March 2022

ପ୍ରେମ କଳଙ୍କ

ଆଜିକାଲି ଦୁନିଆରେ ପ୍ରେମ ସମ୍ପର୍କର ମାନ ଦେହ ଭୋଗ ଅଭିଳାଷ ପ୍ରେମ ନାମେ ଦେହ ନିଲାମ ହୁଅଇ ଭାଗ୍ୟକୁ ଦେଇ ଦୋଷ । ଅଢେଇ ଦିନିଆ ପ୍ରେମ ଆକର୍ଷଣ ଦେଖ କେବଳ କେଇଟା ଦିନ ଦେହ ପାଇଁ ପ୍ରେମ କଳଙ୍କ ସାଜଇ ମିଛେ ରାତି ହୁଏ ବଦନାମ । ଶାଶ୍ଵତ ପ୍ରେମ ନାମେ ଭୋଗ ବିଳାସ ଅଭିଶପ୍ତ ହେଲାଣି ଦେଖ ବିଷାକ୍ତ ହେଲାଣି ମନର ଭାବନା ହିଂସ୍ର ହେଲାଣି ଭୋକ । ପ୍ରେମ ବଜାରରେ କିଣା ବିକା …

ପ୍ରେମ କଳଙ୍କ Read More »

ଅପେକ୍ଷାରେ ତୁମେ

ଅପେକ୍ଷା ମହାନଦୀ ତୀରର ସେଇ ସନ୍ଧ୍ୟାକୁ ଯେଉଁଠି ଥିବ ତୁମେ ଓ ମୁଁ , ଆମ ସହ ଥିବ ଏମିତି ଏକ ବସନ୍ତ ମଳୟ ବହୁଥିବ , ଆକାଶ କୋଳରେ ସଞ୍ଜୁଆ ତାରା ଟି ନାଚୁଥିବ ଆମକୁ ଏକାଠି ଦେଖି ଇର୍ଷାରେ ଜହ୍ନ ବି ଜଳୁଥିବ , ଆଉ ଆମେ ଆଙ୍କୁଥିବା ଭବିଷ୍ୟତର ସୁନେଲି ନକ୍ସାଟିଏ ।

ଅକୁହା କଥା

ମନର କଥାକୁ କହି ସେ ପାରେନା ଛଟପଟ ନିଇତି ହୁଏ, ସମୟେ ସମୟେ ବୁଝାଇ ପାରେନା ଜାଣିପାରେନି ଆପଣା ପର ଯେ  କିଏ ।। କହିବା ଆଗରୁ ନୀରବି ଯାଏ ସେ କାଳେ ଅପଦସ୍ତ ହେବ ନିଜର କିଏ , ଲୁହ ହୃଦେ ଥିଲେ ମଧ୍ଯ ତାକୁ ଯେ ଦେଖଇ ସେ ଯାତନା ଛୁପାଇ ସ୍ମିତ ହାସ୍ୟ ଟିକେ ଦିଏ ।। କାହାକୁ କହିବ ଦୋଷୀ କିଏ ତା’ର ଦୋଷ ତ କରିଛି ସିଏ , ନିଜ …

ଅକୁହା କଥା Read More »

ମୋ ଉତ୍କଳ

ମୋ ଉତ୍କଳ ….ସେ ତ ଏକ ନୂଆ ସକାଳ ମଧୁର ତା ଭାଷା… ସୁସ୍ଵାଦୁ ତା ପଖାଳ, ମୋ ଉତ୍କଳ…ସେ ଜାଗୃତ ଓ ତତ୍ପର ଆସୁ ଯେତେ ବାଧା…ମୋ ମାଟି ମା ଥିଲେ କାହାକୁ ଅବା ଡର , ମୋ ଉତ୍କଳ…ସେ ତ ବର ପୁତ୍ରଙ୍କ ଆସର ସାହସୀ ନାରୀ ଙ୍କ କର୍ମଭୂମି ସେ ତ ଗର୍ବ ଭାରତବର୍ଷର , ମୋ ଉତ୍କଳ….ପୁଣ୍ୟତୋୟା ଜଳ ସମ ପୁଣ୍ୟ ବାଣୀ ତାହାର ଯେତେ ବଖାଣିଲେ ବି ଅସରନ୍ତି ଗୌରବ …

ମୋ ଉତ୍କଳ Read More »

“” ମୁଁ ଅଭିଶପ୍ତ ପ୍ରେମିକା ଟିଏ “”

ହାତରେ କଲମ , ପାଖରେ ଖାତା କୁ ମନେ ଅସୁମାରୀ କଥା , ଆଖିରେ ଆଖିଏ ଅସୁମାରୀ ଆଶା ହୃଦେ ଅକଥାର ବ୍ୟଥା । ବିଜନ ବେଳରେ ଗୋଧୂଳି ସମୟେ ବସିକି ଭାବୁଛି ମୁହଁ , ଅନ୍ତରର ସେଇ ସୂକ୍ଷ୍ମ ଭୟକୁ କା ଆଗେ ପାରୁନି କହି । ତୁମେ କହିଥିଲ ସପନ ସେପାରେ କରିଛ ଯେ ତୁମେ ଘର , ସେଇ ଠିକଣାରେ ବାହାରି ମୁଁ ଗଲି ଛାତିରୁ କାଢ଼ିକି ଡର । ମୀରା କି …

“” ମୁଁ ଅଭିଶପ୍ତ ପ୍ରେମିକା ଟିଏ “” Read More »

