March 2022

ମୁଁ ଏକ ପ୍ରଶ୍ନବାଚୀ

ମୁଁ ଶଦ୍ଦ ଟିଏ ହେଲେ ନିଜକୁ ସଜେଇ ପାରେନା ମୁଁ ଶାମୁକା ଟିଏ ହେଲେ ମୋତି କୁ ସାଇତି ପାରେନା ।। ମୁଁ ମଣିଷ ଟିଏ ହେଲେ ନିଜକୁ ବଖାଣି ପାରେନା ମୁଁ କଢ ଟିଏ ହେଲେ ଫୁଲ ହୋଇ ଫୁଟି ପାରେନା ।। ମୁଁ ପକ୍ଷୀ ଟିଏ ହେଲେ ମୁକ୍ତ ହୋଇ ଉଡ଼ି ପାରେନା ମୁଁ ମାଠିଆ ଟିଏ ହେଲେ ପାଣି ଭରି ହୋଇ ରହି ପାରେନା ।। ମୁଁ ଜଳ କଣିକା ଟିଏ ହେଲେ …

ମୁଁ ଏକ ପ୍ରଶ୍ନବାଚୀ Read More »

ବନ୍ଦେ ଉତ୍କଳ ଜନନୀ

ପୂରବ ପଶ୍ଚିମ ଉତ୍ତର ଦକ୍ଷିଣ ବୁଲିଆସ ତୁମେ ଯାଇ, ମୋ ରାଜ୍ୟ ପରିକା ରାଜ୍ୟଟିଏ କାହିଁ ପାଇବନି ତୁମେ ଭାଇ।୦। ମୋ ଭାଷା ଅଟଇ ଶାସ୍ତ୍ରୀୟ ଭାଷା ଶାସ୍ତ୍ରୀୟ ମୋହର ନୃତ୍ୟ, ମୋର ବେଶଭୂଷା ଖାଦ୍ୟପେୟ ଆଉ ନିଆରା ଏହାର ବାଦ୍ୟ।୧। ମୋ ପୂଜ୍ୟ ଠାକୁର ଜଗତର ନାଥ ଧାମ ତାଙ୍କ ଶିରି କ୍ଷେତ୍ର, ପୁଣ୍ୟ ବେଳାଭୂମି ଅଟଇ ପବିତ୍ର ପାଇବନି ତ ଅନ୍ୟତ୍ର।୨। ମୋ ରାଜ୍ୟର ନଦୀ, ବନ, ଗିରି, ହ୍ରଦ ଅନନ୍ୟ, ପୂତ, ପୂଜିତ, …

ବନ୍ଦେ ଉତ୍କଳ ଜନନୀ Read More »

ମୁଁ ନିର୍ଭୟା କହୁଛି

ଦୟାକର ଦୟାକର ମୋ ଉପରେ,କହୁଛି ମୁହିଁ ନିର୍ଭୟା,ଶୁଣ ମୋର ଆର୍ତ୍ତ କରୁଣ ଚିତ୍କାର,କରି ମୋ ଉପରେ ଦୟା। ଏତେ ହିନୀମାନ କରି କେତେ କେତେ,ଡାହାଳ କୁକୁର ମାନେ,ଝୁଣି ଖାଇଗଲେ ମୋର ଶରୀରକୁ,ପୁରୁଷତ୍ବ ଅଭିମାନେ। ଶୁଣିଲେନି ଥରେ ମୋ କରୁଣ ଡାକ,ନିର୍ଜନ ସଡକ ମଧ୍ୟେ,ବାସନାର ଅନଳରେ ଜାଳିଦେଲେ,କାମନା ର ବିଷ ଗନ୍ଧେ। ଦେଇଗଲେ ଯେଉଁ ଶରୀରରେ ଦାଗ,ସେହି ରାତି ସାରା ମୋତେ,ସହି ହେଲା ନାହିଁ ବୋଲି ନେଇଗଲି,ବିଦାୟ ଏହି ମରତେ। କିବା ଅପରାଧ କରିଥିଲି କୁହ,ନିଷ୍ଠୁର ପୁରୁଷ ଜାତି,କାହିଁକି …

ମୁଁ ନିର୍ଭୟା କହୁଛି Read More »

