ସମ୍ପର୍କରେ ଝଡ଼

ସମ୍ପର୍କଟି ତିଆରି ହେଉ ହେଉ ହଠାତ ଭାଙ୍ଗିଯାଉଛି, ଅଦିନିଆ ମେଘ ପରି ଆସି ସବୁ କିଛି ଚୁରମାର କରିଦେଉଛି l ପ୍ରକୃତରେ ସମ୍ପର୍କଟି ଗଢିବାକୁ ଚାହୁଁ ନଥିଲେ ନା ଦୁହିଁଙ୍କ ଉଦେଶ୍ୟ କିଛି ଅଲଗା ଥିଲା, କାହିଁକି ନିଜ ହାତରେ ନିଜର ସୁନାର ସଂସାରକୁ ଭାଙ୍ଗି ଚୁରମାର୍ କରିଦେଲେ ନିଜ ପାଇଁ ନିଜେ ହିଁ ସମସ୍ୟା ଆଣି ଉପୁଜାଇଲେ ଯେଉଁ ଅତୀତର ଭବିଷ୍ୟତ ବୋଲି କିଛି ନାହିଁ ସେହି ଅତୀତର ଭବିଷ୍ୟତ କିଛି ନାହିଁ ସେହି ଅତୀତ ପାଇଁ ଭବିଷ୍ୟତକୁ ନଷ୍ଟ କରିଦେବା କଣ ଦରକାର, ବୁଝି ନ ପାରିଲେ ଦୁନିଆ କଣ କହିବ, ବନ୍ଧୁ ବାନ୍ଧବ, ସାହି ପଡିଶା ପରିବାର ଲୋକ କଣ କହିବେ l ସମ୍ପର୍କ ଭଳି ଗୋଟେ ମୂଲ୍ୟବାନ ଜିନିଷକୁ ବାନ୍ଧି ରଖିବାର କ୍ଷମତା ସେମାନଙ୍କର ନାହିଁ ଜୀବନରେ ପ୍ରତି ମୁହୂର୍ତ୍ତରେ ସମସ୍ୟା ରହିଥାଏ ଆଉ ପ୍ରତ୍ୟେକ ସମସ୍ୟାର ସମାଧାନ ଭି ଅଛି ମାତ୍ର ଟିକେ ଧୈର୍ଯ୍ୟ ଆବଶ୍ୟକ ସେମାନଙ୍କ ନିକଟରେ କଣ ଧୈର୍ଯ୍ୟର ଅଭାବ ଥିଲା ନା ସମାଧାନର କୌଣସି ବାଟ ନ ଥିଲା କାହିଁକି ଦୁହେଁ ପରସ୍ପର ନିକଟରୁ ଅଲଗା ହୋଇଯାଇଥିଲେ lଅନାମିକାର ବିବାହ ଉତ୍ସବ ଚାଲିଥାଏ, ବିବାହ ବହୁତ ଖୁସିର ଦିନ , ଘରେ ବନ୍ଧୁ ବାନ୍ଧବ ଅନାମିକାର ସାଙ୍ଗସାଥି ଭରପୁର ହୋଇ ରହିଅଛନ୍ତି, ଛୋଟ ଛୋଟ ପିଲାମାନେ ତାଙ୍କ ଅନାମିକା ଅପାର ବାହାଘରକୁ ନେଇ ବହୁତ ଖୁସି ଅଛନ୍ତି ନୁଆଁ ନୁଆଁ ଡ୍ରେସ ପିନ୍ଧି ମଜାମସ୍ତି କରୁଛନ୍ତି, ବରଯାତ୍ରୀ କିଭଳି ଭଲରେ ଆସି ପହଁଚିବେ, ରୋଷେଇ ସରିଲାଣି କି ନାହିଁ ବରଯାତ୍ରୀଙ୍କ ପାଇଁ ସବୁ ବନ୍ଦୋବସ୍ତ ହେଲା କି ନାହିଁ ଆଦି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି l ଅନାମିକାର ମାଁ,ମାମୁଁ ତାର ଝିଅ,ଭାଣିଜୀକୁ ନେଇ ବହୁ ଖୁସି ଅଛନ୍ତି ଦୁଃଖ କରିବେ ବା କାହିଁକି ବହୁ ଖୋଜା ଖୋଜି ପରେ ଅଧ୍ୟାପକ ବରଟିଏ ପାଇଛନ୍ତି lଅନାମିକାକୁ ନେଇ ସହରକୁ ଚାଲିଯିବା ପରେ ଯାହା ଖାଲି ଶାଶୁ l ଦୁଇ ଜଣ ଅଛନ୍ତି,ଘରେ ଅନାମିକାକୁ ପ୍ରତ୍ୟେକ କାର୍ଯ୍ୟରେ ସାହାର୍ଯ୍ୟ, ସହଯୋଗ କରିବାକୁ ସ୍ୱାମୀ ଅଂଜାନ୍ ଙ୍କ ମାଁ, ସାନ ବୋହୁ ରହିଛନ୍ତି l ଅନାମିକାର ମନ କଥା ବୁଝିବା ପାଇଁ ତା ମାଁ ତା ପାଖକୁ ଗଲେ, ସବୁଠାରୁ ବଡ଼ କଥା ହେଲା ଯାହାର ବାହାଘର ସିଏ ଯେତେ ଖୁସି ନ ଥିବ ତା ଅପେକ୍ଷା ଅଧିକ ଖୁସି ଅନାମିକାର ସାଙ୍ଗସାଥି l ବିଭିନ୍ନ ଢଙ୍ଗରେ ଅନାମିକା ସହିତ ଫୋଟୋ ଉଠାଇ ଖୁସି ବାଣ୍ଟି ଅଛନ୍ତି l ବର ଆସିଲା ସେଥିପାଇଁ ସେମାନେ ସେଠାରୁ ଚାଲିଗଲେ l ଅନାମିକାର ମାଁ ଆସିଲେ ଅନାମିକାକୁ ଦେଖିଲେ କହିଲେ ମା’ରେ ଏଇଟା ସମାଜର ନିୟମ, ଝିଅ ଜନମତ ପର ଘରକୁ ତାକୁ କିଏ କଣ ଆଡେଇ ପାରିବ, ମାଁର ଏହି ସବୁ କଥା ଅନାମିକାକୁ କୌଣସି ପ୍ରଭାବ ପକାଉନଥାଏ l କେମିତି ଭି ପ୍ରଭାବ ପକାଇବ ତାର ଦୁଃଖର କାରଣ କଣ କେହି ବୁଝିଛନ୍ତି, କେହି ଭି ତା ମନ କଥା ବୁଝିବାକୁ ସମର୍ଥ ହୋଇପାରିନାହାନ୍ତି l କଣ ଚାହୁଁଛି ସିଏ, ସେପଟେ ପୁରୋହିତ ଡାକ ଦେଲେଣି ଅନାମିକାକୁ ବେଦୀକୁ ଆଣିବା ପାଇଁ ଅନାମିକା ଏବେ ଖୋଜୁଥାଏ କୋଉଠି ତମେ ଅଛ, ଏବେ ଭି ସମୟ ଅଛି ଜଲଦି ଚାଲି ଆସ, ମୋତେ ନିଜର କରି ନିଅ, ତୁମେ ମୋ ମଥାରେ ସିନ୍ଦୁର ପିନ୍ଧାଇ ମୋତେ ନିଜର କରି ନିଅ, ଏହି ଦୁନିଆ ଆଗରେ ତୁମେ ମୋତେ ସ୍ତ୍ରୀ ରୂପେ ଗ୍ରହଣ କର, ଏଠାରେ କେହି ମୋତେ ଜାଣି ପାରୁନାହାନ୍ତି ମୋ ମନ କଥା, କି ଦେଖି ବୁଝି ଭି ପାରୁନାହାନ୍ତି ଯେ ମୁଁ କେତେ କଷ୍ଟରେ ଅଛି କେବଳ ତୁମେ ହି ଜଣେ ମଣିଷ ଯିଏ ମୋତେ ବୁଝିପାରିବ ମୋ କଷ୍ଟ ଦୂର କରିପାରିବ lଏପଟେ ଭଲରେ ଭଲରେ ଅନାମିକାର ବାହାଘରଟି ସରିଗଲା, ଅନାମିକା ତା ଶାଶୁ ଘରକୁ ବିଦାୟ ନେଇଛି, ଶାଶୁ ତା ପୁଅ ବୋହୁର ବାଟକୁ ଚାହିଁ ବସିଥିଲେ, କେତେ ଦିନର ଅପେକ୍ଷା ଆଜି