ସପନର ଆର ପାରି

{ଅଜବ ଦୁନିଆ} ଉପକ୍ରମ – : ======= କେବେ ଭାବନ୍ତି ଆପଣ ? କେତେବେଳେ ଆମ ମସ୍ତିସ୍କ ଅଧିକ କଲ୍ପନା କରେ? କୌଣସି କାମ କରୁଥିବା ସମୟରେ ନା ଚୁପ ହେଇ ଗୋଟିଏ ଜାଗାରେ ଆମ ଶରୀର କୁ ସ୍ଥିର ରଖିବା ସମୟରେ? କାହାଣୀ -: ====== ସେ ଦିନ ଥିଲା ମୋ ଗ୍ରାଜୁଏସନ୍ ତୃତୀୟ ବର୍ଷ ର ଶେଷ ପରୀକ୍ଷା । ଯେମିତି ମୁଁ ଚିତ୍ରା କୁ କହିଥିଲି ପରୀକ୍ଷା ସରିଲା ପରେ ଆମେ ଇଭିନିଂ …

ସପନର ଆର ପାରି Read More »

ବିଶ୍ୱ ନାଟ୍ୟ ଦିବସ

ଏଇତ ଅଟେ ଆମ ଜୀବନ ନାଟକ କ୍ଷଣ କ୍ଷଣକେ ଆନ କିଏ ସେ ନାୟକ କିଏ ସେ ନାୟିକା କ୍ଷଣସ୍ଥାୟୀ ଜୀବନ ।। କିଏ ସେ ଦର୍ଶକ ସାଜେ ଦେଖଇ ବସି ମଞ୍ଚ ଭିତରେ ଅଭିନୟ ଯେ କିଏ ସାଜେ କରଇ କେଉଁ ରଙ୍ଗମଞ୍ଚରେ ।। ମଞ୍ଚ ସଞ୍ଚାଳକ କିଏ ସେ ସାଜଇ ସେହି ମହାନାୟକ ଅଭିନୀତ ହୁଏ ଏ ମଞ୍ଚ ସଂସାରେ କହ କେଉଁ ନାଟକ ।। ଅଭିନବ ଏ ଧରା ରଙ୍ଗମଞ୍ଚ ଅଭିନଵ ଅଟେ …

ବିଶ୍ୱ ନାଟ୍ୟ ଦିବସ Read More »

ଗାଁ ସେ ମୋର ଗାଁ

ଗାଁ ସେ ମୋର ଗାଁ, ଗାଁ ସେ ମୋର ଗାଁ, ସୁନ୍ଦର ତା’ ବେଶଭୂଷା ମଧୁର ତା’ ନାଁ। ଗାଁ ସେ ମୋର ଗାଁ । (୦) ପବିତ୍ର ଯାର ଗୋଡ଼ି ମାଟି, ଶୀତଳ ଯାର ବାଆ ସବୁଜ କ୍ଷେତ, ବଣ ଜଙ୍ଗଲ, ତୋଟା ମୁଣ୍ଡିଆ ସକାଳର ସୁରୁଜ ବି ଦିଏ ମିଠା ଛୁଆଁ, ଗାଁ, ସେ ମୋର ଗାଁ, ଗାଁ ସେ ମୋର ଗାଁ। (୧) ରାତି ଅନ୍ଧାରୁ ଚଷା ପୁଅ ବିଲ ମୁଣ୍ଡରେ ଠିଆ …

ଗାଁ ସେ ମୋର ଗାଁ Read More »

ବିଜୟ ମାର୍ଗ

 ଏଇ କାହାଣୀ ଅଟେ ଏମିତି ଏକ ଦୁନିଆ ର ଯାହା ପୃଥିବୀ ର ଖୁବ ନିକଟରେ ଥାଇ ମଧ୍ୟ ସମସ୍ତଙ୍କ ଠାରୁ ଅଦୃଶ୍ୟ ହେଇ ରହେ । ଆଜ୍ଞା ହଁ, ଏଇ କାହାଣୀ ଅଟେ ନୂଆଁ ଏକ ପୃଥିବୀର ଯାହା ପୃଥିବୀ ସହିତ ସମାନ୍ତରାଳ ଭାବେ ଗତି କରେ । ଏହାକୁ ବୈଜ୍ଞାନିକ ମାନେ ମଲ୍ଟିଭର୍ସ ବା ପାରାଲାଲ ୱାର୍ଲ୍ଡ ବୋଲି ମଧ୍ୟ କୁହନ୍ତି ।ସେହିଭଳି ଏକ ପୃଥିବୀର ଏକ ବିଶାଳ ଓ ମହାନ ରାଜ୍ୟ ଅଟେ …

ବିଜୟ ମାର୍ଗ Read More »

ମିଛ କବିତା

ଗୋଟା ପଣେ ଆଜି ନିଜକୁ ଉତ୍ତାରି ମୁଁ କବିତା ଲେଖିବି ଭାବୁଛି, ସବୁଥର ପରି କଲମ ମୁନଟା ମୋ ଅଧାରୁ ଅଟକି ଯାଉଛି। ସତେ କେଡ଼େ ସଂକଟରେ ପଡିଛି ! ନିଜକୁ ନିଜଠୁ ଲୁଚେଇ ମୁଁ ଆଜି ମିଛ କବିତାଟେ ଲେଖୁଛି।। କଳ୍ପନାର ଶତ ନବ ଦୁର୍ବାଦଳ ହୃଦ ଅଗଣାରେ ଉଙ୍କି ମାରୁଛି, ବାସ୍ତବ ଚିତ୍ରଟେ ଉତ୍ତାରିବି ଭାବି ମୁଁ ନକଲି ନକ୍ସାଟେ ଆଙ୍କୁଛି ଆଜି ସତେକି ନିଜକୁ ଠକୁଛି। କଳଙ୍କକୁ କଳା ଟୀକା ବୋଲି କହି …

ମିଛ କବିତା Read More »