ମୁଁ କର୍ମଠ କାଉଡ଼ି ବାଲା
ହ୍ରୁଦୟ ଘାଟରୁ ଭକ୍ତିପୂତ ଜଳ ଭରି କଳସୀରେ ମୋର ସଂସାର ବାହୁଙ୍ଗୀ କାନ୍ଧରେ କାନ୍ଧେଇ ଚାଲିଛି ହୋଇ ତତ୍ପର। ମୁଁ କର୍ମଠ କାଉଡ଼ି ବାଲା କର୍ମକୁ ମୋ କରି ଜୀବନର ମନ୍ତ୍ର ଚାଲେ ଧରି ଜଳଭାରା।। ସଞ୍ଚି ମୁଁ ଭକତି ସମ୍ପିଛି ଶକତି ତୁମ ପାଇଁ ମହେଶ୍ୱର ବିଶ୍ଵାସର ପୁଷ୍ପ ମାଲ୍ୟ ଦେଇ ଗଳେ ଅର୍ପିବି ମୋ ଭକ୍ତିଜଳ। ମୁଁ କର୍ମଠ କାଉଡ଼ି ବାଲା ଏକ ଲକ୍ଷ ଧରି ଚାଲିଛି ନିଷ୍ଠାରେ ସହି ଖରା ମେଘ ଜ୍ଵାଳା।। …