ହଁ ମୁଁ ନାରୀ…
କେବେ ମୋ ପିତାଙ୍କ କନ୍ୟାମଣି
ମୋ ଭାଇର ପ୍ରିୟ ଭଉଣୀ,
କାହାର ଭଲ ବାନ୍ଧବୀ
ତ ଆଉ କେବେ କାହାର ପତ୍ନୀ।।
ହଁ ମୁଁ ନାରୀ…
ସମାଜ ଚକ୍ଷୁରେ ମୁଁ ନ୍ୟୁନ
ମତେ ମିଳେନାହିଁ ଟିକେ ସମ୍ମାନ,
ଆଜି ଶିକ୍ଷିତା ହୋଇ ବି ମୁଁ ନିରୁପାୟ
ମୁଁ ସ୍ୱାବଲମ୍ବୀ ହେଲେ ପରାଧୀନ ।।
ହଁ ମୁଁ ନାରୀ…
କେତେ ଲାଞ୍ଛନା ନିର୍ଯାତନା ମୁଁ ପାଏ
ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦିଏ ଶିଶୁଟିଏ,
ପରିବାର ଭାରକୁ ମୁଣ୍ଡେଇ ଚାଲେ
ତଥାପି ମୁଁ ଯନ୍ତ୍ରଣା ଜର୍ଜରିତ।।
ହଁ ମୁଁ ନାରୀ…
ଲଜ୍ୟାକୁ କରେ ମୁଁ ଗହଣା
କିନ୍ତୁ ଦୁଷ୍କର୍ମ ମୋର ପାଉଣା,
ମୋ ସାଥିରେ ଯେତେ ଅନ୍ୟାୟ
ଆଉ ମୋ ପରେ ଯେତେ ଅତ୍ୟାଚାର।।
ହଁ ମୁଁ ନାରୀ…
ଯଶୋଦାର ସ୍ନେହ ମୁଁ ଦେଇପାରେ
ପାପୀ ପାଇଁ କାଳୀ ରୂପ ଧରିପାରେ,
ଜୀବନର ପ୍ରତି ପାଦେ ଦିଏ ପରୀକ୍ଷା
ମୁଁ ଅମାପ ଧୈର୍ଯ୍ୟର ଗନ୍ତାଘର ।।
ହଁ ମୁଁ ନାରୀ…
ବିଜୟ ଟୀକା ମୁଁ ଲଗାଏ ପୁରୁଷ ମଥାରେ
ପରାଜୟରେ ବି ଥାଏ ମୁଁ ତା’ର ସାଥିରେ,
ଦେବୀ ପରି କିଏ ପୂଜେ ମତେ
ଆଉ କେହି ଦିଏ ଯାତନା।।
ହଁ ମୁଁ ନାରୀ…
ମୁଁ ଶାନ୍ତ ହେଲେ ନୁହେଁ ମୁଁ ଅବଳା
ଶକ୍ତି ଅଛି ମୋର ନୁହଁଇ ଦୁର୍ବଳା,
ଅମ୍ବରକୁ ଛୁଇଁ ଆସିଲିଣି ମୁହିଁ
ମୁଁ ବି କରିପାରେ ଦେଶ ଶାସନ।।
ହଁ ମୁଁ ନାରୀ…
ନାରୀଟିଏ ବୋଲି ନୁହେଁ ମୁଁ ଲଜ୍ଜିତ
ନିଜ ପାଇଁ ନିଜେ ହୁଏ ମୁଁ ଗର୍ବିତ,
ସ୍ନେହ ପାସୋରାରେ ଜଗତକୁ ପାଳେ
ଲୋଡ଼େ ଖାଲି ଟିକେ ପ୍ରେମ।।