ତାଙ୍କର ପୂର୍ଣ୍ଣ ହୋଇଛି କେତେ ବୁଝାସୁଝା କରିବା ପରେ ତାଙ୍କ ପୁଅ ଅଂଜାନ୍ ବାହାଘର ପାଇଁ ରାଜି ହୋଇଛି, ଶାଶୁ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି ଯେମିତି ତାଙ୍କ ପୁଅ ବୋହୁ ମଧ୍ୟରେ ଭଲ ସମ୍ପର୍କଟିଏ ରହୁ, ଅତୀତ କଥା ଭୁଲିଯାଇ ଅଂଜାନ୍ ଅନାମିକାକୁ ଆପଣେଇ ନେବ ବୋଲି ଶାଶୁଙ୍କର ବିଶ୍ୱାସ ରହିଛି ଯେ ପୁଅବୋହୁ ଆସୁ ଆସୁ ଶାଶୁ ଏବଂ ଘରର ବୋହୁ ସେମାନଙ୍କୁ ବନ୍ଦାପନା କରି ଘର ଭିତରକୁ ପ୍ରବେଶ କରାଇଲେ l ବାହାଘର ପରେ ଯାହା କିଛି ନିୟମ ରହିଥାଏ ତାହା ସବୁ ସେହି ଅନୁସାରେ ସମ୍ପାଦନା କରାଗଲା l ଅଳ୍ପ କିଛି ସମୟ ପରେ ବୋହୁ ଅନାମିକା ସହ ଆଳାପ ପାଇଁ ଶାଶୁ ତା ନିକଟକୁ ଗଲେ ଯେ ଦେଖିଲେ ଅନାମିକା ମନ ଦୁଃଖରେ ବସିଛି, ଶାଶୁଙ୍କୁ ଦେଖି ଅନାମିକା କୋହ ସମ୍ଭାଳି ନ ପାରି କାନ୍ଦି ପକାଇଲା l ଶାଶୁ : ଆଲୋ ମା ତୁ ଏମିତି କଣ କାନ୍ଦୁଛୁ କିଏ କଣ ତୋତେ କହିଲା କି?
ଅନାମିକା : ନାଇଁ ମାଁ ମୋତେ କିଏ କଣ ପାଇଁ ବା କହିବ, ସିଏ କିଛି ନାହିଁ ମାଁ l
ଶାଶୁ : କାନ୍ଦୁଛୁ ଅଥଚ କିଛି ପଚାରିଲେ କହୁନୁ, ଦେଖେ ମାଁ ତୁ ଘର ପରିବାରକୁ ଛାଡି ଆସିଛୁ ତ ସେଥିପାଇଁ ତୋତେ ସେମିତି ଲାଗୁଛି, ଏଠି କିଛି ଦିନ ରହିଲା ପରେ ଦେଖିବୁ ସବୁ ଠିକ ହୋଇଯିବ, ତୁ ଗୋଟିଏ ପରିବାର ଛାଡି ଆଉ ଗୋଟିଏ ନୁଆଁ ପରିବାର ପାଇଛୁ ଆଜିଠାରୁ ମୁଁ ଭି ତୋର ଗୋଟିଏ ମାଁ, ଯାହା ଭି କିଛି ଅସୁବିଧା ହେବ ତୁ ମୋତେ ଜଣେଇବୁ ତୋ ମାଁ ଭଳି ମୁଁ ଭି ତୋ ସବୁ କଥା ବୁଝିବି, ଆଉ ଦୁଃଖ କରେନି l ଏହା କହି ଶାଶୁ ସେଠାରୁ ଚାଲିଗଲେ, ନିଜ ମାଁ, ମାମୁଁଙ୍କୁ ଭି ଯେଉଁ କଥା ସେ କହି ପାରିନଥିଲା ଆଉ ଆଜି ସେ ଶାଶୁଙ୍କୁ ସେ କଥା କେମିତି କହିବ lକହିଲେ ସିଏ କଣ ବୁଝିପାରିବେ ଅନାମିକାର ମନ କଥା ସାହାଯ୍ୟ କରିବେ ତାକୁ ନା ଅନାମିକା ପାଇଁ ଥିବ ତାଙ୍କ ମନରେ ଥିବା