ରଜ ମଜା

ରଜ ଦୋଳି କଟମଟ
ହାତରେ ଧରିଛି ଫଟା ସିଲଟ
ଫଟା ସିଲଟ ରେ ଲେଖା ଦିଶେ ଝଟ ଝଟ।।
ଗୁଆ ଚାଞ୍ଚରା ପାଦରେ
ଅଳତା ମାଖିଛି ସରୁ କାଠିରେ
ସରୁ କାଠିରେ ଲୋ ଚାଲୁଥାଏ ଧିରେ ଧିରେ।।
ସଜବାଜ ହେବାପାଇଁ
ନଣନ୍ଦ ଭାଉଜ ବୁଡ଼ ପକାଇ
ବୁଡ଼ ପକାଇ ଲୋ ରଜପାନ ଭାଙ୍ଗିଲେଇଁ।।
ଖିଲିପାନ ଖିଆ ପାଟି
ବହଳ ହଳଦୀ ରଖିଛି ବାଟି
ରଖିଛି ବାଟିଲୋ ରଜରେ ନାହିଁ ବଟାବାଟି ।।
ନୁଆବୋହୁ ଘର ଭାର
ରଜରେ ଆସିଛି କେତେ ବେଭାର
କେତେ ବେଭାର ଲୋ ଶାଶୁ ପୁଡା ଅଧିକାର।।
ଆମ୍ବ ପଣସ ନଡ଼ିଆ
ରଜପାଗ ନାହିଁ ଖରା ପଟିଆ
ଖରା ପଟିଆ ଲୋ ନାହିଁ ସୁଲୁସୁଲୁ ବାଆ।।
ଚାଳରେ ବାନ୍ଧିଛି ଦୋଳି
କଁଅଳା ଛୁଆଙ୍କୁ ଭିତରେ ଭରି
ଭିତରେ ଭରି ଲୋ ଜେଜେ ମାରୁଥାଏ ତାଳି।।
ପୋଡ଼ପିଠା ସୁଆଦିଆ
ପୁରମଣ୍ଡା ଗଣ୍ଡା ଖାଏ ନଖିଆ
ଖାଏ ନଖିଆ ଲୋ ରଜ ପର୍ବ ଲାଗେ ନୂଆ।।
ତିନିଦିନ ରଜ ଖୁସୀ
ଅଆକାଶ କୁ ଚାହିଁ ହସଇ ଚାଷୀ
ହସଇ ଚାଷୀ ଲୋ ଫସଲ ତା ବାରମାସୀ।।
ଭୂଇଁ ପୂଜା ମାଟି ପୂଜା
ରଜସ୍ୱଳା ନାରୀ କରଇ ଖୋଜା
କରଇ ଖୋଜା ଲୋ ରଜର ନିଆରା ମଜା।।

Leave a Comment

Your email address will not be published. Required fields are marked *