ଓଡ଼ିଆ ସଂସ୍କୃତି ବଜାଇ ରଖିଣ
ଜ୍ୟେଷ୍ଠ ମାସେ ରଜ ଆସେ,
ଘରେ ଘରେ ପୋଡ଼ପିଠା ଓ ଆରିସା
ବଣ୍ଟା ଆନନ୍ଦ ଉଲ୍ଲlସେ l
କୃଷକର ଖୁସି କହିଲେ ନ ସରେ
କ୍ଷେତେ କାମ ତା’ ନଥାଏ,
ତାସ ଖେଳରେ ମେଳ ଜମିଥାଏ
ରଜ ମଉଜ ମନାଏ l
ଓଡ଼ିଶା ରାଜ୍ୟର ଗଣପର୍ବ ରଜ
ପାରମ୍ପlରିକ ଅଟଇ,
ତିନି ଦିନ ଧରି ପାଳନ ହୁଅଇ
ରଜ ମଉଜ ମନେଇ l
ମିଥୁନ ମାସର ଆରମ୍ଭ ହୁଅଇ
ରଜ ଦ୍ଵିତୀୟ ଦିନରେ,
ରଜ ପରେ ବର୍ଷା ଋତୁ ହିଁ ଆରମ୍ଭ
ମୋସୁମୀର ଆଭାସରେ l
ରଜ ସଂକ୍ରାନ୍ତିର ପୂର୍ବ ଦିନ ଅଟେ
କହନ୍ତି ପହିଲି ରଜ,
ରଜ ସଂକ୍ରାନ୍ତିଟି ଦ୍ଵିତୀୟ ଦିବସ
ରଜ ପାଇଁ ସଜବାଜ l
ଭୂମି ଦହନ ହିଁ ତୃତୀୟ ଦିବସ
ନୀତିକାନ୍ତିଏ ବିଧାନ,
ବସୁମତୀ ସ୍ନାନ ଓ ଭୂମି ଦହନ
ରଜ ପରବ ପାଳନ l
ପ୍ରକୃତିରାଣୀଙ୍କ ଚିରାଚରିତରୁ
ଜନମ ହୋଇଛି ରଜ,
ଆଧାର ଯୋଗାଏ ସକଳ ଜୀବଙ୍କୁ
ହୋଇ ନୂଆ ସଜବାଜ l
ବରଷକେ ରଜ ପରବ ଆସଇ
ଗ୍ରୀଷ୍ମ ବର୍ଷା ସନ୍ଧି କାଳେ,
ମାଟି ରଜସ୍ୱଳା ହୋଇଲେ ପ୍ରକୃତି
ସୁନ୍ଦର ଦିଶଇ ବଳେ l
ପ୍ରକୃତିର ଗୁଣ ନେଇ ଜନ୍ମ ନାରୀ
ତେଣୁ ସେ ସଜେଇ ହୁଏ,
ରଜ ସଙ୍କରାନ୍ତି ପହିଲି ରଜ ଯେ
ଭୂମିଦହନରେ ଯାଏ l
ପାକ ବିରତିରୁ ଏହି ତିନି ଦିନ
ପୋଡ଼ପିଠା ହୁଏ ପ୍ରିୟ,
ରଙ୍ଗ ପତରରେ ଓଠ ରଙ୍ଗ କରି
ଚହଟନ୍ତି ସବୁ ଝିଅ l
ରଜ ସଜବାଜେ ଆନନ୍ଦ ଉଲ୍ଲାସ
ସମ୍ପର୍କ ସଦ୍ଦିଚ୍ଛା ବଢ଼େ,
ବିଶ୍ୱଶାନ୍ତି ପାଇଁ ସବୁ ବୁଦ୍ଧି ଜ୍ଞାନ
ରଜ ସୁଖେ ଥାଏ ଦୃଢ଼େ l
ରଜ ଦୋଳି ଝୁଲେ ଗାଆଁ ତୋଟାମାଳେ
ଝୁଲନ୍ତି କୁଆଁରୀ ଝିଅ,
ମନେ ଖୁସି ହୋଇ ରଜପାନ ଖାଇ
ଛୁଟାନ୍ତି ହସର ସୁଅ l
ରଜସ୍ୱଳା ହୁଏ ବସୁମତୀ ମାଆ
କୃଷକ ଚଷେନା ଭୂମି,
କୁଆଁରୀ କନ୍ୟାଏ ମାଟିରେ ନ ଚାଲି
କଦଳୀ ପଟୁକl ଘେନି l
ପ୍ରିୟ ପର୍ବ ରଜ ଉତ୍କଳୀୟଙ୍କର
ଖୁସି ବାଣ୍ଟେ ଘରେ ଘରେ,
ସ୍ନେହ ମମତାରେ ହସରେ ଖୁସିରେ
ପ୍ରତିଟି ହୃଦୟ ଭରେ l
ବିଶ୍ୱର କଲ୍ୟାଣ ଏହି ରଜ ପର୍ବ
ସମସ୍ତେ ବୁଝିଗଲେଣି,
ସୁଖ ଶାନ୍ତି ଆଣି ବାଣ୍ଟେ ମନ ଜାଣି
ହସେ ଏ ଧରଣୀ ରାଣୀ l
ମଉସୁମୀ ବର୍ଷା ସହ ରଜପର୍ବ
ଏହା ଅପୂର୍ବ ମିଳନ,
ଆନନ୍ଦ ଉତ୍ସାହ ଆମୋଦପ୍ରମୋଦେ
ରଜ ପର୍ବ ହିଁ ପାଳନ l
ରଜ ଦୋଳି ସାଜସଜ୍ଜା ହୋଇଥାଏ
ଜମେ ଗୀତର ଆସର,
ଚନ୍ଦନ ଚିତାକୁଟା ସୁନା ମୁକୁଟ
ଭାଇ ମଥାରେ ସୁନ୍ଦର l
ବନେ ଗଜ ଡାକି ରଜ ପର୍ବ ଆସେ
ପୁଲକିତ ତନୁ ମନ,
ପହିଲି ଆଷାଢ଼େ ବର୍ଷା ଜଳ ରସେ
ଧରାରେ ଫୁଟେ ସୁମନ l