ଭଲ ପାଇବାଟାକୁ ପୋଛିଦେବେ, ଏ କଥା ଜାଣିଲେ ଟାକୁ ଘୃଣା କରିବା ଆରମ୍ଭ କରିବେ ତା ଶାଶୁ, ଖାଲି ନୀରବରେ ବସି ଲୁହ ଝରେଇବା ବ୍ୟତୀତ ଆଉ କିଛି ନାହିଁ ଅନାମିକା ନିକଟରେ l ଏବେ ଆଉ ବା କଣ କରିପାରିବ ତା ହାତରୁ ସମୟ ଚାଲିଯାଇଛି, ଜୀବନର ନୁଆଁ ଏକ ଆରମ୍ଭ ହୋଇଯାଇଛି ହେଲେ ସିଏ ସେ ଆରମ୍ଭକୁ ଗ୍ରହଣ କରିପାରୁନାହାନ୍ତି, ଅତୀତକୁ ନେଇ ଘାଣ୍ଟି ହେଉଛି ନା ଅତୀତକୁ ସେ ଭୁଲି ପାରୁଛି ନା ବର୍ତ୍ତମାନକୁ ସେ ଆପଣେଇ ପାରୁଛି, ଜୀବନଟା ତାର ଦୋଛକିରେ ଛିଡା ହୋଇ ରହିଯାଇଛି l ବାହାଘର ପରେ ଚତୁର୍ଥୀ ରାତି ଆସି ପହଁଚିଛି, ଏହାକୁ ବାସର ରାତି ବୋଲି କୁହାଯାଏ ବା ମିଳନର ରାତି, ପ୍ରତ୍ୟେକ ମଣିଷ ଏହି ରାତିକୁ ଅପେକ୍ଷା କରି ରହିଥାଏ, ଅଂଜାନ୍ ଙ୍କ ଭାଈ ବୋହୁ ଅନାମିକାକୁ ସଜବାଜ କରିଦେଲା ତା ସହ ତା room ଟିକୁ ଭି ସଜେଇ ଦେଇ ଚାଲିଗଲା, ଏ ସବୁ ଅନାମିକାକୁ ଭଲ ଲାଗୁନଥାଏ ବହୁତ ଅଣନିଶ୍ୱାସୀ ହେଉଯାଉଥାଏ l ଏତିକି ମୁହୂର୍ତ୍ତରେ ଅଂଜାନ୍ କବାଟ ଠକ୍ ଠକ୍ କରି ରୁମ୍ ଭିତରକୁ ପ୍ରବେଶ କରିଲା, ଆସି ବେଡ୍ ଉପରେ ବସିଲା କେହି କାହାରିକୁ ପଦୁଟିଏ ହେଲେ ଭି କହୁନଥାନ୍ତି, କିଛି ସମୟ ଅନ୍ତରାଳରେ ଅଂଜାନ୍ କିଛି କହିଲା ହେଲେ ଏ କଣ ଅନାମିକା ସେମିତି ନିରବତା ରହି ଚିନ୍ତାମଗ୍ନ ହୋଇ ରହିଥାଏ କିଛି ଭି ଉତ୍ତର ଆସିଲା ନାହିଁ l ଝିଅ ପିଲା ତ ଅଜଣା ବ୍ୟକ୍ତି ସହ କଥା ହେବା ପାଇଁ ସଂକୋଚ କରନ୍ତି ଭାବି ଅଂଜାନ୍ ଅନାମିକାର ଓଢଣୀ କାଢ଼ିବାକୁ ଗଲା…
ଅନାମିକା : ଛୁଅଁନି ମୋତେ, ଦୂରେଇ ରୁହ ମୋ ପାଖରୁ.. ଦୟାକରି ମୋତେ ଏକୁଟିଆ ଛାଡି ଦିଅ…
ଅଂଜାନ୍ : କଣ ହୋଇଛି ତୁମକୁ କିଏ କଣ କହିଲା କି… ନା ମୋ ଉପରେ ରାଗିଛ?
ଅନାମିକା : ଏଠି ମୋ କଷ୍ଟ କିଏ ବୁଝିବେନି, ମୋ ମନ କଥା କିଏ ବୁଝିବେନି…
ଅଂଜାନ୍ : କିଏ ତୁମକୁ କଷ୍ଟ ଦେଇଛି.. କାହିଁକି ଏମିତି କହୁଛ?
