ରଜର ସହରୀ ଥାଟ
ସହରୀ ସଭ୍ୟତା ସିନେମା ଗୀତ
ସିନେମା ଗୀତ ଲୋ
ମନକୁ କରେ ଉଚ୍ଚାଟ ।।
ଦୋଳିଖେଳ ପୁଚିଖେଳ
ପାନଖିଆ ସାଥେ ପିଠାରମେଳ
ପିଠାରମେଳ ଲୋ
କ୍ଲବ ରେ ଲୋକ ଠୁଳ ।।
ସୁଟିଂ ସେଟରେ ଆଜ
ରଜକୁଇନ ପାଇଁ ହୋଇଛି ସଜ
ହୋଇଛି ସଜ ଲୋ
ଟିଭି ରେ ପାଳିବି ରଜ ।।
ଗଛନାହିଁ ତୋଟା ଖାଲି
ଫ୍ଲାଟ ଘରର ସିମେଣ୍ଟ ଗଳି
ସିମେଣ୍ଟଗଳି ଲୋ
ଲୁହାରଡ଼ରେ ଦୋଳି।।
ରଜଗୀତପାଶୋରିଛି
ପିଠାପଣା ଯେତେ ଭୁଲିଯାଇଛି
ଭୁଲିଯାଇଛିଲୋ
ୟୁ ଟ୍ୟୁବ ଅଣ୍ଡାଳୁଛି ।।
ଗାଁ ରଜମଜା ଭାରୀ
ଦୋଳିଖେଳ ସଙ୍ଗେ ଲୁଡୋକବାଡ଼ି
ଲୁଡୋ କବାଡ଼ି ଲୋ
ଖେଳନ୍ତି ତାଆସ ଧରି।।
ତିନିଦିନ ରଜ ପାଳି
ପିଠାପଣା ସହ ବନ୍ଧୁ ସଂଖୋଳି
ବନ୍ଧୁ ସଂଖୋଳି ଲୋ
ଖେଳନ୍ତି ସୁଖରେ ଦୋଳି ।।
ଗାଁ ତୋଟା ଠିଆ ଦୋଳି
ଚନ୍ଦନ ଟିପାକୁ ଅଳତା ବୋଳି
ଅଳତା ବୋଳି ଲୋ
ଗାଁ ଝିଅ ବୋହୂ ମେଳି ।।
ବସୁମତୀ ସ୍ନାନ କରି
ଇନ୍ଦ୍ରଦେଵତା ଯେ ଦେବଇଁ ଢାଳି
ଦେବଇଁ ଢାଳି ଲୋ
ବରଷାର ସୁଧା ବାରି ।।
ହସିବ ଆମର କ୍ଷେତ
ଲିଭିଯିବ ଯେତେ ଯାତନା ଶୋକ
ଯାତନା ଶୋକ ଲୋ
ଚଷା ଯେ ଗାଇବ ଗୀତ ।।
ରଜସ୍ୱଳା ହେଲା ଭୂମି
ଆଷାଢ଼ ଆସିବ ହସିବ ଜମି
ହସିବ ଜମି ଲୋ
ଅନ୍ନ ଦୁଃଖ ଯିବକମି ।।
ରଜ ସଜବାଜ ହୋଇ
ନୂଆବୋହୂ ଥିବ ବାଟଟି ଚାହିଁ
ବାଟଟି ଚାହିଁଲୋ
ପରଦେଶୀ ବାବୁ ପାଇଁ ।।
ଓଡ଼ିଆ ସଂସ୍କୃତି ମିତ
ବାରମାସେତେର ପରବ ଯାତ
ପରବଯାତ ଲୋ
ପାଳି ହେଉ ଆମେ ପ୍ରୀତ l।
ରଜଗୀତ
