ହୁଏତ ଶୀତ ଆସିଛି
ଟିଣ ପେଡିର କୋଲପ ଫିଟି ଗନ୍ଧକର୍ପୂର ଦିଆ ପୁରୁଣା କମ୍ବଳ ଖରା ପୁଁ ଥିଲା ହୁଏତ ଶୀତ ଆସିଛି !! ରାସ୍ତାକଡର ଫୁଟପାଥ୍ ରେ ଖୋଲା ଆକାଶ ତଳେ ନିତି ଶୋଉଥିବା ମୁକୁଳା ମଣିଷ କାନେଇ ରହିଛି ଦାତାଙ୍କ କମ୍ବଳବୁହା ଗାଡିର ହର୍ଣ୍ଣ ଶବ୍ଦକୁ ହୁଏତ ଶୀତ ଆସିଛି !! ନିର୍ଧୁମ୍ ଖରାରେ କୋଟପିନ୍ଧା ବାବୁଙ୍କ ଘରେ ବାହାରେ ଏୟାରକଣ୍ଡିସନର ଜାଗାରେ ଜଳୁଛି ରୁମ ହିଟର୍ ହୁଏତ ଶୀତ ଆସିଛି !! ଖଟିକିଆ ଚାଷୀ ବିଲକୁ ଲଣ୍ଡା …