ଅନାମିକା : ମୋ ଘର ଲୋକ…
ଅଂଜାନ୍ : ମାନେ ମୁଁ କିଛି ବୁଝି ପାରିଲିନି…
ଅନାମିକା : ନାହିଁ ତୁମେ କିଛି ବୁଝି ପାରିବନି… ମୋ ମନ କଥା ଜାଣିଲେ ତୁମକୁ କଷ୍ଟ ଲାଗିବ
ଅଂଜାନ୍ : ନାଇଁ କୁହ କିଛି ଭାବିବିନି.. ଦୁହେଁ ଯଦି ପରସ୍ପର ମନ କଥା କହିବାନି ତେବେ ହୃଦୟ କଷ୍ଟ ଲାଗିବ… ଦୟାକରି କୁହ.. କୁହ ଦୟାକରି …
ଅନାମିକା : ହେଲେ ଯଦି ଶୁଣିବାକୁ ଚାହୁଁଚ ତେବେ ଶୁଣ.. କିନ୍ତୁ ଭୁଲ ବୁଝିବନି ତ ମୋତେ…
ଅଂଜାନ୍ : ନାଇଁ…ନାଇଁ.. ମନ କଥା କହିଦେଲେ ମନ ଟିକେ ହାଲକା ଲାଗିଯାଏ l
ଅନାମିକା : ମୁଁ ମୋ ଅତୀତକୁ ଭୁଲି ପାରୁନି.. ବର୍ତ୍ତମାନ କିପରି ମୁଁ ରହିବି…ଯାହାକୁ ମୁଁ ଦିନେ ମୋର ଜୀବନସାଥି କରିବାକୁ ଚାହୁଁଥିଲି…
ଅଂଜାନ୍ : ହେଲେ ତୁମର ଯଦି ଅତୀତ ଥିଲା.. ତୁମ ଜୀବନରେ ଯଦି କିଏ ଥିଲା ତେବେ ତୁମେ ମୋତେ କାହିଁକି ବାହା ହେଲ…ମୋ ଜୀବନ ସହ କାହିଁକି ଖେଳିଲ…?
ଅନାମିକା : ମୋ ମନ କଥା ମୋ ମାମୁଁ କି ମୋ ମାମା ବୁଝିପାରିନଥିଲେ..ମୋ ମାମୁଁ ମୋ ବାହାଘର ତୁମ ସହ କରିବାକୁ ଚାହୁଁଥିଲେ… ଆଉ ସେମାନଙ୍କ ନିକଟରେ ମୁଁ ପିଲାବେଳୁ ବଢିଥିଲି.. ତ ସେମାନଙ୍କ କଥାକୁ ସେମାନଙ୍କ ମନକୁ କଷ୍ଟ ନ ଦେଇ ନିରାଶ ନ କରି ତୁମ ସହ ମୋ ବାହାଘର ଠିକ କରାଗଲା… ହେଲେ ଏ ସବୁ ମୋ ଇଚ୍ଛାର ବାହାରେ ଥିଲା…ମୋ ପାଖେ ଆଉ କିଛି ରାସ୍ତା ନ ଥିଲା ଘର ଲୋକଙ୍କ କଥାରେ ହଁ ମାରିଦେଲି…
ଅଂଜାନ୍ : ହେଲେ ତୁମର ଭି କିଛି ଅତୀତ ଥିଲା.. ବର୍ତ୍ତମାନ ଭି ଅଛି.. ତୁମର କିଛି ସ୍ୱାଧୀନତା ଅଧିକାର ରହିଛି.. ହେଲେ ତୁମେ ଏ ସବୁକୁ ବିଚାର ନ କରି ଅନ୍ୟ ଜଣକ ଜୀବନରେ ଆସି ତାକୁ କଷ୍ଟ ଦେବା ମୋତେ କିଛି ଭଲ ଲାଗୁନି ଏପରି କିଛି ମୁଁ ସହ୍ୟ କରିପାରୁନି…