ଏଇ ତ ଜୀବନ

 ରମେଶ ଗୋଟେ ଛୋଟ ଦୋକାନରେ କାମ କରେ, ସେହି ଦୋକାନରୁ ଯାହା ପାଏ ନିଜର ଗୁଜୁରାଣ ମେଣ୍ଟାଏ | ସେମିତି ତା ଜୀବନ ସୁରୁଖୁରୁରେ ଚାଲିଥାଏ | ରମେଶ ଏକାକୀ କେତେ ବା ଜୀବନ କାଟିବ, ସେ ମନେ ମନେ ସ୍ଥିର କଲା ବିବାହ କରିବାକୁ | ସେ ସାବିତ୍ରୀ କୁ ବିବାହ କରି ନିଜ କୁଡ଼ିଆ କୁ ଆଣିଲା | ସାବିତ୍ରୀ ଥିଲା ଘରର ଏକ ମାତ୍ର କନ୍ୟା | ଛୋଟ ବେଳରୁ ହିଁ ସେ …

ଏଇ ତ ଜୀବନ Read More »

ରହସ୍ୟ

ଆସନ୍ତା କାଲିର କିଛି ରହସ୍ୟର ଉଦଘାଟନ ପାଇଁ ମୁଁ ଅହରହ ଧାଇଁ ଚାଲିଛି ପଦଦଳିତ କରି ମୁଣ୍ଡ ଟେକୁଥିବା ଆଜିର ଛୋଟ ଛୋଟ ଖୁସିର ମୁହୂର୍ତ୍ତ ଗୁଡାକୁ। ମୋ ଭାଗର ଆକାଶ ଖଣ୍ଡିକ ସାଜେ ମୋ ପାଇଁ ନିଅଣ୍ଟ ଆକାଂକ୍ଷାର ଦୁର୍ବାର ସ୍ୱପ୍ନସବୁ ନାଚିଉଠନ୍ତି ନିମିଳିତ ଚକ୍ଷୁର ପଲକ ସେପାଖେ ଆଉ ମୁଁ ନିଶାଗ୍ରସ୍ତ ପାଗଳ ପରି ଧାଇଁଚାଲେ ସାଉଁଟିବାକୁ ଦିଗନ୍ତ ଶେଷରେ ଚମକୁଥିବା କିଛି କାଚଖଣ୍ଡକୁ ହୀରାର ଭ୍ରମରେ। କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଏ ସେ …

ରହସ୍ୟ Read More »

ମିଳନ ସୂତ୍ର

ହସେଇଲ ଏତେ ବେଶୀ ,ଦୁଃଖ ମୋର ଗଲା ରୁଷି,ମୋର ହୃଦୟ ସରସୀ ମନ ମାନସୀ,ଭାବୁଅଛି ଆଜି ବସି,ଯାଇଛି ବୋଧେ ମୁଁ ଫସି,ତୁମରି ରୂପ ସାଗରେ କହୁଛି ହସି। ଆସିଛ ଯଦି ଜୀବନେ,ଛାଡି ଯିବ ନାହିଁ ଦିନେ,ରହିଥିବ ଏ ସ୍ପନ୍ଦନେ ଜୀବନ ସାରା,ତୁମକୁ ଦେଖି ନୟନେ,ହଜି ଯିବି ପ୍ରେମ ବନେ,ବୁଡେ ମୁଁ ମିଠା ସପନେ ହୃଦୟ ପାରା। ପାଇ ତୁମରି ପରଶ,ରଜନୀଗନ୍ଧାର ବାସ,ମହକାଏ ଦଶଦିଶ ଆଜ ରାତିରେ,ଲଭିବାକୁ ପ୍ରେମ ରସ,ମନକୁ କରି ହରସ,ମିଳନ ଅନଳେ ଝାସ ଦେବି ସାଥିରେ। …

ମିଳନ ସୂତ୍ର Read More »

ଆଜବେଷ୍ଟ୍ ଘର

ସବୁଦିନ ଭଳିଆ ସେଦିନ ବି ସକାଳ ୭ ଟା ରେ ଉଠି ବୁବୁନୁ ପାଠ ପଡିବାକୁ ଛାତ ଉପରକୁ ଚାଲିଯାଇଥିଲା । ହେଗିନ ର ଟ୍ରାକ ପ୍ୟାଣ୍ଟ, “ଅପ୍ନା ଟାଇମ ଆଏଗା” ଟି-ସର୍ଟ ଆଉ ହାତରେ “ଫିଜିକାଲ କେମେଷ୍ଟ୍ରି” ର ନୋଟ୍ସ ଧରି ଛାତ ଉପରେ ଏପଟ ସେପଟ ହେଉଥିଲା ୧୮ ବର୍ଷ ର ବୁବୁନୁ । ଲାଗୁଥିଲା ଯେମିତି ସିଏ ପାଠ ପଢିବା ବାହାନା କରି ସକାଳୁ ସକାଳୁ କାହାକୁ ଦେଖିବା ପାଇଁ ଆସିଛି ଛାତ …

