଛି । ମା ଗୋଟେ ପେପର ରେ ଦସ୍ତଖତ କରୁଛନ୍ତି । ଘର ବିକି ଥିବାରୁ ଘର ମାଲିକ ଆସି ମା ଙ୍କୁ କହିଛି ବାହାରକୁ ଚାଲିଯିବାକୁ । ସେଥିପାଇଁ ସେ ବୃଦ୍ଧାଶ୍ରମ କୁ ଯାଉଥିଲେ ।
ମୌସୁମୀ କୁ ଦେଖି ମା ବହୁତ କାନ୍ଦିଲେ । ମୌସୁମୀ ଵି କାନ୍ଦୁଥାଏ ଏବଂ ମା ଙ୍କୁ କୁହେ ଏମିତି କେମିତି ହେଲା । ବାପା ଙ୍କର ଦେହ କେବେ ଖରାପ ହେଲା । ମୌସୁମୀ ର ମା ତାକୁ ସବୁ କହିଲେ । ପଇସା ଅଭାବରୁ ବାପା ଙ୍କ ଚିକିତ୍ସା ଵି ହୋଇପାରିଲାନି । ମୌସୁମୀ ତୁ ଏକା ଆସିଲୁ ଜ୍ୱାଇଁ କୁଆଡେ ଗଲେ । ମୌସୁମୀ କାନ୍ଦି କାନ୍ଦି କହୁଥାଏ ମୁଁ ତାଙ୍କୁ ଛାଡିଦେଇଛି | ବହୁତ କିଛି କଥା ଲୁଚାଇ ରଖିଥିଲି ମା ସବୁବେଳେ ଭାବେ ତୁମକୁ କହିବି । ହେଲେ କହିପାରିଲିନି ଫୋନ ରେ ।
ବାହାଘର ପରଠାରୁ ଗୋଟେ ଦିନ ମୁଁ ଭଲରେ ରହିନାହିଁ । ସବୁବେଳେ ମାଡ଼ ଗାଳି | ଅନ୍ୟ ଝିଅ ଙ୍କ ସହିତ ତାଙ୍କର ସମ୍ପର୍କ ।ମୋତେ ତ ମୋହନ ଭାବନ୍ତି ମୁଁ ଗୋଟେ ଘରର ଚାକରାଣୀ ବୋଲି । ମା ଯାହା ହେବାର ଥିଲା ହୋଇଗଲା |
ମୌସୁମୀ କିଛି ପଇସା ଦେଇ ନିଜ ବାପା ଙ୍କ ଘର ମୁକୁଳାଇଲା ,ମା ଙ୍କୁ ନେଇ ନିଜ ପାଖରେ ରଖିଲା |
….. ସମାପ୍ତ….
Nice story