ଅନାମିକା : ଅଜାଘା ଘା ଦେଖେଇ ହୁଏ ନାହିଁ କି ଦେଖି ହୁଏ ନାହିଁ.. ହେଲେ ମିଳନର ରାତି କଣ ମୋ ପାଇଁ ସ୍ମୃତି ହୋଇ ରହିଯିବ ଭଗବାନ କରନ୍ତୁ ଏମିତି କାହା ଜୀବନରେ ନ ଆସୁ, କୋମଳ ଗଦିରେ କଟିବା ରାତିଟି ଆଜି ରାତିର ଥଣ୍ଡା ଖୋଲା ଆକାଶ ତଳେ ବାଲକୋନୀରେ ବିତୁଛି l ହେଲେ ଅଂଜାନ୍ ଭି ଆଉ କଣ କରିବ ଅନାମିକା ଉପରେ ଜୋର୍ ଦେଇ ତା ପୁରୁଷପଣିଆକୁ ସାବ୍ୟସ୍ତ କରିବ ନା କେବେ ନୁହେଁ, କାହିଁକି ନା ସିଏ ଭଲଭାବେ ଜାଣିଛି ପୁରୁଷଟିଏ ଯେତେ ଚେଷ୍ଟା କଲେ ଭି ଗୋଟେ ଝିଅର ମନକୁ ଜିଣି ପାରିବ ନାହିଁ ଯେ ପର୍ଯ୍ୟନ୍ତ ଝିଅଟି ନିଜ ପ୍ରେମର ଦ୍ୱାର ଖୋଲି ନାହିଁ, ଏହାରି ଭିତରେ ଅଂଜାନ୍ କୁ ନିଦ ଆସିଯାଇଛି l ଅଂଜାନ୍ ଅତୀତକୁ ଭୁଲି ବର୍ତ୍ତମାନକୁ ଆପଣେଇ ନେଇ ଏକ ନୁଆ ଭବିଷ୍ୟତ ଗଢିବାକୁ ସ୍ବପ୍ନ ଦେଖୁଥିବା ବେଳେ ସ୍ବପ୍ନ ତାର ପାଣି ଫୋଟକା ଭଳି ଏପରି ଚୁରମାର୍ ହୋଇଯିବ ଯାହା ଅଂଜାନ୍ ଙ୍କ ହୃଦୟକୁ ବହୁ ବ୍ୟଥିତ କରିଛି l
ଏହି ସବୁ କଷ୍ଟରୁ ଟିକିଏ ହାଲକା ପାଇବା ପାଇଁ ଅଂଜାନ୍ ନିଷ୍ପତ୍ତି ନେଇଅଛି ଯେ ସେ ଆଉ ଅନାମିକା ସହ ସଂସାର କରିବାକୁ ଚାହୁଁନାହାନ୍ତି କି ଅନାମିକାର ଅତୀତ ମଧ୍ୟରେ ରହି ନିଜକୁ କଷ୍ଟ ଦେବାକୁ ଆଉ କ୍ଷଣିକ ଚାହିଁ ନାହାଁନ୍ତି ଏଥିରୁ ତ୍ରାହି ପାଇଁ ଅଂଜାନ୍ ଅନାମିକାଙ୍କ କଥା ହୋଇ ପରସ୍ପର ଉଭୟ ଅଂଜାନ୍ ଛାଡ଼ପତ୍ର ସହମତିରେ ଛାଡ଼ପତ୍ର ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି l ଯେଉଁଠି ସମ୍ପର୍କର କିଛି ମୂଲ୍ୟ ନଥାଏ,ଅନ୍ୟ ଜଣକ ଭଲ ପାଇବା ନଥାଏ ଅନ୍ୟ ଜଣକ ଖୁସି ପାଇଁ ସେଥି ସେ ସମ୍ପର୍କ ରଖିବାଠାରୁ ବରଂ ଦୂରେଇ ଯିବା ଭଲ ହେବ ବୋଲି ଯାହା ଅଂଜାନ୍ ଭାବି ନେଇଛନ୍ତି l ଅନ୍ୟ ଖୁସିରେ ଦାଉ ସାଜିବା ଅନ୍ୟ ସମ୍ପର୍କକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିବନ୍ଧକ ସାଜିବା କେତେଦୂର ଠିକ୍ ତାହା ଯଥେଷ୍ଟ ଭାବେ ଅଂଜାନ୍ ବୁଝିପାରିଅଛନ୍ତି l ସେହି ମଧୁର ସମ୍ପର୍କକୁ ଯାହା ଅନାମିକା ନ ବୁଝିପାରି ଅଂଜାନ୍ ଜୀବନକୁ ବହୁତ କଷ୍ଟ ଦେଇଛନ୍ତି ତ ପୁଣି ନିଜେ କଷ୍ଟ ଭି ପାଇଛନ୍ତି…

Leave a Comment

Your email address will not be published. Required fields are marked *