ଆଜବେଷ୍ଟ୍ ଘର Read More »

ପୁନର୍ମିଳନ

ମା’ ଏ ଫଟୋ ଟି କାହାର, ତୁମ ପୁରୁଣା ଡାଏରୀରୁ ମୁଁ ପାଇଲି।  କିଏ  ଏ ଝିଅ ମା’?  ଦେଖିବାକୁ ବହୁତ ସୁନ୍ଦର।  କଣ ତୁମ ସହିତ ତା’ ସଂର୍ପକ?  ତୁମ ସାଙ୍ଗ କି?  ଏମିତି ଅନେକ ପ୍ରଶ୍ନର ପସରା ମେଲାଇ ଥିଲା ସୌମ୍ୟା ମୋ ଆଗରେ।  କଣ କହିବି ନିଜ ଝିଅକୁ?  କେମିତି ବା କହିବି, ” ତା ମା’ ଜଣେ ବିଶ୍ବାସ ରେ ବିଷ ଦେଇଥିବା ମଣିଷ।  ଜଣେ ଅପରାଧୀ। ” ହଁ,  ମୁଁ …

ପୁନର୍ମିଳନ Read More »

ସନ୍ଧ୍ୟା

କାହିଁ କେତେ ରଙ୍ଗ ବଦଳାଇବା ପରେ ଦାଉ ଦାଉ ଜଳି ଜଳି ଶେଷରେ ଥକିଯାଇ ମରିଯାଏ ସେ ସୂର୍ଯ୍ୟ କେଉଁ ଏକ ଦୂର ଦିଗବଳୟ ଛାତିରେ ! ଔଦ୍ଧତ୍ୟର ଚରମସୀମା ଲଂଘିଗଲା ପରେ କିଏ ଅବା କେତେ ଆଉ ସହ୍ୟ କରିବ ? ଦଳଦଳ ପକ୍ଷୀ ଯେ ସେଠି ମୁଣ୍ଡିଆଟେ ମାରି ଫେରିଆସନ୍ତି କିଛି ଅଳ୍ପ ବ୍ୟବଧାନରେ କାନ୍ଦଣା ଗୀତର ଏକ ଅବ୍ୟବସ୍ଥିତ ଧୁନ୍ ଛାଡ଼ି । ସମସ୍ତେ ତ ତା’ ଅଧୀନସ୍ଥ କର୍ମଚାରୀ ଟିକେ ଦେଖାଣିଆ …

ସନ୍ଧ୍ୟା Read More »

ଆସାମୀ

ଆସାମୀ ମାଆ କେବଳ ମାଆ ହେଇଥାଏ ଆମ ଆଖିରେ,ତାଙ୍କ ଆଖିରେ ,ଆମ ସଭିଙ୍କ ଆଖିରେ।ବୟସ ବଢ଼ିବା ସହିତ ଆୟୁଷ କମେ,ସମୟ ସରିବା ସହିତ ଯୌବନ ଝଡେ ହେଲେ ଯଦି କିଛି ସ୍ଵୟଂ ସଦ୍ୟ ସତେଜ ହେଇ ଆଜୀବନ ରହିଥାଏ ତାହା ହଉଛି ମାଆର ସେଇ ବାତ୍ସଲ୍ୟ ମମତା।ବୋଧେ ଏଥିରେ ବି ଭୁଲ୍ ରହିଗଲା?ପ୍ରତ୍ୟେକ ଭୁଲ୍ ରେ ସେ ହୁଏ ବହୁ ଗୁଣିତ,ଆଉ ପ୍ରତ୍ୟେକ ପରାଜୟରେ ଆହୁରି କାୟା ବିସ୍ତାର କରେ ତା ‘ ହୃଦୟରେ ତା’ର ନିଜ …

ଆସାମୀ Read More »