ରଜଗୀତ
ରଜଦୋଳି ଟଙ୍ଗା ହେଲା
ମଲ୍ଲି ମୁଖେ ମଲ୍ଲି ହସ ଫୁଟିଲା ବୋଉଳ ଲୋ
ଜାଇ ଜୁଇ ଚହଟିଲା ବୋଉଳ ଲୋ -୧
ରଜଦୋଳି କଟମଟ
ମୋ’ ଭାଇ ମୁଣ୍ଡରେ ସୁନା ମୁକୁଟ ବୋଉଳ ଲୋ
ନିତି କରଇ ଅଝଟ ବୋଉଳ ଲୋ -୨
ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ ବୋଉଳ ଲୋ
ନର ନାରୀ ସଜବାଜ ବୋଉଳ ଲୋ -୩
ଗେଣ୍ଡୁ ଫୁଲ ମହକିଲା
ପୋଖରୀ ହୁଡ଼ାରେ ସୁନ୍ଦରୀ ମେଳା ବୋଉଳ ଲୋ
ନଭୁ ମୋତି ବରଷିଲା ବୋଉଳ ଲୋ -୪
ଆରିଷା କାକରା ପିଠା
ଚିତଉ ଚକୁଳୀ ଲାଗଇ ମିଠା ବୋଉଳ ଲୋ
ଶିଳପଟା ପରେ ବଟା ବୋଉଳ ଲୋ -୫
ଅରୁଆ ଚାଉଳ ଖିରି
ମାଟିହାଣ୍ଡି ରନ୍ଧା ସୁଆଦ ଭାରି ବୋଉଳ ଲୋ
ସଭିଏ ହୁଅନ୍ତି ଘେରି ବୋଉଳ ଲୋ -୬
କଅଁଳ ପାନ ପତର
ଗୁଆ ଗୁଜୁରାତୀ ଖଜୁରୀ ସର ବୋଉଳ ଲୋ
ଚହଟେ ନାଲି ଅଧର ବୋଉଳ ଲୋ -୭
ଦେହକୁ ପଇଁଚି ମାଳ
ବନ୍ଦାପନା କରି ସଜାଇ ଥାଳ ବୋଉଳ ଲୋ
ଶୁଭ ଦୀପଟିଏ ଜାଳ ବୋଉଳ ଲୋ -୮
ଆହା କି ସୁନ୍ଦର ଧରା
ପୁଷ୍ପ ବିମାନରେ ପ୍ରୀତି ପଶରା ବୋଉଳ ଲୋ
ମୋ ପ୍ରାଣ ଯାଉଛି ହାରା ବୋଉଳ ଲୋ -୯
ବିଲ ବନ ତୋଫା ତୋଫା
ଗୋବର ପାଣିରେ ମୋ କାନ୍ଥ ଲେପା ବୋଉଳ ଲୋ
ଗଗନ ଲାଗଇ ସଫା ବୋଉଳ ଲୋ -୧୦
ଏକ ପଟା ଦୁଇ ରସି
ତିନିଡାଳେ ବାନ୍ଧି ଦିଅରେ କସି ବୋଉଳ ଲୋ
କୁନି ନାନୀ ଦିଏ ହସି ବୋଉଳ ଲୋ -୧୧
ଉତ୍କଳ ମାଟିର ନାଆଁ
କାନ୍ଧକୁ ମିଶାଇ ହୁଅଇ ଠିଆ ବୋଉଳ ଲୋ
ବିପଦେ ହୁଅନ୍ତି ସାହା ବୋଉଳ ଲୋ -୧୨
ଦେବ ଦେବୀ ଦିଅ ହସି
ସଭିଙ୍କ ମନରେ ଭରହେ ଖୁସି ବୋଉଳ ଲୋ
ଏ ଜୀବନ ଯାଉ ଭାସି ବୋଉକ ଲୋ -୧୩
ଅସ୍ତାଚଳେ ଦିନମଣି
ଘର ବାହୁଡ଼ିଲେ ପାଦକୁ ଗଣି ବୋଉଳ ଲୋ
ସାଇତିଲେ ହୀରା ମଣି ବୋଉଳ ଲୋ -୧୪
ତିନିଦିନ ରଜ ପାଳି
ଆର ବରଷକୁ ଦୀପଟି ଜାଳି ବୋଉଳ ଲୋ
ଜପୁଥିବି ଜପାମାଳୀ ବୋଉଳ ଲୋ -୧୫
ବାଃ ଖୁବ୍ ସୁନ୍ଦର ❣️
ରଜ ପର୍ବର ଅଶେଷ ଶୁଭେଚ୍ଛା ଭାଇନା💐💐